ଭାରତର ବଡ ସଫଳତା: ପ୍ରସ୍ତୁତ କଲା କରୋନା ଆଣ୍ଟିବଡି ଟେଷ୍ଟିଂ କିଟ୍ସ୍ 'ଏଲିସା'

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ, ୧୦|୦୫:   ଦେଶରେ କରୋନା ଭାଇରସକୁ ନେଇ ଆତଙ୍କ ଜାରି ରହିଛି । ପ୍ରତିଦିନ କରୋନା ଭାଇରସର ଶହ ଶହ ମାମଲା ସାମ୍ନାକୁ ଆସିଛି । ତେବେ କରୋନା ଯାଂଚକୁ ନେଇ ଭାରତକୁ ଏକ ବଡ ସଫଲତା ମିଳିଛି । ଭାରତ କୋଭିଡ-୧୯ ଆଣ୍ଟିବଡିକୁ ଚିହ୍ନଟ କରିପାରୁଥିବା ଟେଷ୍ଟିଂ କିଟ୍ସ୍ ବିକଶିତ କରିଛି ।

wp:core-embed/twitter {"url":"https://twitter.com/drharshvardhan/status/1259473102540431360?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259473102540431360\u0026ref_url=https%3A%2F%2Faajtak.intoday.in%2Fstory%2Fcorona-virus-covid-19-test-kit-antibody-detection-developed-national-institute-of-virology-pune-harsh-vardhan-1-1189492.html","type":"rich","providerNameSlug":"twitter","className":""}
https://twitter.com/drharshvardhan/status/1259473102540431360?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259473102540431360&ref_url=https%3A%2F%2Faajtak.intoday.in%2Fstory%2Fcorona-virus-covid-19-test-kit-antibody-detection-developed-national-institute-of-virology-pune-harsh-vardhan-1-1189492.html
/wp:core-embed/twitter

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ଯେ, ପୁଣେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜୀ କୋଭିଡ-୧୯ ଆଣ୍ଟିବଡିର ସନ୍ଧାନ କରିପାରୁଥିବା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି-ସାର୍ସ-ସିଓଭି-୨ ଆଇଜିଜି ଏଲିସା କିଟ୍ସକୁ ସଫଲତାପୂର୍ବକ ବିକଶିତ କରିଛି ।

ଏହା ପୂର୍ବରୁ ରବିବାର ମଣ୍ଡୋଲିରେ କୋଭିଡ-୧୯ କ୍ୱାରେଣ୍ଟାଇନ୍ ସେଣ୍ଟର ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ। ସେ କହିଥିଲେ ଯେ, ଦେଶରେ ଏବେ ୪୩୬୨ଟି କୋଭିଡ୍ କେୟାର ସେଣ୍ଟରରେ ୩,୪୬,୮୫୬ଜଣ ଲୋକଙ୍କୁ ରଖାଯାଇଛି ।  ଏବେସୁଦ୍ଧା କେନ୍ଦ୍ର ସରକାର ୭୨ ଲଭ ଏନ-୯୫ ମାସ୍କ ଓ ୩୬ ଲକ୍ଷ ପିପିଇ କିଟ୍ ପଠାଇ ସାରିଛନ୍ତି । ଯେଉଁରାଜ୍ୟରେ କୌଣସି କରୋନା ମାମଲା ଆସିନାହିଁ ସେସବୁ ହେଲା ସିକିମ, ନାଗାଲାଣ୍ଡ ଓ ଲାକ୍ଷାଦ୍ୱୀପ । ସେହିପରି ଆଣ୍ଡାମାନ ନିକୋବର, ଅରୁଣାଞ୍ଚଶ ପ୍ରଦେ, ଗୋଆ, ମଣିପୁର  ମିଜୋରାମରେ କରୋନାର କୌଣସି ସକ୍ରିୟ କେସ୍ ନାହିଁ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରତିଦିନ ଦେଶରେ ପ୍ରାୟ ୯୫ ହଜାର ଲୋକଙ୍କ ଟେଷ୍ଟ କରାଯାଉଛି । ୩୩୨ଟି ସରକାରୀ ଓ ୧୨୧ଟି ବେସରକାରୀ ଲ୍ୟାବରେ ଟେଷ୍ଟ ହେଉଛି । ଏବେସୁଦ୍ଧା ମୋଟ ୧୫ ଲକ୍ଷ ୨୫ ହଜାର ୬୩୧ଜଣଙ୍କ ଟେଷ୍ଟ ହୋଇସାରିଛି । ସବୁଠାରୁ ବଡ କଥା କି ଗତ ୨୪ ଘଣ୍ଟାରେ ୧୦ଟି ରାଜ୍ୟରେ ଗୋଟିଏ ହେଲେ ପଜିଟିଭ୍ କେସ୍ ଆସିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.