Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପୂର୍ବ ଲଦ୍ଦାଖରେ ମୁତୟନ ହେଲା ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

27/06/2020 at 6:28 PM

ନୂଆଦିଲ୍ଲୀ ୨୭।୬: ଚୀନ ସହ ବଢୁଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ନିଜର ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ଏହି କ୍ରମରେ ପୂର୍ବ ଲଦ୍ଦାଖରେ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ ମୁତୟନ ହୋଇଥିବା ଜଣାପଡିଛି। ଯଦି ଚୀନର କୌଣସି ଯୁଦ୍ଧବିମାନ ଅଥବା ହେଲିକପ୍ଟରେ ଏଲଏସିରେ ସାମାନ୍ୟ ହଲଚଲ ବି କରନ୍ତି ତେବେ ତାର ଉପଯୁକ୍ତ ଜବାବ ଦିଆଯାଇପାରିବ।

ସୀମାରେ ସୈନ୍ୟ ଉପସ୍ଥିତି ସାମର୍ଥ୍ୟ ବୃଦ୍ଧି କ୍ରମରେ ଭାରତୀୟ ସେନା ଓ ବାୟୁସେନା ମିଳିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦି ଚୀନ୍‌ ପ୍ୟୁପିଲସ୍ ଲିବରେସନ ଆର୍ମିର ଯୁଦ୍ଧବିମାନ ଅଥବା ହେଲିକପ୍ଟର ଏଲଏସିରେ ଦୁଃଶାହାସ କରନ୍ତି ତେବେ ଏହାର ଏବେ ଜବାବ ଦିଆଯାଇପାରିବ।

ମିଳିଥିବା ସୂଚନା ଅନୁସାରେ ଚୀନ୍‌ ସେନା ତାର ଯୁଦ୍ଧବିମାନ ଓ ହେଲିକପ୍ଟରମାନଙ୍କୁ ଏଲଏସିର ଖୁବ୍ ନିକଟରେ ଉଡାଉଛି। ଏହିସବୁ ବିମାନ ଦୌଲତିବେଗ୍ ଓଲ୍ଟି ସେକ୍ଟର ସମେତ ଗଲୱାନ, ପାଟ୍ରୋଲିଂ ପଏଣ୍ଟ ୧୪, ୧୫, ୧୭ ଓ ୧୭-ଏ ନିକଟରେ ଉଡୁଥିବାର ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାହାଡରେ ମିସାଇଲ ସିଷ୍ଟମ ସ୍ଥାପନା କରାଯାଇଥିବା ବେଳେ ଏଥିରେ ଆକାଶ କ୍ଷପଣାସ୍ତ୍ର ମଧ୍ୟ ରହିଛି।

କ୍ଷପଣାସ୍ତ୍ର ପ୍ରଣାଳୀ ବ୍ୟତୀତ ସୀମାରେ ଏବେ ଯୁଦ୍ଧବିମାନ ମଧ୍ୟ ମୁତୟନ ହୋଇଛନ୍ତି। ପାଖାପାଖି ଏୟାର ବେସ୍ ମଧ୍ୟରେ ଉଡାଣ କରୁଥିବା ଏହି ସବୁ ଯୁଦ୍ଧବିମାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ  ସଜ୍ଜିତ କରାଯାଇଛି। ଏଠାରେ ସେନାର ସର୍ଭିଲାନ୍ସ ସିଷ୍ଟରମ ଶତ୍ରୁପକ୍ଷଙ୍କ ପ୍ରତିଟି ଗତିବିଧି ଉପରେ ଏବେ ନଜର ରଖୁଛି।

ସେପଟେ ପଶ୍ଚିମ ସୀମାରେ ପାକିସ୍ତାନ ଶନିବାର ତାର ମାଲବାହୀ ଯୁଦ୍ଧବିମାନ ସି-୧୩୦ ଅବତରଣ କରାଇଥିବାର ସୂଚନା ମିଳିଛି। ଏଣୁ ବିଏସଏଫ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ବେଳେ ଇଲେକ୍ଟ୍ରିକ ତାରବାଡ ବିଛାଇବା କାମ ଆରମ୍ଭ କରିଛି। ଏଥିରୁ ଚୀନ୍‌ ସହ ଏବେ ପାକିସ୍ତାନ ହାତ ମିଳାଇଥିବାର ସୂଚନା ମିଳୁଥିବା ବେଳେ ଭାରତ ସମସ୍ତ ସୀମା ସୁରକ୍ଷା କଡାକଡି କରିଛି।

   Related Posts