ପ୍ରତିଶୋଧ- ଭାରତୀୟ ସେନା ଆକ୍ରମଣରେ ୧୧ ପାକ୍ ସେନା ସହ ଆତଙ୍କବାଦୀ ଆଡ୍ଡା ଓ ୩୫ ଆତଙ୍କବାଦୀ ନିପାତ, ଜାଣନ୍ତୁ ପୁରା ଘଟଣା
20/10/2019 at 8:46 PM

ନୂଆଦିଲ୍ଲୀ ୨୦ ।୧୦ – ପାକ୍ ଅଧିକୃତ କାଶ୍ମୀର-ପିଓକେରେ ଆତଙ୍କବାଦୀ ଶିବିରକୁ ଭାରତୀୟ ସେନାର ଟାର୍ଗେଟ୍ ।ଆଜି ସକାଳୁ ଜାମ୍ମୁ କାଶ୍ମୀରର ତଙ୍ଗଧାର ସେକ୍ଟରରେ ୨ ଜଣ ଭାରତୀୟ ଯବାନ ସହିଦ ହେବାର କିଛି ଘଣ୍ଟା ମଧ୍ୟରେ ଭାରତୀୟ ସେନା ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି ।ଏଥିରେ ୧୧ରୁ ଅଧିକ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବା ବେଳେ ପିଓକେରେ ଆତଙ୍କୀ କ୍ୟାମ୍ପ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।ତେବେ ପାକିସ୍ତାନୀ ଆକ୍ରମଣରେ କେତେକ ଭାରତୀୟ ଯବାନ ସହିଦ ହୋଇଥିବା ମଧ୍ୟ ପାକିସ୍ତାନ ଦାବି କରିଛି ।…

କିଛି ଦିନର ନୀରବତା ପରେ ସୀମାରେ ପୁଣି ଉତ୍ତେଜନା ।
ଭାରତୀୟ ସେନାର ତୋପ ମାଡ଼ରେ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କୀ କ୍ୟାମ୍ପ ଧ୍ବ୍ଂସ ।
ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୩ଟି କ୍ୟାମ୍ପ ସଂପୂର୍ଣ୍ଣ ନଷ୍ଟ
୧୦ରୁ ଅଧିକ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବାର ସୂଚନା

।ତେବେ ଏହି ଘଟଣା ପ୍ରଥମେ ଆରମ୍ଭ ହୋଇଥିଲା ତଙ୍ଗଧାର ସେକ୍ଟରରେ ।ଯେତେବେଳେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ପକ୍ଷରୁ ଶନିବାର ରାତିରୁ ଲଗାତର ଗୁଳି ବର୍ଷଣ ଚାଲିଥିଲା ।ଏଥିରେ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିଲେ ।ଏଥିରେ ଆଉ କିଛି ସାଧାରଣ ଲୋକ ଆହତ ହୋଇଥିଲେ ।ଏହାର ଜବାବରେ ଭାରତୀୟ ସେନା ନେଇଛି ତୁରନ୍ତ ଜବାବି କାର୍ଯ୍ୟାନୁଷ୍ଠାନ ।ପାକିସ୍ତାନର ଯେଉଁ ପୋଷ୍ଟରୁ ଗୁଳି ବର୍ଷଣ ହେଉଥିଲା ତାକୁ ଟାର୍ଗେଟ୍ କରି ଭାରତୀୟ ସେନା ତୋପ ମାଡ଼ କରିଥିଲା ।…

ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଖବରକୁ ସ୍ବୀକାର କରିଛି ପାକିସ୍ତାନ ।ତେବେ ନିଜର ମାତ୍ର ଜଣେ ସୈନ୍ୟ ପ୍ରାଣ ହରାଇଥିବା ପାକିସ୍ତାନୀ ସେନା ପକ୍ଷରୁ କୁହାଯାଇଛି । ନିଜର ମିଛ ପ୍ରଚାରକୁ ଜାରି ରଖି ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସେନାର ୯ ଜଣ ଯବାନ ଏଥିରେ ସହିଦ ହୋଇଛନ୍ତି ।

କିନ୍ତୁ ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛି ଭାରତୀୟ ସେନା ।ତେବେ ଆଜିର ସ୍ଥିତି ନେଇ ସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସହିତ କଥାବାର୍ତ୍ତା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଲଦାଖ ଗସ୍ତରେ ଯିବା ପୂର୍ବରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି ।ରାଜନାଥ ଘଟଣା ଉପରେ ନିଜେ ନଜର ରଖିଛନ୍ତି ।..

ବାଲାକୋଟ୍ ଏୟାରଷ୍ଟ୍ରାଇକର ୮ ମାସ ପରେ ପିଓକେରେ ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ସେନା ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସ୍ଥିତି ଶାନ୍ତ ଥିବା ବେଳେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ବାରମ୍ବାର ଉଦ୍ୟମ କରାଯାଉଛି ।ଶ୍ରୀନଗର ଆଖପାଖରେ ୧୦ରୁ ଅଧିକ ଆତଙ୍କୀ ଲୁଚି ରହିଥିବା ଗୁଇନ୍ଦା ସୁତ୍ରରୁ ସୂଚନା ମିଳିଛି ।ଏପରି ସ୍ଥିତିରେ କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କର କଡ଼ା ନଜର ରହିଛି ।…