ସୀମାରେ ଅଧିକ ସେନା ମୁତୟନ କଲା ଭାରତ

Published By : Prameya-News7 Bureau | September 15, 2019 IST

ନୂଆଦିଲ୍ଲୀ - ପାକିସ୍ତାନ ଭାରତୀୟ ନିୟନ୍ତ୍ରଣ ରେଖା ନିକଟରେ ଅଧିକ ସେନା ମୁତୟନ  କରିଛି । ପାକିସ୍ତାନ ଅଧିକୃତ  କାଶ୍ମୀର ପାକିସ୍ତାନ ଏବେ ଅଧିକ ସେନା ମୁତୟନ କରିବା ସହ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଛି । ପାକିସ୍ତାନ ବାରମ୍ବାର ଯୁଦ୍ଧର ଧମକ ଦେଉଛି  ଏହାକୁ ଦେଖି ଭାରତ ପକ୍ଷରୁ ଏଲ୍‌ଓସିରେ ଅଧିକ ସେନା ମୁତୟନ କରାଯାଉଛି ।

ଶନିବାରରେ ଭାରତୀୟ ସେନାର ଉତ୍ତର କମାଣ୍ଡର କମାଣ୍ଡର ଲେଫନାଣ୍ଟ ଜେନେରାସ ରଣବୀର ସିଂ ଏଲ୍‌ଓସିରେ ପାକିସ୍ତାନର ସମ୍ଭାବିତ ଆକ୍ରମଣକୁ ଦେଇ ସୁରକ୍ଷାକୁ କଡା କଡି କରାଯାଇଥିବା କଥା କହିଛି ।ଏହା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ନିୟନ୍ତ୍ରଣ ରେଖାରେ ଭାରତର ପ୍ରସ୍ତୁତିକୁ ତଦାରଖ କରିବା ପାଇଁ କାଶ୍ମୀର ଗସ୍ତ କରିଥିଲେ ।

ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖାଠାରୁ ୩୦ କିଲୋମିଟର ଦୂରେର ନିଜର ଗୋଟିଏ ବ୍ରିଗେଡ ସେନାକୁ ସ୍ଥାନାନ୍ତରିତ କରିଥିଲା । ଗୁଇନ୍ଦା ସୂଚନା ଅନୁସାରେ ପାକିସ୍ତାନ ପିଓକେର କୋଟଲି ସେକ୍ଟରରେ ପ୍ରାୟ ୨ହଜାର ସେନାଙ୍କୁ ମୁତୟନ କରିଛି । ଏହି ଅଞ୍ଚଳରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ।

ଇମରାନ୍ ଖାନ ଭାରତ ସହ ମୁହିଁ ମୁହିଁ ଯୁଦ୍ଧ ହେଲେ ହାରିବେ ବୋଲି କହିଛନ୍ତି । ମାତ୍ର ସେ ବହୁତ କ୍ଷତି କରିଦେବା ବୋଲି ଫୁଟାଣି କରିଛନ୍ତି । ଅଲଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି କଥା ପ୍ରକାଶ କରିଛନ୍ତି ।ଣି ଭାରତ ସହ ଯୁଦ୍ଧ ସମ୍ଭବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ କହିଛନ୍ତି । ଆର୍ଥକ ଅବସ୍ଥା ସୁଧୁରି ନଥିବା ବେଳେ ଏବେ ବି ପାକିସ୍ତାନ ଉପରେ ସଙ୍କଟ ପୁରା ମାତ୍ରାରେ ଦୂର ହୋଇନାହିଁ ।ମାତ୍ର ନିଜ ଦେଶର ଲୋକଙ୍କ ଦୃଷ୍ଟି ଏବେ ଇମରାନ୍‌ ଓ ତାଙ୍କ ସରକାର ଯୁଦ୍ଧ ଆଡକୁ ନେବା ପାଇଁ ଚେଷ୍ଟା ଚଳାଇଛି ।ନିଜ ଦେଶର ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଇମରାନ୍ ଖାନ୍‌ ଯୁଦ୍ଧ ଧମକ ଦେଇ ଚାଲିଛନ୍ତି । କାଶ୍ମୀରେ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖାଦେଇଛି ।

ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଉଠାଇବା ପାଇଁ ଚେଷ୍ଟା କରୁଛି । ମାତ୍ର ପାକିସ୍ତାନ କଥା କେହି ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି । ଏବେ ଇମରାନଙ୍କୁ ତାଙ୍କ ଦେଶ ବାସୀ ବିଶ୍ୱାସ କରୁ ନଥିବା କଥା ବି ତାଙ୍କର ମନ୍ତ୍ରୀ କହିଲେଣି । ବିଭିନ୍ନ ଗଣମାଧ୍ୟମରେ ବି ପାକିସ୍ତାନ ଲୋକ ଇମରାନ୍‌ଙ୍କୁ ନେଇ ଖୋଲା ଖୋଲି ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଲାଣି । ହେଲେ ଇମରାନ୍‌ ତାଙ୍କ ମୁହଁ ପୁଟାଣି ଛାଡୁ ନାହାନ୍ତି ।

ଅଲ୍‌ଜଜିରା ଟିଭି ଚ୍ୟାନେଲ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଇମରାନ୍‌ ଭାରତ ସହ ଯୁଦ୍ଧ କରିବେବୋଲି କହିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଭାରତ ସହ ଯୁଦ୍ଧ ସମ୍ଭବ ବୋଲି ଇମରାନ୍‌ କହିଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି ପ୍ରଶ୍ନରେ ସେ ହଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି ବୋଲି କହିଛନ୍ତି ।

ଚୀନ୍‌ ସହ ତାଙ୍କର ସମ୍ପର୍କ ବେଶ୍‌ ଭଲ ମାତ୍ର ଭାରତ ସହ ଅତି ଖରାପ ବୋଲି କହିଛନ୍ତି । କାଶ୍ମୀରରେ ଲୋକମାନଙ୍କୁ ବନ୍ଦୀ କରି ରଖାଯାଇଛି । ଭାରତ ପାକିସ୍ତାନ ଉପରେ ଆତଙ୍କବାଦର ମିଛ ଆରୋପ ଲଗାଉଛି ବୋଲି ଇମରାନ୍‌ କହିଛନ୍ତି । ପାକିସ୍ତାନ କେବେ ବି ଯୁଦ୍ଧ ଆରମ୍ଭ କରିବ ନାହିଁ । ସେ ଶାନ୍ତି ପ୍ରିୟ ଓ ଯୁଦ୍ଧର ବିରୋଧି ବୋଲି କହିଛନ୍ତି ।ଯୁ୍ଦ୍ଧ କୌଣସି ସମସ୍ୟାର ସମାଧାନ ନୁହଁ ବୋଲି ବି କହିଛନ୍ତି ।ମାତ୍ର ଏହା ପରେ ବି ସେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ।

ଭାରତ ପାକିସ୍ତାନକୁ ଦେବାଳିଆ କରିବା ପାଇଁ ଚାହୁଁଛି ।ଯେତେବେଳେ ଦୁଇଟି ପରମାଣୁ ଶକ୍ତି ଥିବା ଦେଶ ଯୁଦ୍ଧ କରିବେ ତ କ୍ଷତିକୁ କେହି କଳନା କରିପାରିବେ ନାହିଁ । ଯୁଦ୍ଧ ଆରମ୍ଭ ହେଲେ ଏହା ଭାରତୀୟ ଉପ ମହାଦ୍ୱୀପରେ ସୀମିତ ରହିବ ନାହିଁ ଏହାଠାରୁ ଆଗକୁ ଯିବ ଓ ପୁରା ଦୁନିଆ ପ୍ରଭାବିତ ହେବବୋଲି ସେ କହିଛନ୍ତି ।ଭାରତ ସହ ସେ ସମ୍ବନ୍ଧ ସୁଧାରିବା ପାଇଁ ଚେଷ୍ଟା କଲେ ମାତ୍ର ଭାରତ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର କଳା ତାଲିକାରେ ପାକିସ୍ତାନକୁ ସାମିଲ କରିବା ପାଇଁ ଚେଷ୍ଟା କଲା ବୋଲି ସେ କହିଛନ୍ତି । ପାକିସ୍ତାନ କଳା ତାଲିକା ଭୁକ୍ତ ହୋଇଗଲେ ତାଙ୍କ ଉପରେ ପ୍ରତିବନ୍ଧକ ଲାଗିବ ଓ ପାକିସ୍ତାନକୁ ଦେବାଳିଆ ଘୋଷଣା କରାଯିବ ବୋଲି ଇମରାନ୍‌ କହିଛନ୍ତି। ।ଏବେ ବି ଇମରାନ୍‌ ତାଙ୍କ ମୁହଁ ଫୁଟାଣି ଛାଡୁ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.