ଦ୍ୱିତୀୟ ତ୍ରୈମାସିକରେ ୧୩% ପର୍ଯ୍ୟନ୍ତ ଖସିବ ଅର୍ଥବ୍ୟବସ୍ଥା,ଏବେ ଆବଶ୍ୟକ ୧୯୯୧ ଭଳି ସଂସ୍କାର

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୨୬।୯: ଜାରି ଅର୍ଥିକବର୍ଷର ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ହ୍ରାସର ଆଶଙ୍କା କରାଯାଉଛି। ଏହି ସମୟରେ ଅର୍ଥବ୍ୟବସ୍ଥା ଅନୁନ୍ୟ ୧୨.୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଏକ ଅନୁମାନରୁ ଜଣାପଡିଛି। ଏଥିରୁ ଦେଶର ଜିଡିପିକୁ କୋଭିଡ ପୂର୍ବାବସ୍ଥାକୁ ନେବା ଲାଗି ଅନୁନ୍ୟ ୨ ବର୍ଷ ବା ଅଧିକ ସମୟ ଲାଗିପାରେ। ଏଣୁ ନ୍ୟାସନାଲ କାଉନସିଲ ଫର ଆପ୍ଲାଇଡ ଇକୋନମୀ ରିସର୍ଚ୍ଚ(ଏନସିଏଇଆର) ଅର୍ଥନୀତିରେ ସୁଧାର ଲାଗି ୧୯୯୧ ମସିହା ଭଳି ପଦକ୍ଷେପ ନେବାର ଆବଶ୍ୟକତା ଥିବା କହିଛନ୍ତି।

{"id":334992,"sizeSlug":"large"}

ଏହା ପୂର୍ବରୁ ଜୁନ ୩୦ ତାରିଖରେ ସମାପ୍ତ ହୋଇଥିବା ତ୍ରୈମାସିକରେ ଦେଶର ଜିଡିପିରେ ୨୩.୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲା। ଏନସିଏଇଆରଙ୍କ ଅନୁସାରେ ୨୦୨୦-୨୧ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଅର୍ଥବ୍ୟବସ୍ଥା ୧୨.୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏଥିରେ ଏକମାତ୍ର କୃଷି କ୍ଷେତ୍ରରେ ଯାହା ପ୍ରଗତିର ଆଶା ରହିଛି। ଏଣୁ କରୋନା ଏବଂ ଏହି କାରଣରୁ ବଢୁଥିବା ଏନପିଏ ଯୋଗୁ ଗତ ଆର୍ଥିକ ବର୍ଷର ସ୍ତର ସୁଧାର ଲାଗି ୨୦୨୨-୨୩ରୁ ବି ଅଧିକ ସମୟ ଲାଗିଯାଇପାରେ। ତେବେ ଏହା ପୂର୍ବରୁ ୨୦୨୨ ବେଳକୁ ଜିଡିପିରେ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧାର ଅନୁମାନ କରାଯାଉଥିଲା।

{"id":334993,"width":575,"height":323,"sizeSlug":"large"}

ତେବେ ଥିଙ୍କଟ୍ୟାଙ୍କ ଅନୁସାରେ ଆର୍ଥିକ ସୁଧାର ନିମନ୍ତେ ୧୯୯୧ ମସିହା ଭଳି ସଂସ୍କାରର ଏବେ ଆବଶ୍ୟକତା ଜରୁରି। ଏଥିଲାଗି ଏବେ ସରକାରଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଙ୍କ ଉପରେ କଡା ନଜର ରଖିବାକୁ ପଡିବ। ଏହା ଛଡା ଆର୍ଥିକ ସ୍ଥିରତା ଲାଗି ମଧ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ପଡିବ। ସେହିପରି ସରକାରଙ୍କୁ ଏନପିଏ ସମସ୍ୟା ଦୂର କରିବା ଲାଗି ପବ୍ଲିକ ସେକ୍ଟର ବ୍ୟାଙ୍କମାନଙ୍କ ଗୁଡ ଗଭର୍ଣ୍ଣାନସ ଓ ଋଣ ଜରିଆରେ ଏମଏସଏମଇଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ପଡିବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.