ଆଗେଇ ଚାଲିଲା ଦେଶର ଅର୍ଥ ବ୍ୟବସ୍ଥା: ସରକାର ଓ ଜନତାଙ୍କ ପାଇଁ ଶୁଭ ସଂକେତ

Published By : Prameya-News7 Bureau | November 02, 2020 IST

ନୂଆଦିଲ୍ଲୀ ୦୨/୧୧ : ସାଧାରଣ ଜନତା ଓ ସରକାରଙ୍କ ସମସ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଲକଡାଉନ୍ ପରେ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଏହାସହ ରାଜସ୍ବ ଆଦାୟ ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତବର୍ଷ ଅକ୍ଟୋବର ମାସ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଛି। ଯାନବାହାନ ବିକ୍ରି ମଧ୍ୟ ବଢିଛି। ଫଳରେ ଆର୍ଥିକ ବ୍ୟବସ୍ଥା ସୁଧୁରିବାରେ ଲାଗିଛି। ଅକ୍ଟୋବରରେ ବିଜୁଳି ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି।

ଅର୍ଥ ମନ୍ତ୍ରାଳୟ କହିଛି ଯେ, ଅକ୍ଟୋବର ୩୧ ତାରିଖ ସୁଦ୍ଧା ଦାଖଲ କରାଯାଇଥିବା ଜିଏସଟିଆର-୩ବି ରିଟର୍ନ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚିଛି। ଅକ୍ଟୋବରରେ ମୋଟ ଜିଏସଟି ସଂଗ୍ରହ ୧୦୫୧୫୫ କୋଟି ଟଙ୍କା ରହିଛି। ଏଥିରେ ସିଜିଏସଟି ଅଂଶ ୧୯୧୯୩ କୋଟି ଟଙ୍କା, ଏସଜିଏସଟି ୫୪୧୧ କୋଟି ଟଙ୍କା, ଆଇଜିଏସଟି ୫୨୫୪୦ କୋଟି ଟଙ୍କା ଏବଂ ୮୦୧୧ କୋଟି ଟଙ୍କାର ଉପକାର ସାମିଲ ରହିଛି। 

{"id":354762,"width":569,"height":297,"sizeSlug":"large"}

କରୋନା ସଙ୍କଟ ପରେ ପାର୍ବଣ ଋତୁରେ ବାହାନ ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ଅନେକ କମ୍ପାନୀର ଗାଡି ବିକ୍ରି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ରହିଛି। ନବରାତ୍ର ସମୟରେ କିୟା ମୋଟର୍ସ, ଟୟୋଟା କିର୍ଲୋସ୍କର ମୋଟର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ହୋଣ୍ଡା କାରର ବିକ୍ରି ମଧ୍ୟ ବୃଦ୍ଧି ପାଇଛି। ଦେଶର ସବୁଠାରୁ ବଡ କାର କମ୍ପାନୀ ମାରୁତି ବିକ୍ରି ନବରାତ୍ରରେ ୨୭ ପ୍ରତିଶତ ବୃଦ୍ଧି ପାଇ ୯୬ ହଜାର ୭୦୦ ୟୁନିଟରେ ପହଞ୍ଚିଛି। କିୟା ମୋଟର୍ସର ବିକ୍ରି ୨୨୪ ପ୍ରତିଶତ ବୃଦ୍ଧି ପାଇ ୧୧ ହଜାର ୬୪୦ ୟୁନିଟରେ ପହଞ୍ଚିଛି। ଟୟୋଟା କିର୍ଲୋସ୍କର ମୋଟର ବିକ୍ରି ୫ ହଜାର ୟୁନିଟ ବୃଦ୍ଧି ପାଇଛି ଯାହା ଗତ ବର୍ଷ ଏହି ଅବଧି ତୁଳନାରେ ୧୩ ପ୍ରତିଶତ ଅଧିକ। ନବରାତ୍ରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ବୁକିଂ ୪୧ ପ୍ରତିଶତ ବୃଦ୍ଧି ପାଇଛି।

ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଚାହିଦା କୋଭିଡ୍ ପୂର୍ଵ ସ୍ଥିତିକୁ ପହଞ୍ଚି ଯାଇଛି। ଅକ୍ଟୋବରରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ୬.୬ ପ୍ରତିଶତ ବୃଦ୍ଧି ପାଇଛି। ଲକଡାଉନ୍ ପରେ ଅକ୍ଟୋବର ମାସରେ ଡିଜେଲ୍ ବିକ୍ରି ବୃଦ୍ଧି ପାଇଛି। ଏହାସହ ସାର୍ବଜନିକ ପରିବହନ ପରିବର୍ତ୍ତେ ଘରୋଇ ଗାଡି ବ୍ୟବହାର ଯୋଗୁଁ ପେଟ୍ରୋଲ ଚାହିଦା ଡିଜେଲ ଅପେକ୍ଷା ଅଧିକ ରହିଛି। ଅକ୍ଟୋବରରେ ବିକ୍ରି ଆଶାନୁରୂପ ଭଲ ଫଳ ଦେଇଛି।

{"id":354765,"sizeSlug":"large"}

ଦେଶରେ ବିଜୁଳି ବ୍ୟବହାର ଚଳିତ ଅକ୍ଟୋବରରେ ୧୩.୩୮ ପ୍ରତିଶତ ବୃଦ୍ଧି ପାଇ ପାଖାପାଖି ୧୧୧ ଅରବ ୟୁନିଟ ହୋଇଛି। କାରଣ ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ତରଫରୁ ବିଜୁଳି ଚାହିଦା ବୃଦ୍ଧିପାଇଛି। ବିଦ୍ୟୁତ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଅକ୍ଟୋବରରେ ଦେଶର ବିଦ୍ୟୁତ୍ ବ୍ୟବହାର ୧୧୦.୯୪ ୟୁନିଟ ରହିଥିଲା। ଗତ ବର୍ଷ ଅକ୍ଟୋବରରେ ଏହା ୯୭.୮୪ ଅରବ ୟୁନିଟ ଥିଲା। ଆଗାମୀ ମାସରେ ଏହି ସ୍ଥିତି ଆହୁରି ସୁଧୁରିବ ନେଇ ଆଶା କରାଯାଉଛି। ସୂଚନା ଅନୁଯାୟୀ, ୬ମାସ ଅନ୍ତରାଳରେ ବିଜୁଳି କ୍ଷେତ୍ରରେ ଚାହିଦା ସୁଧୁରିବ ଆରମ୍ଭ ହୋଇଛି।

ଉଦ୍ୟୋଗ ମଣ୍ଡଳ  FICCI କହିବାନୁଯାୟୀ, ଦେଶର କୋଭିଡ-୧୯ ରଣନୀତି ଠିକ ପ୍ରମାଣିତ ହୋଇଛି ଏବଂ ଅର୍ଥ ବ୍ୟବସ୍ଥା ଖୁବ ଶୀଘ୍ର ସୁଧୁରିଯିବ। FICCI ଅଧ୍ୟକ୍ଷ ସଂଗୀତ ରେଡ୍ଡୀ କହିଛନ୍ତି ଯେ, ବର୍ତ୍ତମାନ ଦୃଢ ପଦକ୍ଷେପ ଓ ବୁଦ୍ଧିମତାର ସହ କାମ କରିବା ସମୟ ଆସିଛି। ସେ କହିଛନ୍ତି ଯେ ସାରା ଦୁନିଆର ସରକାରମାନଙ୍କ ମଧ୍ୟରେ ଜୀବନ ଓ ଅଜୀଵିକା ସଂରକ୍ଷଣ ମଧ୍ୟରେ ସନ୍ତୁଳନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଭାରତ ଶକ୍ତ ଲକଡାଉନ ଲାଗୁ କରିଥିଲା ଏବଂ ସୁସ୍ଥ ଜୀବନକୁ ଆଗକୁ ବଢାଇବାକୁ ଜୀବନ ରକ୍ଷା କରିବାରେ ଧ୍ୟ କେନ୍ଦ୍ରିତ କରିଥିଲା। ଏହି ରଣନୀତିର ଫଳାଫଳ ଠିକ ଆସିଛି। ଉନ୍ନତ ଚିକିତ୍ସା, ଚିକିତ୍ସା ଭିତ୍ତିଭୂମି, ପିପିଇ ଯୋଗାଣ ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଥିଲା। ଯାହାଫଳରେ ଦେଶରେ ମୃତ୍ୟୁହାରକୁ ନିୟନ୍ତ୍ରଣ କରାଯାଇଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.