ଇଂଲଣ୍ଡର ଧୂଆଁଧାର ବ୍ୟାଟିଂ : ଭାରତ ଆଗରେ ୩୩୮ ରନର ଟାର୍ଗେଟ

Published By : Prameya-News7 Bureau | June 30, 2019 IST

ବିଶ୍ବକପରେ ଭାରତ ତାର ସପ୍ତମ ମ୍ୟାଚ ଖେଳୁଛି। ଘରୋଇ ଇଂଲଣ୍ଡ ସହିତ କଡ଼ା ମୁକାବିଲା ଚାଲିଛି। ବର୍ମିଙ୍ଗହାମ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ବ୍ୟାଟିଂ କରିଥିବା ବେଳେ ଭାରତ ବିପକ୍ଷରେ ବିଶାଳ ଟାର୍ଗେଟ ଦେଇଛି । ଭାରତକୁ ୩୩୮ ରନର ଟାର୍ଗେଟ ଦେଇଛି ଇଂଲଣ୍ଡ । ଇଂଲଣ୍ଡ ୭ ଟି ୱିକେଟ ହରାଇ ୩୩୭ ରନ କରିଛି ।

{"id":129149}

ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରୁ ଜେସନ ରାୟ -୬୬ ରନ, ଜନି ବେୟସ୍ଟୋ – ୧୧୧ ରନ, ବେନ ସ୍ଟୋକ୍ସ – ୭୯ ରନ କରିଛନ୍ତି । ଭାରତ ତରଫରୁ ସାମୀ ୧୦ ଓଭରରେ ୬୯ ରନ ଦେଇ ୫ଟି ୱିକେଟ ନେଇଛନ୍ତି । ବୁମରାହ ୧୦ ଓଭରରେ ୪୪ ରନ ଦେଇ ବୋଟିଏ ୱିକେଟ ନେଇଛନ୍ତି ।

{"id":129141}

ବର୍ମିଙ୍ଗହାମରେ ଭାରତ ବିପକ୍ଷରେ ବିଶାଳ ଟାର୍ଗେଟ ରଖିଛି ଇଂଲଣ୍ଡ। ଘରୋଇ ପିଚ୍‌ରେ ଦର୍ଶକଙ୍କ ସପୋର୍ଟର ଉଠାଇଛି ଫାଇଦା। ବିଶ୍ବକପରେ ଭାରତ- ଇଂଲଣ୍ଡ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଜିର ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତିଥିଲା। ଆଉ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ତେବେ ଇଂଲଣ୍ଡର ଓପନିଂ ଯୋଡ଼ି ହିଁ ଏକ ବଡ଼ ସ୍କୋରର ମୁଳଦୁଆ ପକାଇଥିଲେ। ଓପନର  ଜେ ଜେ ରୟ ଓ ଜେଏମ ବେୟାରଷ୍ଟୋ ଧର୍ଯ୍ୟପୂର୍ଣ୍ଣ ଭାବେ ରନ ଆଗକୁ ବଢ଼ାଇନେଇଚାଲିଥିଲେ।

{"id":129142}

ଯେତେବେଳେ ଦଳୀୟ ସ୍କୋର ୧୬୦ ଥିଲା ରୟ ୫୭ ବଲରେ ୬୬ ରନ କରି ଆଉଟ ହୋଇଥିଲେ୨୨ ତମ ଓଭରରେ ତାଙ୍କୁ ଆଉଟ କରିଥିଲେ କୁଲଦୀପ ଯାଦବ। ତେବେ ଆଜିରେ ମ୍ୟାଚରେ ଭାରତୀୟ ଫ୍ୟାନ ଓ ଇଂଲଣ୍ଡ ଫ୍ୟାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ ପାକିସ୍ତାନ ଫ୍ୟାନ ବି ଭାରତର ସପର୍ଟରେ ନାରାବାଜି କରୁଛନ୍ତି। ଭାରତ ଜିତିବାକୁ କାମନା କରୁଛନ୍ତି ପାକ୍‌ ଫ୍ୟାନ। କାଣର ପଏଣ୍ଟ ହିସାବରେ ଭାରତ ଜିତିଲେ ଓ ଇଂଲଣ୍ଡ ହାରିଲେ ପାକିସ୍ତାକୁ ଟୁର୍ଣ୍ଣାମେଣ୍ଟରେ ରହିପାରିବ। ନହେଲେ ପାକିସ୍ତାନ ବାହାର ହୋଇଯିବ।

{"id":129143}

ଭାରତ ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛି। ବିଜୟ ଶଙ୍କର ଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସ୍ଥାନ ଦିଆଯାଇଛି। ଭାରତର ଭଲ ବ୍ୟାଟିଂ ଲାଇନ ଥିବାରୁ ଏହି ମ୍ୟାଚ ବି ଭାରତ ଜିତିବ ବୋଲି କ୍ରିକେଟ ପ୍ରେମି ଆଶା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.