କରୋନା ପ୍ରଭାବ, ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍
27/02/2021 at 9:12 PM

ମୁମ୍ବାଇ ୨୭।୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ମହାରାଷ୍ଟ୍ରର ପୁଣେରେ ଖେଳାଯିବ। ଏହାକୁ ନେଇ ମହାରାଷ୍ଟ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ହେଲେ ଏହି ମ୍ୟାଚ୍ ଦର୍ଶକଙ୍କ ବିନା ଖେଳାଯିବ। ଅର୍ଥାତ ଦିନିକିଆ ମ୍ୟାଚ୍ରେ ଷ୍ଟାଡିୟମରେ ଦର୍ଶକଙ୍କୁ ଦେଖିବାକୁ ମିଳିବ ନାହିଁ। କାରଣ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ଥରେ ବଢୁଥିବା ଦେଖି ବିନା ଦର୍ଶକରେ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ଟେଷ୍ଟ- ଟି ୨୦ ବ୍ୟତୀତ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ମ୍ୟାଚ୍ ପୁଣେରେ ଆୟୋଜିତ ହେବ। ହେଲେ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ମ୍ୟାଚ୍ର ଆୟୋଜନ ସ୍ଥଳ ବଦଳାଯାଇ ପାରେ ବୋଲି କୁହାଯାଉଥିଲା। ମାତ୍ର ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣେରେ ଦିନିକିଆ ସିରିଜ୍ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଦିନିକିଆ ସିରିଜ୍ ଦର୍ଶକଙ୍କ ବିନା ଖେଳାଯିବ।
ଏହି ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୩, ଦ୍ଵିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ ଏବଂ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨୮ରେ ଖେଳାଯିବ। ଦିନିକିଆ ସିରିଜ୍ ପୂର୍ବରୁ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।