Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ : ମ୍ୟାଚ୍ ଦେଖିବା ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ପ୍ରବେଶ ଅନୁମତି !

21/01/2021 at 10:10 AM

ନୂଆଦିଲ୍ଲୀ, ୨୧।୦୧ :   ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦର୍ଶକଙ୍କୁ ଖେଳ ଦେଖିବାର ସୁଯୋଗ ମିଳିପାରେ ବୋଲି ସୂଚନା ଦେଇଛି । ବୋର୍ଡର ବରିଷ୍ଠ ଅଧିକାରୀ ୫୦ ପ୍ରତିଶତ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ବିଚାର କରୁଛନ୍ତି । ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ହେବ ଓ ଅନ୍ୟ ଦୁଇ ଟେଷ୍ଟ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହାପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ସଦ୍ୟ ସମାପ୍ତ ଭାରତ ବିପକ୍ଷ ସିରିଜରେ ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ଦେଇଥିଲା ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଟେଷ୍ଟ ମ୍ୟାଚ୍ ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିପାରେ । ବୋର୍ଡ ଉଭୟ ରାଜ୍ୟର କ୍ରିକେଟ ସଙ୍ଘ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛି । କରୋନା ମାମଲାକୁ ନଜରରେ ରଖି ବୋର୍ଡ ଚେନ୍ନାଇ ଓ ଅହମ୍ମଦାବାଦରେ କେସ୍ ବଢିଲେ ନିଷ୍ପତ୍ତିରେ ପରିବର୍ତ୍ତନ ମଧ୍ୟ କରିପାରେ । ଯଦି ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳେ ତେବେ ଆଇପିଏଲରେ ମଧ୍ୟ ଦର୍ଶକଙ୍କୁ ଖେଳ ଦେଖିବା ପାଇଁ ଅନୁମତି ମିଳିପାରେ ।

ଏହା ମଧ୍ୟରେ ଗୁରୁବାର ଇଂଲଣ୍ଡ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ଚୟନ କରିବ । ପ୍ରଥମ ଥର ପାଇଁ ଖେଳାଳିଙ୍କ କାର୍ଯ୍ୟଭାରକୁ ନଜରରେ ରଖି ପୁରା ସିରିଜ ପାଇଁ  ଦଳ ଘୋଷଣା ହେବ ନାହିଁ । ଚେନ୍ନାଇ ଓ ଅହମ୍ମଦାବାଦରେ ଦୁଇଟି ଭିନ୍ନ ଭିନ୍ନ ବାୟୋ ବବଲ ତିଆରି ହେବ ଓ ଦଳ ଚାଟାର୍ଡ ଫ୍ଲାଇଟରେ ଯାତ୍ରା କରିବ ।

   Related Posts