Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଭାରତ-ଇଂଲଣ୍ଡ ଟି-ଟ୍ବେଣ୍ଟି ସିରିଜ୍ : କେତେବେଳେ ଓ କେଉଁଠି ହେବ ମୁକାବିଲା ? ଜାଣନ୍ତୁ…

8/03/2021 at 4:50 PM

ନୂଆଦିଲ୍ଲୀ ୦୮/୦୩ : ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡକୁ ଘରୋଇ ମାଟିରେ ୩-୧ରେ ଧରାଶାୟୀ କରିବାପରେ ଭାରତର ଲକ୍ଷ୍ୟ ଏବେ ଟି-ଟ୍ବେଣ୍ଟି ସିରିଜ୍ ଉପରେ । ଉଭୟ ଟିମ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍‌ ଆରମ୍ଭ ହେବାକୁ ଯାଉଛି । ଇୟନ୍‌ ମୋର୍ଗାନଙ୍କ ନେତୃତ୍ବାଧିନ ଟିମ୍‌ ଇଂଲଣ୍ଡ, ଟେଷ୍ଟ ସିରିଜ୍‌ ପରାଜୟର ପ୍ରତିଶୋଧ ଟି-୨୦ରେ ନେବାକୁ ଚାହିଁବ । ସେପଟେ ଭାରତ ବିଜୟ ରଥ ଆଗକୁ ବଢାଇବା ଲକ୍ଷ୍ୟରେ ରହିଛି । ୧୨ ମାର୍ଚ୍ଚରୁ ଉଭୟ ଟିମ୍‌ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍ । ସିରିଜ୍‌ର ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ।

ପ୍ରଥମ ମ୍ୟାଚ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦ୍ବିତୀୟ ମ୍ୟାଚ ମାର୍ଚ୍ଚ ୧୪, ତୃତୀୟ ମାର୍ଚ୍ଚ୧୬, ଚତୁର୍ଥ ମାର୍ଚ୍ଚ୧୮ ତାରିଖ ଏବଂ ୫ମ ମ୍ୟାଚ୍‌ ମାର୍ଚ୍ଚ ୨୦ ତାରିଖରେ ଖେଳାଯିବ । ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ର ଟିକେଟ୍‌ Bookmyshow ଓ୍ବେବ୍‌ସାଇଟ୍‌ ଏବଂ ଆପ୍‌ରେ ବୁକିଂ କରିହେବ । ଟିକେଟ୍‌ର ମୂଲ୍ୟ ୫ଶହ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ଟି -୨୦ ସିରିଜ୍ ପାଇଁ ଭାରତର ଅଫିସିଆଲ୍ ବ୍ରଡକାଷ୍ଟର୍ ହେଉଛି ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ । ଷ୍ଟାର୍ ସ୍ପୋର୍ଟସ୍ ମୋଟ ୫ଟି ଭାଷାରେ ଲାଇଭ୍ ମ୍ୟାଚ୍ ପ୍ରସାରଣ କରିବ । ଇଂରାଜୀ, ହିନ୍ଦୀ, କନ୍ନଡ, ତେଲୁଗୁ ଏବଂ ତାମିଲ ଭାଷାରେ ମ୍ୟାଚ ପ୍ରସାରଣ ହେବ । ଦୂରଦର୍ଶନରେ ମଧ୍ୟ ପ୍ରସାରଣ ହେବ । ଏହା ସହିତ ଅନ୍‌ଲାଇନ୍‌ ଆପ୍ ହଟ୍‌ଷ୍ଟାର ମାଧ୍ୟମରେ ମଧ୍ୟ ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ ।

ଉଭୟ ଟିମ୍‌ର ସମ୍ଭାବ୍ୟ ଖେଳାଳୀ ତାଲିକା

ଇଂଲଣ୍ଡ : ଇୟନ ମୋର୍ଗାନ୍ (ଅଧିନାୟକ), ମୋଇନ୍‌ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନି ବୟାରିଷ୍ଟୋ, ସାମ୍‌ ବିଲିଙ୍ଗସ୍, ସାମ୍‌ କରନ, ଟମ୍‌ କରନ, କ୍ରିସ୍‌ ଜୋର୍ଡନ, ଲିୟାନ ଲିବିଙ୍ଗଷ୍ଟୋନ୍‌, ଡେଭିଡ୍‌ ମଲାନ, ଆଦିଲ ରସୀଦ, ଜେସନ୍‌ ରୟ, ବେନ୍‌ ଷ୍ଟୋକସ୍‌, ରିସ୍‌ ଟୋପଲେ ଏବଂ ମାର୍କ ଉଡ୍‌

ଭାରତ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ବନ, ଶ୍ରେୟସ୍‌ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ଓ୍ବିକେଟ୍‌କିପର), ଇଶାନ କିଶନ (ଓ୍ବିକେଟ୍‌କିପର), ଯୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ରାହୁଲ ତେଓ୍ବାତିୟା, ଟି. ନଟରାଜନ୍, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସୈନୀ ଏବଂ ସାର୍ଦ୍ଦୁଳ ଠାକୁର

   Related Posts