Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦ : ରୋହିତ-ରାହୁଲ କରିବେ ଓପନିଂ

12/03/2021 at 8:04 AM

ଅହମ୍ମଦାବାଦ, ୧୨|୦୩ : ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ସଂଧ୍ୟା ୭ଟାରେ ଆରମ୍ଭ ହେବ । ଏହି ମ୍ୟାଚରେ କିଏ ଇନିଂସ ଓପନ୍ କରିବେ ସେ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବଡ଼ ବୟାନ ଦେଇଛନ୍ତି।

କୋହିଲ କହିଛନ୍ତି ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ ଓପନ୍ କରିବେ । ଅର୍ଥାତ ପ୍ରଥମ ଟି-ଟ୍ବେଣ୍ଟିଂରେ ଶିଖର ଧାୱନଙ୍କୁ ବାହାରେ ବସିବାକୁ ପଡ଼ିପାରେ । ଯଦି ରୋହିତ କିମ୍ବା ରାହୁଲଙ୍କୁ ଆରାମ ଦିଆଯାଏ, ତାହେଲେ ଧାୱନ ବ୍ୟାକଅପ୍ ଓପନର ଭାବେ ଖେଳିବେ। ଟିମରେ ଅନେକ ଆକ୍ରମଣାତ୍ମକ ଖେଳାଳି ଅଛନ୍ତି ବୋଲି ସେ କହିଛନ୍ତି । ଏମିତି କିଛି କ୍ରିକେଟର୍ ଅଛନ୍ତି, ଯିଏ ବିନା ଚାପରେ ବ୍ୟାଟିଂ କରିପାରିବେ। ତେଣୁ ଆମେ ପ୍ରଥମ ଟି-୨୦ରେ ସେହିଭଳି ଖେଳାଳିଙ୍କୁ ସୁଯୋଗ ଦେବୁ।

ସେହିପରି ମିଡିଲ୍ ଅର୍ଡରରେ କୋହଲିଙ୍କ ପରେ ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଆଦି ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିପାରେ। ଏହି ସିରିଜ୍ ଜରିଆରେ ଟିମ୍ ଇଣ୍ଡିଆ ଚଳିତ ବର୍ଷ ହେବାକୁଥିବା ଟି-୨୦ ୱାର୍ଲ୍ଡ କପ୍ ପାଇଁ ସନ୍ତୁଳିତ ଟିମ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ ରେ କବଜା କରିସାରିଛି ।

ସୂଚନାଯୋଗ୍ୟ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଖେଳିଥିବା କ୍ରମାଗତ ଦୁଇଟି ସିରିଜ୍‌ରେ ବିଜୟ ହାସଲ କରିଛି। ୨୦୧୭ରେ ଭରାତରେ ଖେଳାଯାଇଥିବା ସିରିଜ୍‌ରେ ଭାରତୀୟ ଦଳ ୨-୧ରେ ବିଜୟୀ ହୋଇଥିଲା। ଏହା ପରେ ୨୦୧୮ରେ ଇଂଲଣ୍ଡରେ ଅନୁଷ୍ଠିତ ସିରିଜ୍‌ରେ ମଧ୍ୟ ଭାରତୀୟ ଦଳ ୨-୧ରେ ସିରିଜ୍ ହାତେଇଥିଲା। ଏଥର ଯଦି ଭାରତୀୟ ଦଳ ବିଜୟୀ  ହୁଏ ତେବେ ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ଜିତିବାରେ ହ୍ୟାଟ୍ରିକ ହେବ।

   Related Posts