ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଆକ୍ରମଣ ପରେ ଆମେରିକା ଓ ଇସ୍ରାଏଲ୍‌ର ସମକକ୍ଷ ଭାରତ: ଅମିତ୍ ଶାହା

Published By : Prameya-News7 Bureau | March 01, 2020 IST

କୋଲକାତା୧/୧: ସର୍ଜିକାଲ୍ ଷ୍ଟ୍ରାଇକ୍  ଏବଂ ବାଲାକୋଟ୍  ଅଭିଯାନ ପରେ ଭାରତ ଏବେ ଆମେରିକା ଓ ଇସ୍ରାଏଲ୍  ସମକକ୍ଷ। କୋଲକାତାର ରାଜାରହାଟରେ ‘ଏନ୍ ଏସ୍ ଜି’ର ୨୯ଟି ‘ସ୍ପେସାଲ୍  କମ୍ପୋଜାଇଟ୍  ଗ୍ରୁପ୍  କମ୍ପ୍ଲେକ୍ସ୍‍’ ଉଦ୍‌ଘାଟନ ସମାରୋହରେ ଜନତାଙ୍କୁ ଉଦ୍ ବୋଧନ ଦେଇ ଶାହା ଏ କଥା କହିଛନ୍ତି। ସର୍ଜିକାଲ୍  ଷ୍ଟ୍ରାଇକ୍  ଏବଂ ବାଲାକୋଟ୍  ବିମାନ ଆକ୍ରମଣ ପରେ ଭାରତ ଏବେ ଆମେରିକା ଓ ଇସ୍ରାଏଲ୍  ସମକକ୍ଷ ହୋଇ ପାରିଛି ।

ଆମେରିକା ଓ ଇସ୍ରାଏଲ୍  ଶତ୍ରୁପକ୍ଷ ଦେଶରେ ପ୍ରବେଶ କରି ନିଜ ସୈନିକମାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ପାରନ୍ତି। ସର୍ଜିକାଲ୍  ଷ୍ଟ୍ରାଇକ୍  ଏବଂ ବିମାନ ଆକ୍ରମଣ ପୂର୍ବରୁ ବିଶ୍ୱରେ ମାତ୍ର ଦୁଇଟି ଦେଶ ଆମେରିକା ଓ ଇସ୍ରାଏଲ୍  ଶତ୍ରୁ ଦେଶକୁ ପ୍ରବେଶ କରି ନିଜ ସୈନିକମାନଙ୍କ ମୃତ୍ୟୁର ପ୍ରତିଶୋଧ ନେଉଥିଲେ । ଏବେ ସେ ତାଲିକାରେ ଭାରତର ନାଁ ଯୋଡ଼ି ହୋଇଛି ।

ସେହିପରି ଦେଶରେ ବିଭାଜନ ଏବଂ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଭାବୁଥିବା ଏବଂ କାମ କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା NSGର କାମ। ଏହି ଅବସରରେ NSG କମାଣ୍ଡୋ ମାନେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଛନ୍ତି।  'ଶତ୍ରୁଙ୍କୁ ଘରେ ପଶି ମାରିବାରେ ଭାରତ ତୃତୀୟ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.