ଆଇପିଏଲ ପାଇଁ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ କମିଯିବ, ସିରିଜ୍‌ର ଶେଷ ମ୍ୟାଚ୍‌କୁ ବାତିଲ କରିବାକୁ ଚିନ୍ତା କରୁଛି ବିସିସିଆଇ

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ, ୨୦/୦୫:  ଆଇପିଏଲ-୨୦୨୧ର ବଳକା ମ୍ୟାଚ୍ କେବେ ଓ କେଉଁଠି ଖେଳାଯିବ ସେନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଆଇପିଏଲ-୨୦୨୧ର ପାର୍ଟ-୨ ଲଣ୍ଡନରେ ଖେଳାଯିବ ବୋଲି କେହି କେହି କହୁଛନ୍ତି । ଏଥିପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୪ଟି ମ୍ୟାଚକୁ ହ୍ରାସ କରାଯାଇପାରେ । ଏନେଇ ବିସିସିଆଇ ଇଂଲଣ୍ଡ କ୍ରିକେଟ ବୋର୍ଡ ସହ ଆଲୋଚନା କରୁଛି । କିନ୍ତୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଭାରତ-ଇଂଲଣ୍ଡ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇପାରେ । ପୂର୍ବରୁ ୫ଟି ମ୍ୟାଚ୍ ଖେଳ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇସାରିଛି । ଏପରି ହେଲେ ଆଇପିଏଲ ପାର୍ଟ-୨ର ଆୟୋଜନ ସହଜ ହେବ । ଉଭୟ ଦେଶ ମଧ୍ୟରେ ଅଗଷ୍ଟ୪ରୁ ସେପ୍ଟେମ୍ବର ୧୪ ଯାଏଁ ଟେଷ୍ଟ ସିରିଜ ଆୟୋଜିତ ହେବ । ଯଦି ଶେଷ ଟେଷ୍ଟ ଖେଳାନଯାଏ ତେବେ ସିରିଜ ସେପ୍ଟ୍େମ୍ବର ୬ରେ ଶେଷ ହେବ ଓ ଆଇପିଏଲ ପାଇଁ ୮ ଦିନ ସମୟ ମିଳିଯିବ ।

ରିପୋର୍ଟ ଅନୁସାରେ, ଯଦି ସେପ୍ଟେମ୍ବର ୧୦-୧୧ରୁ ଆଇପିଏଲର ବଳକା ମ୍ୟାଚ୍ ଖେଳାଯାଏ ତେବେ ୩୦ ତାରିଖ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବ । ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ର ବାୟୋ ବବଲକୁ ଭେଦ କରିଥିଲା କରୋନା । କର୍ମଚାରୀଙ୍କ ସହ ଅନେକ ଖେଳାଳି ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ବିସିସିଆଇ ଆଇପିଏଲକୁ ବାତିଲ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.