ଭାରତ ଅର୍ଥନୀତିକୁ ପ୍ରଭାବିତ କରିଛି ମାନ୍ଦାବସ୍ଥା ! ରାହୁଲ କହିଲେ ଦେଶର ସାମର୍ଥ୍ୟକୁ ଦୁର୍ବଳତାରେ ପରିଣତ କରିଛନ୍ତି ମୋଦି

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨।୧୧: ଆର୍ଥିକ ଅବସ୍ଥାର ଅଧୋଗତି ଲାଗି କଂଗ୍ରେସନେତା ରାହୁଲ ଗାନ୍ଧି ଗୁରୁବାର ପ୍ରଧାନମନ୍ତ୍ରୀଙ୍କୁ ଦାୟି କରିଛନ୍ତି। ଏ ନେଇ ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଭଳି ଏକ ପରିସ୍ଥିତି ଯାହା କେବଳ ମୋଦିଙ୍କ ଯୋଗୁ ହିଁ ସମ୍ଭବ ହେଲା ବୋଲି ଉଲ୍ଲେଖ କରିଛନ୍ତି। ଭାରତୀୟ ଅର୍ଥନୀତିର ମେରୁଦଣ୍ଡରେ ବାରମ୍ବାର ଆଘାତ ହିଁ ଏପରି ପରିସ୍ଥିତି ସୃଷ୍ଟି କରିଛି ବୋଲି ରାହୁଲ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

wp:html /wp:html

୨୦୨୦-୨୧ ଆରବିଆଇ ରିପୋର୍ଟକୁ ନେଇ ରାହୁଲ ଏହି ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ଆର୍ଥିକ ବର୍ଷର ପ୍ରଥମ ଷାଣ୍ମାସିକର ଶେଷ ଆଡକୁ ମାନ୍ଦାବସ୍ଥାର ସୂଚନା ଦିଆଯାଇଛି। ସ୍ୱାଧୀନ ଭାରତ ଇତିହାସରେ ଏପରି ପ୍ରଥମ ଥର ହୋଇଥିବା ବେଳେ ଏହା କେବଳ ମୋଦିଙ୍କ ଲାଗି ସମ୍ଭବ ହୋଇପାରିଥିବା ଉଲ୍ଲେଖ କରିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ନୀତିଗୁଡିକ ଯୋଗୁ ଦେଶର ସାମର୍ଥ୍ୟ ଦୁର୍ବଳତାରେ ପରିଣତ ହୋଇଛି। ଏଣୁ ଦେଶକୁ ମାନ୍ଦାବସ୍ଥା ଭଳି ସ୍ଥିତିଦେଖିବାକୁ ପଡୁଥିବା ସେ ଦାବି କରିଛନ୍ତି।

wp:html /wp:html

ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ଜାରି କରିଥିବା ଆର୍ଥିକ ରିପୋର୍ଟ ‘ଅର୍ଥ ବ୍ୟବସ୍ଥାରେ ସମ୍ଭାବନା ୨୦୨୦-୨୧’ର ପ୍ରଥମ ୬ ମାସର ଶେଷ ଆଡକୁ ପ୍ରଥମ ଥର ମାନ୍ଦା ଅନୁଭୂତ ହୋଇଥିବା ସୂଚିତ କରାଯାଇଛି। ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ଲାଗି ନିର୍ଦ୍ଧାରିତ ଜିଡିପି ହ୍ରାସ ୮.୬ ପ୍ରତିଶତ ଥିବା ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.