Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଚୀନ୍‌କୁ ଇଞ୍ଚେବି ବଢିବାକୁ ଦେବନି ଭାରତ : ବିଶ୍ୱାସଘାତକୁ ଶକ୍ତ ଜବାବ ଦେବେ T-90 ଟ୍ୟାଙ୍କ, ଗଲଓ୍ୱାନ ଘାଟିରେ ନେଇସାରିଛି ପୋଜିସନ

30/06/2020 at 10:37 AM

ନୂଆଦିଲ୍ଲୀ ୩୦।୦୬:  ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିଚାଲିଛି । ସୀମା ବିବାଦ ତୁଟାଇବାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି । କଥାବାର୍ତ୍ତା ଜରିଆରେ ମାମଲାର ସମାଧାନ କରିବାକୁ  ଉଭୟ ଦେଶ ଉଦ୍ୟମ କରୁଛନ୍ତି । କିନ୍ତୁ ଏପଟେ କଥାବାର୍ତ୍ତା ଜରିଆରେ ମାମଲା ସମାଧାନ କରିବାକୁ ପ୍ରୟାସ କରୁଥିବା ଚୀନ୍‌, ସେପଟ ସୀମାରେ ସୈନ୍ୟବଳ ବୃଦ୍ଧି କରିବାରେ ଲାଗିଛି । ସୀମାରେ ପଛକୁ ସୈନ୍ୟ ନହଟାଇ , ବରଂ ଆହୁରି ଅଧିକ ସୈନ୍ୟ ମୁତୟନ କରୁଛି ବେଜିଂ । ଯାହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ କଡା ପଦକ୍ଷେପ ନେଇସାରିଛି । ସୀମାରେ ପରିସ୍ଥିତିକୁ ଦେଖି ଭାରତ ଟି-୯୦ଟ୍ୟାଙ୍କ ମୁତୟନ କରିଛି । ଗଲଓ୍ୱାନ ଘାଟିରେ ଏହି ଅତ୍ୟାଧୁନିକ ଟ୍ୟାଙ୍କ ମୁତୟନ କରାଯାଇଛି ।

ଭାରତୀୟ ସେନା ପକ୍ଷରୁ ଗଲଓ୍ୱାନ ଘାଟିରେ ୬ଟି ଟି-୯୦ଟ୍ୟାଙ୍କ ମୁତୟନ କରାଯାଇଛି । ସୀମାରେ ପରିସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କୌଣସି ପରିସ୍ଥିତିରେ ଚୀନ୍‌କୁ ହାଲ୍‌କା ଭାବେ ନିଆଯିବାପାରିବ ନାହିଁ ବୋଲି ଏପରି ନିଷ୍ପତ୍ତି ନିଆଯାଇଛି । ସେପଟେ ଭାରତ-ଚୀନ୍‌ ମଧ୍ୟରେ ମଙ୍ଗଳବାର ଦିନ ଶୀର୍ଷ ସ୍ତରୀୟ ସୈନ୍ୟ କମାଣ୍ଡରସ୍ତରରେ ଆଲୋଚନା ହୋଇଛି ।   ଭାରତୟ ସେନା ପକ୍ଷରୁ ସୀମାରେ ଟି-୯୦ ଭୀଷ୍ମ ଟ୍ୟାଙ୍କ ମୁତୟନ କରାଯାଇଛି । ଏହା ଚୀନ୍‌ର ପିପୁଲ୍ସ ଲିବେରସନ ଆର୍ମୀ  (PLA)ର ଯବାନଙ୍କ ହରକତକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଚୀନ୍‌ ସୀମାରେ କିଛି ସ୍ଥାନରେ ମଧ୍ୟ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ସେହିପରି ଚୀନ୍ ସେନା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମହଜୁଦ ରଖିସାରିଛି ।

ଭାରତ ୧୫୫ ଏମ୍‌ଏମ୍‌ ଡୋଜିୟର ସହିତ ଯୁଦ୍ଧ ବିମାନ ମଧ୍ୟ ପୂର୍ବ ଲଦାଖରେ ୧୫୯୭ କିମି ଲମ୍ବା ଏଲ୍‌ଏସିରେ ମୁତୟନ କରିଛି । ସେହିପରି ଚୀନ୍‌ ମଧ୍ୟ ଯୁଦ୍ଧ ବିମାନ ମୁତୟନ କରିସାରିଛି । ତେବେ ଭାରତ ଚୀନ୍‌କୁ ଜବାବ ଦେବା ପାଇଁ ଟି-୯୦ ଟ୍ୟାଙ୍କ ସୀମାରେ ମୁତୟନ କରିଛି । ଚସୁଲ ସେକ୍ଟରରେ ଏହିପରି ଦୁଇଟି ଟ୍ୟାଙ୍କକୁ ମୁତୟନ କରାଯାଇଛି । ଚୀନ୍‌ ସୀମାରୁ ନହଟିବା ନେଇ ବିଭିନ୍ନ ପ୍ରକାରର ଆଳ ଦେଖାଦେଉଛି । କିନ୍ତୁ ଭାରତର ଗୋଟିଏ ଜିଦ୍‌ ଇଞ୍ଚେ ବି ଜାଗାରେ କାହାରିକୁ ପ୍ରବେଶ କରିବା ଦେବୁନାହିଁ ।  

ବରିଷ୍ଠ ସାମରିକ କମାଣ୍ଡରଙ୍କ ଅନୁଯାୟୀ, ସୀମା ବିବାଦକୁ ନେଇ ଭାରତ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।  ଅନ୍ୟପକ୍ଷରେ ଯଦି ଚୀନ୍ କୌଣସି ବି ପଦକ୍ଷେପ ନେବ, ତେବେ ଭାରତ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ହୋଇରହିଛି। ପୂର୍ବ ଲଦାଖରେ ମାର୍ଶଲ ଆର୍ଟରେ ତାଲିମ ପ୍ରାପ୍ତ ସୈନିକ ମୁତୟନ ପାଇଁ ଚୀନ୍ ସେନା ପ୍ରଚାର ପ୍ରସାର କରୁଛି। ଯେତେବେଳେ କି, ବାସ୍ତବତା ହେଉଛି ଭାରତୀୟ ସୈନିକଙ୍କ ଅପେକ୍ଷା ଚୀନ୍ ସୈନିକମାନଙ୍କ ପାଇଁ ଏପରି ପରିସ୍ଥିତିରେ ଲଢେଇ କରିବା କଷ୍ଟସାଧ୍ୟ |

୧୯୮୪ ମସିହାରୁ ଭାରତୀୟ ସେନାକୁ ଉଚ୍ଚ କ୍ଷେତ୍ରରେ ଯୁଦ୍ଧ ପାଇଁ ତାଲିମ ଦିଆଯାଇଛି। ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟ ଯୁଦ୍ଧ କରିବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି । ସେହିପରି ସର୍ବୋଚ୍ଚ ସ୍ତରରେ ଲଢେଇ କରିବା ପାଇଁ ଯବାନ ସଜାଗ ରହିଛନ୍ତି । ଏଥି ସହିତ, ଚୀନ୍ PLA ବାୟୁସେନାର ଅଧିକାଂଶ ଯୁଦ୍ଧବିମାନ ଭାରତୀୟ ବାୟୁସେନା ଯୁଦ୍ଧ ବିମାନକୁ ପ୍ରତିହତ କରିବା ପାଇଁ LAC ଠାରୁ ୨୪୦ କିଲୋମିଟର ଦୂରରେ ଥିବା ଟାକଲାମକାନ ମରୁଭୂମିରେ ଥିବା ହୋଟାନ୍ ଏୟାର ବେସରୁ ଉଡ଼ାଣ ଭରୁଛନ୍ତି।

   Related Posts