Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଟି୨୦ ସିରିଜ ପାଇଁ ଟେନସନରେ ଇଂଲଣ୍ଡ, ଗତ ୫ ମୁକାବିଲାରେ ରହିଛି ଭାରତର ଦବଦବା

8/03/2021 at 12:14 PM

ଅହମ୍ମଦାବାଦ,୦୮/୦୩:    ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିଜୟୀ ହେବା ପରେ ଭାରତୀୟ ଦଳ ଟି୨୦ ସିରିଜ୍ ଉପରେ ନଜର ରଖିଛି । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସିରିଜର ସମସ୍ତ ମୁକାବିଲା ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଟି୨୦ ବିଶ୍ୱକପ ପୂର୍ବରୁ ବିରାଟସେନା ପାଇଁ ଏହି ମୁକାବିଲା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଟି୨୦ ବିଶ୍ୱକପ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଭାରତରେ ହିଁ ଖେଳାଯିବ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏବେସୁଦ୍ଧା ୧୪ଟି ଟି୨୦ ମ୍ୟାଚ୍ ଖେଳାଯିବ । ଏହାମଧ୍ୟରୁ ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଶେଷ ୫ଟି ମୁକାବିଲାରୁ ୪ଟି ଜିତିଛି ଭାରତ । କେବଳ ଗୋଟିଏରେ ପରାସ୍ତ ହୋଇଛି । ଉଭୟ ୨୦୧୮ରେ ଶେଷ ଟି୨୦ ସିରିଜ ଖେଳିଥିଲେ । ଏହାକୁ ଭାରତ ୨-୧ରେ ଜିତି ନେଇଥିଲା ।

ମାଞ୍ଚେଷ୍ଟରେ ହୋଇଥିବା ପ୍ରଥମ ଟି୨୦ରେ ଭାରତ ୮ ଓ୍ୱିକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି୨୦ରେ ୫ ଓ୍ୱିକେଟରେ ପରାସ୍ତ ହୋଇଥିଲା ।ଶେଷ ଟି୨୦ରେ ଭାରତ ୭ ଓ୍ୱିକେଟରେ ଜିତି ସିରିଜ ହାତେଇଥିଲା । ରୋହିତ ଶର୍ମା ତୃତୀୟ ମ୍ୟାଚରେ ଶତକ ଲଗାଇଥିଲେ ।

୨୦୧୭ରେ ଘରୋଇ ମାଟିରେ ହୋଇଥିବା ଟି୨୦ରେ ଭାରତ ୨-୧ରେ ସିରିଜ ହାତେଇଥିଲା । ପ୍ରଥମ ମୁକାବିଲା ଭାରତ, ଦ୍ୱିତୀୟକୁ ଇଂଲଣ୍ଡ ଓ ଶେଷ ମୁକାବିଲା ଭାରତ ଜିତି ସିରିଜ କବଜା କରିଥିଲା । ଶେଷ ମୁକାବିଲାରେ ୟୁଜବେନ୍ଦ୍ର ଚହଲ ୬ ଓ୍ୱିକେଟ ନେଇଥିଲେ ।

ଆଗାମୀ ସିରିଜ ପାଇଁ ଭାରତୀୟ ଦଳରେ ୧୯ ଖେଳାଳି ସାମିଲ ହୋଇଛନ୍ତି । ଏବେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ ଓ ରାହୁଲ ତେଓ୍ୱାତିଆଙ୍କୁ ସାମିଲ କରାଯାଇଛି ।

   Related Posts