ଜାତିସଂଘର ସୁରକ୍ଷା ପରିଷଦକୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲା ଭାରତ, ୮ମ ଥର ପାଇଁ ହାତେଇଲା ଅସ୍ଥାୟୀ ଆସନ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮।୦୬: ଅଷ୍ଟମ ଥର ପାଇଁ ଭାରତ ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ। ଏସିଆ ପାସିଫିକ୍  କାଟାଗୋରୀରେ ଭାରତକୁ ଅଷ୍ଟମ ଥର ପାଇଁ ଏହି ସୁଯୋଗ ମିଳିଛି ।  ୨୦୨୧-୨୨ ବର୍ଷ ପାଇଁ ବିନା କୌଣସି ଦେଶର ବିରୋଧରେ ଭାରତ ପୁଣି ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ।   ଯାହକି ଆଗାମୀ ଦିନରେ ଭାରତଙ୍କୁ  ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ସହାୟକ ହୋଇପାରିବ ।   ଅଷ୍ଟମ ଥର ପାଇଁ ସୁରକ୍ଷା ପରିଷଦର ସଂପ୍ରସାଣ ସଦସ୍ୟ ଭାବେ ଭାରତକୁ ଏହି ସୁଯୋଗ ମିଳିଛି । ପାକିସ୍ତାନ, ଚୀନ, ବାଲାଂଦେଶ, ଶ୍ରୀଲଙ୍ଗା  ସମେତ ଏସିଆ ପାସିଫିକ୍ ର ପ୍ରାୟ ୫୫ଟି ଦେଶ ଭାରତକୁ  ସମର୍ଥନ ଜଣାଇଛନ୍ତି । ସଦସ୍ୟତା ମିଳିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ।

{"id":287886,"sizeSlug":"large"}

ସେପଟେ ସୁରକ୍ଷା ପରିଷଦରେ ଭାରତର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ଆମେରିକା ସ୍ୱାଗତ ଜଣାଇଛି । ଆମେରିକା ପକ୍ଷରୁ କହୁଯାଇଛି ଯେ, ଦୁନିଆରେ ଶାନ୍ତି ଓ ସୁରକ୍ଷା ପାଇଁ ଏକାଠି କାମ କରିବୁ । ଭାରତ ସହିତ ଆୟରଲାଣ୍ଡ, ମେସ୍କିକୋ, ନରେଓ୍ୱ ବି ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛନ୍ତି । ଭାରତ ସହିତ ଏମାନେ ୨ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ।

{"id":287887,"sizeSlug":"large"}

ସୁରକ୍ଷା ପରିଷଦରେ ମୋଟ ୧୫ ଜଣ ସଦସ୍ୟ ରହିଛନ୍ତି । ଏଥିରୁ ପାଞ୍ଚଜଣ ସ୍ଥାୟୀ ସଦସ୍ୟ ରହିଛନ୍ତି ।ସ୍ଥାୟୀ ସଦସ୍ୟମାନଙ୍କ  ମଧ୍ୟରୁ ଆମେରିକା, ରୁଷ, ଫ୍ରାନ୍ସ, ବିଟ୍ରେନ୍‌ ଓ ଚୀନ୍‌ ରହିଛନ୍ତି । ଅନ୍ୟ ୧୦ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି । ପ୍ରତିବର୍ଷ  ପାଞ୍ଚଜଣ ଅସ୍ଥାୟୀ ସଦସ୍ୟଙ୍କୁ ନିର୍ବାଚିତ ହୋଇଥାନ୍ତି ।ଅସ୍ଥାୟୀ ସଦସ୍ୟଙ୍କ କାର୍ଯ୍ୟକାଳ ୨ବର୍ଷ ରହିଥାଏ । ତେଣୁ ଭାରତର ମଧ୍ୟ ୨ବର୍ଷ କାର୍ଯ୍ୟକାଳ ରହିଛି ।

{"id":287888,"sizeSlug":"large"}

ଭାରତ ପୂର୍ବରୁ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫,୧୯୯୧-୯୨ ଓ ଶେଷଥର ଥର ପାଇଁ ୨୦୧୧-୧୨ ଜାତିସଂଘ ପରିଷଦର ଅସ୍ଥାୟୀ  ଭାବେ ମନୋନୀତ ହୋଇଥିଲା । ଜାତିସଂଘ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେବା ପାଇଁ ୧୨୯ ଖଣ୍ଡ ଭୋଟର ଆବଶ୍ୟକ ରହିଥିଲା ।ହେଲେ ଭାରତ ସପକ୍ଷରେ ୧୮୪ ଖଣ୍ଡ ଭୋଟ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.