Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଦେଶର ଆର୍ଥିକ ସ୍ଥିତି ଉଦବେଗଜନକ, ସୁଧାର ଲାଗି ତ୍ୱରିତ୍ ପଦକ୍ଷେପ ଜରୁରୀ

27/09/2020 at 4:57 PM

ନୂଆଦିଲ୍ଲୀ ୨୭।୯: ଭାରତ ୧୯୯୧ ମସିହାପରେ ସବୁଠୁ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। ସ୍ୱାଧୀନତାପରେ ଦେଶ ଚତୁର୍ଥଥର ଏପରି ପରିସ୍ଥିତିକୁ ଯାଇଥିବା ବେଳେ ଅର୍ଥବ୍ୟବସ୍ଥାକୁ ପୁନର୍ଜୀବିତ କରିବା ଲାଗି ସରକାରଙ୍କୁ ଏବେ ଦ୍ରୁତ ପଦକ୍ଷେପ ନେବା ଜରୁରି ହୋଇପଡିଛି। ଏଥିରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି ଲାଗି ରାଜକୋଷୀୟ ବ୍ୟୟରେ କାର୍ଯ୍ୟକ୍ରମ ବୃଦ୍ଧିର ଆବଶ୍ୟକତା ଥିବା ଅର୍ଥନୀତିଜ୍ଞ ପରାମର୍ଶ ଦେଉଛନ୍ତି।

ଗତ ଅଗଷ୍ଟ ମାସରେ ଦେଶରେ ବେକାରୀ ହାର ୮.୩ ପ୍ରତିଶତକୁ ପହଞ୍ଚିଥିଲା। ଏଥିରେ ସହରାଞ୍ଚଳରେ ୯.୮ ପ୍ରତିଶତ ଲୋକେ ନିଯୁକ୍ତି ହରାଇଥିବା ବେଳେ ଗ୍ରାମାଞ୍ଚଳରେ ୭.୬ ପ୍ରତିଶତ ନିଯୁକ୍ତି ହ୍ରାସ ହୋଇଛି। ମ୍ୟାକ୍‌କିନସେଙ୍କ ଅନୁସାରେ ଆଗାମୀ ୧୦ ବର୍ଷରେ ୯୦ ନିୟୁତ ଅଣ କୃଷି ରୋଜଗାର ସୃଷ୍ଟି ଲାଗି ଜିଡିପି ୮ ପ୍ରତିଶତ ବୃଦ୍ଧି ହେବା ଆବଶ୍ୟକ। ଖାଦ୍ୟସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ଜୁଲାଇ ୨୦୨୦ରେ ଖୁଚୁରା ମଦ୍ରାସ୍ପିତି ହାର ୬.୯୩ ପ୍ରତିଶତକୁ ଛୁଇଁଥିଲା। ମିଳୁଥିବା ତଥ୍ୟରୁ ଲକଡାଉନ୍‌ ସମ୍ପୂର୍ଣ୍ଣ ଆର୍ଥିକ ଗତିବିଧିକୁ  ବନ୍ଦ ରଖିବା ଯୋଗୁ ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏଣୁ  ଖାଦ୍ୟପଦାର୍ଥର ମୁଦ୍ରାସ୍ପିତି ହାର ୯.୬୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।  

ଲକଡାଉନରେ  ଭାରତୀୟ ଅର୍ଥ ବ୍ୟବସ୍ଥା ପୁରା ୬୮ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲ। ପରେ କ୍ରମିକ ଅନଲକ ଯୋଗୁ ଏବେ ଏଥିରେ ହଲଚଲ ଆସିଛି। ଏଣୁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ୨୩.୯ ପ୍ରତିଶତ ଥିବା ଦେଖାଯାଇଛି। ଏଥିରୁ ଲକଡାଉନ ସମୟରେ ସରକାର ଘୋଷଣା କରିଥିବା ରାଜସ୍ୱ ସମର୍ଥନ ଓ ମୌଦ୍ରିକ ପ୍ରୋତ୍ସାହନରୁ ସେପରି କୌଣସି ଲାଭ ମିଳିନଥିବା ସ୍ପଷ୍ଟ ହୋଇଯାଇଛି। ଜିଡିପି ୨୬.୯ ଲକ୍ଷ କୋଟିଟଙ୍କା ହ୍ରାସ ହୋଇ ୩୮.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯାଇଛି। ପରିସଂଖ୍ୟାନବିଦ୍‌ ପ୍ରଣବ ସେନ୍‌ ମୋଟ ଜିଡିପି ହ୍ରାସ ୩୫ ପ୍ରତିଶତ ବୋଲି କହିଛନ୍ତି।  

ପ୍ରାୟ ୪୦ ବର୍ଷ  ପରେ ଭାରତ ଏପରି ଜିଡିପି ହ୍ରାସର ସମ୍ମୁଖୀନ ହୋଇଛି। ତେବେ ଜି-୨୦ ଦେଶମାନଙ୍କ ଅନୁସାରେ ଏହା ଏକ ଛୋଟ ହ୍ରାସ କୁହାଯାଉଥିଲେ ହେଁ ଭାରତ ଭଳି ଅର୍ଥ ବ୍ୟବସ୍ଥାକୁ ଏଠାରୁ ଆଗକୁ ନେବା ଏବେ ଚାଲେଞ୍ଜ ସୃଷ୍ଟି କରିଛି। କୋଭିଡ ଓ ଏଥିଲାଗି ଲକଡାଉନ୍‌ ଅତିବେଶିରେ ୫ରୁ ୧୦ ପ୍ରତିଶତ ଜିଡିପି ହ୍ରାସ କରିବ ବୋଲି ଅନୁମାନ କରାଯାଉଥିଲା। ଏସବିଆଇ ୧୬.୫ ପ୍ରତିଶତର ହ୍ରାସ ଅନୁମାନ କରିଥିବ ବେଳେ ନ୍ୟାସନାଲ କାଉନସିଲ ଫର ଆପ୍ଲାଏଡ ଇକନୋମିକ୍ସ ଏଣ୍ଡ ରିସର୍ଚ୍ଚ(ଏନସିଏଇଆର) ସର୍ବାଦିକ ୨୬ ପ୍ରତିଶତର ହ୍ରାସ ଅନୁମାନ କରିଥିଲେ। ହେଲେ ଲକଡାଉନ ଯେଉଁ ପରିସ୍ଥିତି ସୃଷ୍ଟି କରିଛି ଏଥିରୁ ମୁକୁଳିବା ଏବେ ଏତେ ସହଜ ନୁହେଁ ବୋଲି ଜଣାପଡିଗଲାଣି।

ଜିଡିପି ଆକଳନକୁ ନେଇ ଆରବିଆଇ ଏବେ ନିରବତା ଅବଲମ୍ବନ କରୁଛନ୍ତି। ତେବେ ପଞ୍ଚଦଶ ବିତ୍ତ କମିଶନ ଜିଡିପି ଅଭିବୃଦ୍ଧି ବିଯୁକ୍ତ ୬ ପ୍ରତିଶତରୁ ୧ ପ୍ରତିଶତ ଅନୁମାନ କରିଛନ୍ତି। ଏଥିରେ ଗୋଲ୍ଡମ୍ୟାନ ସେନସେକ୍ସ ୫ ପ୍ରତିଶତ ଜିଡିପି ସଙ୍କୋଚନ ଅନୁମାନ କରୁଥିବା ବେଳେ କ୍ରିସିଲ ୯ ପ୍ରତିଶତ, ଫିଚ୍ ୧୦.୫ ପ୍ରତିଶତ ଓ ମୁଡିଜ୍ ୨୦୨୧ ଆର୍ଥିକ ବର୍ଷ ଲାଗି ୧୧.୫ ପ୍ରତିଶତ ହ୍ରାସର ଅନୁମାନ କରୁଛନ୍ତି। ଏଥିରୁ ଅର୍ଥବ୍ୟବସ୍ଥା ୧୯୫୦ ଦଶକ ପରେ ତାର ସବୁଠାରୁ ଦୟନିୟ ସ୍ଥିତିକୁ ଚାଲିଯାଇଥିବା ଅନୁମାନ କରାଯାଉଛି।   

କୋଭିଡ-୧୯ ଯେ କେବଳ ଭାରତକୁ ଏପରି ଦେବାଳିଆ କରିଛି ତା ନୁହେଁ ସାରା ବିଶ୍ୱ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛି। ୨୦୨୦ରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲୁଟିଓ) ତାଙ୍କ ନୋଟସ୍‌ ୱାର୍ଲଡ ଟ୍ରେଡ ୧୩ରୁ ୩୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଆକଳନ କରୁଛନ୍ତି । ସେହିପରି ୟୁଏନସିଟିଏଡି ଦ୍ୱିତୀୟ ତ୍ରୈମାସିକରେ ଅନ୍ତର୍ଜାତୀୟ ଗୁଡସ୍ ଟ୍ରେଡରେ ୨୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଅନୁମାନ କରିଛନ୍ତି। ବିଶ୍ୱସ୍ତରୀୟ ଅଭିବୃଦ୍ଧିରେ ଆଇଏମଏଫ ପ୍ରକଳ୍ପମାନଙ୍କର ୪.୨ ପ୍ରତିଶତ ହ୍ରାସ ଅନୁମାନ କରାଯାଉଥିବା ବେଳେ ବିଶ୍ୱବ୍ୟାଙ୍କ ଏବଂ ଓଇସିଡିଙ୍କ ହିସାବରେ ବୈଶ୍ୱିକ ହ୍ରାସ ଯଥାକ୍ରମେ ୫.୨ ଓ ୬ ପ୍ରତିଶତ ହ୍ରାସ ହେବ ବୋଲି ଅନୁମାନ କରୁଛନ୍ତି।  

କଣ କରଯିବା ଜରୁରି
ତଥ୍ୟ ଅନୁସାରେ ନିର୍ମାଣ କ୍ଷେତ୍ର ସର୍ବାଧିକ ୫୦.୩ ପ୍ରତିଶତ ସଙ୍କୁଚିତ ହୋଇଛି। ଏହା ବାଦେ ହୋଟେଲ ଓ ପରିବହନ ବ୍ୟବସାୟ ୪୭ ପ୍ରତିଶତ, ପୁନନିର୍ମାଣ ୩୯.୩ ପ୍ରତିଶତ, ଖନନ ୨୩.୮ ପ୍ରତିଶତ ସଙ୍କୁଚିତ ହୋଇଥିବା ଜଣାପଡିଛି। ଦେଶର ଏହି ସବୁ କ୍ଷେତ୍ର ନୂଆ ରୋଜାଗର ସୃଷ୍ଟି ହୋଇଥାଏ। ତେବେ ଏହା ଏବେ ସଙ୍କୁଚିତ ହେବା ବେକାରୀ ବୃଦ୍ଧିର କାରଣ ପାଲଟିବ। ଏଥିରେ କୃଷିକ୍ଷେତ୍ର ଜିଡିପିରେ ୩.୪ ପ୍ରତିଶତ ଅଭିବୃଦ୍ଧି ସତ୍ତ୍ୱେ ମଧ୍ୟ ଏହା ଚିନ୍ତାଜନକ ରହିଛି। ଭାରତୀୟ ଷ୍ଟେଟ୍‌ବ୍ୟାଙ୍କଙ୍କ ଏକ ଅଧ୍ୟୟନରୁ ୮ ରାଜ୍ୟଙ୍କ ମୋଟ ଜିଡିପିରେ ଗ୍ରାମୀଣ କ୍ଷେତ୍ରର କ୍ଷତି ସହରାଞ୍ଚଳ ତୁଳନାରେ ଅଧିକ। ଏଥିରୁ ଅଧିକାଂଶ ରାଜ୍ୟ ଖାଦ୍ୟଶଶ୍ୟ, ଡାଲି ଓ ତୈଳ ଉତ୍ପାଦନ କରନ୍ତି।  

 ଏଣୁ ଉପୁଜିଥିବା ପରିସ୍ଥିତିରେ ଅର୍ଥବ୍ୟବସ୍ଥାକୁ ପୁନର୍ଜୀବନ ଦେବାକୁ ହେଲେ ଶାନ୍ତ ଆତ୍ମ ନିରିକ୍ଷଣ ସାଙ୍ଗକୁ ରାଜନୈତିକ କାର୍ଯ୍ୟାନୁଷ୍ଠାନକୁ ପ୍ରେରିତ କରିବା ଦରକାର। କାରଣ ଗତ ଜୁଲାଇରେ ଇଣ୍ଡଷ୍ଟ୍ରିୟାଲ ପ୍ରଡକ୍ସନ ୧୦.୪ ପ୍ରତିଶତ ହ୍ରାସ ହୋଇଛି। ସେପଟେ ଆରବିଆଇ ୫୬ ଦିନିଆ ରେପୋ ନିଲାମୀରୁ ମାତ୍ର ୧ ହଜାର କୋଟି ଟଙ୍କାର ବିଡ ପାଇଥିବା ଜଣାପଡିଛି। ଏଥିରୁ ଆର୍ଥିକ ବ୍ୟବସ୍ଥାର ଭିତ୍ତିଭୂମି ଧ୍ୱଂସ୍ତ ହୋଇଥିବା ପ୍ରମାଣିତ ହେଉଛି।  

 ଅଧିକ ଖର୍ଚ୍ଚ ଆବଶ୍ୟକ
ବର୍ତ୍ତମାନର ହ୍ରାସ ଏକ ଶୁଭ ସଂକେତ ହେଲେ କୋଭିଡ ପୂର୍ବ ଅର୍ଥବ୍ୟବସ୍ଥା ମଧ୍ୟ ତଳମୁହାଁ ଥିଲା। ଏଣୁ ଅର୍ଥବ୍ୟବସ୍ଥାକୁ ସରକାର କୋଭିଡ ପୂର୍ବ ସ୍ତରକୁ ପହଞ୍ଚାଇବାକୁ ହେଲେ ନିଜର ଖର୍ଚ୍ଚ ବଢାଇବା ଜରୁରି ହୋଇପଡିଛି। ଏଥିପାଇଁ ସରକାରଙ୍କୁ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡିବ। ବ୍ୟାଙ୍କର, ବ୍ୟବସାୟୀ ଓ ଅନ୍ତର୍ଜାତୀୟ ସଙ୍ଗଠନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ଲାଗି ସରକାରଙ୍କୁ କାର୍ଯ୍ୟ କରିବାକୁ ପଡିବ। ଏଣୁ ସରକାରଙ୍କୁ ଦୃଢ ରାଜକୋଷୀୟ ଯୋଜନା କରିବାକୁ ହେବ।

ଏଥିଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇସାରିଛନ୍ତି। ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉପୁଜିଥିବା ଭୟ ଓ ଅସୁରକ୍ଷାର ଭାବନା ସରକାର ପ୍ରଥମେ ଦୂର କରନ୍ତୁ ବୋଲି କହିଥିଲେ ମନମୋହନ।   ବଜାରରେ ଚାହିଦା ସୃଷ୍ଟି କରିବା ଲାଗି ସରକାରଙ୍କୁ ତାଙ୍କର ନୀତି ପୁନନିର୍ଦ୍ଦେଶିତ କରିବା ଦରକାର। ଏଥିପାଇଁ ପ୍ରତ୍ୟକ୍ଷ ରାଜୋଷ ସମର୍ଥନ ଦରକାର।

କେନ୍ଦ୍ର ଅର୍ଥମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ନୂଆ ଖର୍ଚ୍ଚ ଜିଡିପିର ୨ ପ୍ରତିଶତରୁ ଅଧିକ ନଥିଲା। ଏଣୁ ଅର୍ଥବ୍ୟବସ୍ଥାକୁ ବାଞ୍ଚାଇବା ଲାଗି ପ୍ରଥମେ ସରକାର ନିଜେ ଜାଗ୍ରତ ହେବା ଦରକାର ଓ ଏଥିଲାଗି ଦ୍ରୁତ ପଦକ୍ଷେପ ନେବା ବର୍ତ୍ତମାନ ସମୟର ସବୁଠୁ ବଡ ଆବଶ୍ୟକତା ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।  

   Related Posts