Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଧୋନୀଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ରାହାଣେ ! ରହିଛି ସୁଯୋଗ

29/01/2021 at 1:56 PM

ନୂଆଦିଲ୍ଲୀ,୨୯/୦୧:   ଅଷ୍ଟ୍ରେଲିଆ ବିପକ୍ଷରେ ଆକର୍ଷଣୀୟ ଟେଷ୍ଟ୍ ସିରିଜ ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଆଜିଙ୍କ୍ୟ ରାହାଣେ । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ନେବା ସହ ଦଳକୁ ଐତିହାସିକ ସିରିଜ୍ ଜିତାଇଥିଲେ । ଏବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବ୍ରୁଆରୀ ୫ରୁ ଟେଷ୍ଟ୍ ସିରିଜ୍ ଖେଳାଯିବ । ଏହି ସିରିଜରେ ରାହାଣେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ବଡ ରେକର୍ଡ ଭାଙ୍ଗିପାରନ୍ତି । ସବୁଠାରୁ ଅଧିକ ରନ୍ କରିବାରେ ସେ ଧୋନୀଙ୍କଠୁ ଆଗକୁ ଯାଇପାରିବେ ।

୩୨ ବର୍ଷୀୟ ରାହାଣେ ଏବେସୁଦ୍ଧା ୬୯ଟି ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି । ସେ ୪୨.୫୮ ଆଭରେଜରେ ୪୪୭୧ ରନ୍ କରିଥିବା ବେଳେ ଏଥିରେ ୧୨ଟି ଶତକ ରହିଛି । ଯଦି ସେ ଇଂଲଣ୍ଡ ବିପକ୍ଷ ସିରିଜରେ ୪୦୬ ରନ୍ କରନ୍ତି ତେବେ ସେ ଧୋନୀଙ୍କୁ ପଛରେ ପକାଇବେ । ଧୋନୀ ୯୦ଟି ଟେଷ୍ଟରେ ୩୮.୦୯ ଆଭରେଜରେ ୪୮୭୬ ରନ୍ କରିଛନ୍ତି । ଏହାସହ ୬ଟି ଶତକ ଲଗାଇଛନ୍ତି ।

ରାହାଣେ ଯଦି ଇଂଲଣ୍ଡ ବିପକ୍ଷ ସିରିଜରେ ଗୋଟିଏ ଶତକ ଲଗାନ୍ତି ତେବେ ପୋଲି ଉମରିଗର୍ ଓ ମୁରଲି ବିଜୟଙ୍କୁ ପଛରେ ପକାଇ ଦେବେ । ଏହି ଦୁଇ ଖେଳାଳିଙ୍କ ନାଁରେ ୧୨ଟି ଲେଖାଏଁ ଶତକ ରହିଛି । ଯଦି ସେ ଦୁଇଟି ଶତକ ଲଗାନ୍ତି ତେବେ ଗୁଣ୍ଡପ୍ପା ବିଶ୍ୱନାଥଙ୍କ ସହ ସମାନ ହୋଇଯିବେ ।

ନିକଟରେ ସମାପ୍ତ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରାହାଣେ ଏକମାତ୍ର ଖେଳାଳି ଭାବେ ସିରିଜରେ ଶତକ ଲଗାଇଥିଲେ । ଏହି ଶତକ ସାହାଯ୍ୟରେ ଭାରତ ମେଲବର୍ଣ୍ଣ ଟେଷ୍ଟ୍ ଜିତି ସିରିଜ୍ ବରାବର କରିଥିଲା । ଶେଷରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।

   Related Posts