Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଆଜି ମଧ୍ୟ ଲୋକସଭାରେ ବିରୋଧୀ ଘେରିଲେ ସରକାରଙ୍କୁ, ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କାହିଁକି ଚୁପ ବୋଲି କଲେ ପ୍ରଶ୍ନ

24/07/2019 at 6:10 PM

ନୂଆଦିଲ୍ଲୀ୨୪|୭; କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଆଜି ମଧ୍ୟ ଲୋକସଭାରେ ବିରୋଧୀ ଘେରିଛନ୍ତି ସରକାରଙ୍କୁ। ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ,  ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପୂର୍ବରୁ ଦେଇଥିବା  ବୟାନକୁ ଦୋହରାଇଛନ୍ତି। କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ଗ୍ରହଣ କରିବ ନାହିଁ ବୋଲି କହିଛନ୍ତି ରାଜନାତ ସିଂହ।

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ଆଜି ମଧ୍ୟ ଲୋକସଭାରେ ବିରୋଧୀ ଘେରିଛନ୍ତି ସରକାରଙ୍କୁ। ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।  କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ,  ଜି ଟ୍ବେଣ୍ଟି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କି ଆଲୋଚନା ହୋଇଛି ତାହା  ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ। 

ଏହି ସମୟରେ ପ୍ରଧାନମନ୍ତ୍ରୀ ଗୃହରେ ଉପସ୍ଥିତ ନ ରହିବା ଉଦବେଗର ବିଷୟ ବୋଲି ସେ କହିଥିଲେ।ସେହିପରି କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ  ମୁଲତବୀ ପ୍ରସ୍ତାବ ଆଣି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ କଣ ତାହା ଦାବି କରିଥିଲେ।   ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଜବାବ ଦେବା ଲାଗି  ବିରୋଧୀ ଅଡି ରହିବା ସହ  କକ୍ଷତ୍ୟାଗ କରିଥିଲେ। 

ସେପଟେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ,  ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପୂର୍ବରୁ ଦେଇଥିବା  ବୟାନକୁ ଦୋହରାଇଛନ୍ତି।    ରାଜନାଥ କହିଛନ୍ତି କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ଗ୍ରହଣ କରିବ ନାହିଁ।  ଏହା ସହିତ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହିତ ଯଦି ବି କୌଣସି ଆଲୋଚନା ହୁଏ ତେବେ ତାହା ପାକ୍  ଅଧିକୃତ କାଶ୍ମୀରକୁ ନେଇ ହିଁ ହେବ।

ଗୃହରେ ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା। କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଆଜି ବି ଦାବି କରିଛନ୍ତି ବିରୋଧୀ। ବିରୋଧୀଙ୍କ ଦାବି ମୁତାବକ ଗୃହରେ ପ୍ରଧାନମନ୍ତ୍ରୀ  ଏହି ପ୍ରସଙ୍ଗରେ ମୁହଁ ଖୋଲିବେ କି  ତାହା ଦେଖିବା ବାକି ରହିଲା ।

   Related Posts