ଅହମ୍ମଦାବାଦ ଟେଷ୍ଟ୍ : ଭାରତର ସ୍କୋର ୧୦୦ ଟପିଲା, ରୋହିତ-ରାହାଣେ ଆଉଟ୍

Published By : Prameya-News7 Bureau | February 25, 2021 IST

ଅହମ୍ମଦାବାଦ,୨୫/୦୨ :  ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୧୨ ରନରେ ଅଲଆଉଟ ହୋଇଯାଇଥିଲା । ଜବାବରେ ଭାରତର ବ୍ୟାଟିଂ ଜାରି ରହିଛି । ଭାରତ ୫ ଓ୍ୱିକେଟ୍ ହରାଇ ୧୧୫ ରନରେ ବ୍ୟାଟିଂ କରୁଛି ।

ମ୍ୟାଚର ଦ୍ୱିତୀୟ ଦିନର ଆରମ୍ଭରେ ଭାରତର ସ୍କୋର ୧୦୦ ଟପିଥିଲା । ରୋହିତ ଶର୍ମା ଆକର୍ଷଣୀୟ ଲୟରେ ଥିବା ଦେଖିବାକୁ ମିଳିଥିଲା । ସେ ଶତକ ଅଭିମୁଖେ ବଢିବା ପୂର୍ବରୁ ଆଉଟ୍ ହୋଇଛନ୍ତି । ସେ ୬୬ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି । ସେହିପରି ଆଜିଙ୍କ୍ୟ ରାହାଣେ ୭ ରନ୍ କରି ଆଉଟ୍ ହୋଇଛନ୍ତି । ଏବେ କ୍ରିଜରେ ଋଷଭ ପନ୍ତ ଓ ଆର ଅଶ୍ୱିନ୍ ବ୍ୟାଟିଂ କରୁଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ବିନିମୟରେ ୯୯ ରନ କରିଥିଲା। ଦଳ ୧୩ ରନ ପଛରେ ଥିବା ବେଳେ ହାତରେ ଆଉ ୭ ଓ୍ଵିକେଟ୍ ରହିଥିଲା। ରୋହିତ ଶର୍ମା ୫୭ ରନ ଏବଂ ଆଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ରହିଥିଲେ ।

ଅକ୍ଷର ପଟେଲଙ୍କ ଶାଣିତ ବୋଲିଂର ମୁକାବିଲା କରିନ ପାରି ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦିନର ଦ୍ଵିତୀୟ ସେସନରେ ୧୧୨ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ତେବେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ୍ ପ୍ରଥମ ଓ୍ଵିକେଟ୍‌ରେ ୩୩ ରନ ଯୋଡିଥିଲେ। ଗିଲ୍(୧୧ ରନ) ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଆଉଟ୍  ହୋଇଥିଲେ। ଚେତେଶ୍ଵର ପୂଜାରା ଖାତା ଖୋଲିବା ପୂର୍ବରୁ ଚେତେଶ୍ଵର ପୂଜାରା ଜ୍ୟାକ୍ ଲିଚ୍‌ଙ୍କ ଶିକାର ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.