ପୁଲୱାମା ଘଟଣାର ୧୦ ଦିନ ପରେ ମଧ୍ୟ ପାକିସ୍ତାନ ବିରୋଧରେ ହେଲାନି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ, ଦେଶବାସୀ କ୍ଷୁବ୍ଧ

Published By : Prameya-News7 Bureau | February 25, 2019 IST

ନୂଆଦିଲ୍ଲୀ୨୫|୨: ନ୍ୟାସନାଲ ୱାର ମେମୋରିଆଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ନ୍ୟାସନାଲ ଷ୍ଟାଡିୟମରେ ପୂର୍ରବତନ ସାମରିକ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧନ କରିଛନ୍ତି । ସେପଟେ ପୁଲୱାମା ଆକ୍ରମଣ ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ତିନି ପ୍ରମୁଖ ସେନା ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଭାରତ ପାକିସ୍ତାନ ଉପରେ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବା ପରେ ପାକିସ୍ତାନର ନେତୃମଣ୍ଡଳୀ ଏପରିକି ସାମ୍ବାଦିକଙ୍କ ମୁଲ୍ୟହିନ ପ୍ରତିକ୍ରୀୟାକୁ  ନେଇ ଭାରତରେ ପାକିସ୍ତାନ ପ୍ରତି ନକରାତ୍ମକ ଆଭିମୁଖ୍ୟ ବଢିବାରେ ଲାଗିଛି।

{"id":88677,"width":598,"height":341}

ସେପଟେ ପୁଲୱାମା ଆକ୍ରମଣ ଘଟଣାରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ତିନି ସେନା ପ୍ରମୁଖଙ୍କ ବୈଠକ ଆରମ୍ଭ ହୋଇଛି । ନିଜର ଆତ୍ମରକ୍ଷା ପାଇଁ ଭାରତ ଯେ କୌଣସି ପଦକ୍ଷେପ ନେଇପାରିବ ବୋଲି ବିଶ୍ବ ସମୁହ ସମର୍ଥନ ଜଣାଇଛନ୍ତି ।  ପୁଲୱାମା ଆକ୍ରମଣକୁ ୧୦ଦିନ ବିତିଥିଲେ ମଧ୍ୟ ଭାରତ କୌଣସି କାର୍ଯାନୁଷ୍ଠାନ ନେଉନଥିବାରୁ ଦେଶବାସୀଙ୍କ ମନରେ କ୍ଷୋଭ ଦ୍ବିଗୁଣିତ ହେବାରେ ଲାଗିଛି ।ସେପଟେ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ବନ୍ଦ ଥିବା ବସ୍‌ ସେବା ପୁଣି ଆରମ୍ଭ କରିଛନ୍ତି ସରକାର।

{"id":88678,"width":593,"height":394}

ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତନ ପ୍ରଧାନମନ୍ତ୍ରୀଙ୍କ ଦୁର୍ଭାଗ୍ୟ ଜନକ ମନ୍ତବ୍ୟ ପରେ ପାକିସ୍ତାନର ଜଣେ ସାମ୍ବାଦିକ ଭାରତପକ୍ଷରୁ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକକୁ ସମାଲୋଚନା କରି କହିଛନ୍ତି ଟମାରଟକି  ଜବାବ ଆଟମ ବମ ସେ ମିଲେଗା । ଏଭଳି ଦୁର୍ଭାଗ୍ୟ ଜନକ ଟିପ୍ପଣୀ ବାରମ୍ବାର ପାକିସ୍ତାନ ପକ୍ଷରୁ ଆସୁଥିବାରୁ ତାଙ୍କୁ ସବକ୍ ସିଖାଇବାର ସମୟ ଆସିଛି ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।

{"id":88679,"width":594,"height":333}

ତେବେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ କାର୍ଯ୍ୟକଳାପକୁ ନେଇ ଭାରତ ପକ୍ଷରୁ ଏଯାଏ କୌଣସି ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଯିବା ତଥା ପାକିସ୍ତାନ ଭାରତ ପକ୍ଷରୁ ହୋଇଥିବା ପ୍ରତିବନ୍ଧକ କୁ ତିଳେ ମାତ୍ର ଖାତିର ନକରିବା ଦେଶବାସୀ ଙ୍କୁ ଅଧିକରୁ ଅଧିକ ନିରାଶ କରିଛି ।

{"id":88680,"width":593,"height":445}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.