Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଭାରତର ୨ବିମାନକୁ ଖସାଇବା ସହ ଜଣେ ପାଇଲଟଙ୍କୁ ପାକିସ୍ତାନ ସୈନ୍ୟ ଗିରଫ କରିଥିବା ଦାବି କଲା ପାକିସ୍ତାନ, ଭାରତର ଅସ୍ବୀକାର

27/02/2019 at 2:10 PM

ନୂଆଦିଲ୍ଲୀ୨୭|୨: ଭାରତୀୟ ବାୟୁସେନା ପିଓକେରେ ଗତକାଲି ଏୟାର ଷ୍ଟ୍ରାଇକ୍ କରିବାପରେ ଆଜି  ଜାମ୍ମୁ କାଶ୍ମୀରର ବଡ଼ଗାମରେ ବାୟୁ ସେନାର ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ପରଠୁ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ଦାବି କରୁଛି ଯେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନକୁ  ପାକିସ୍ତାନ ଖସାଇଦେଇଛି ।  କିନ୍ତୁ ଭାରତ ଏହାକୁ ଅସ୍ବୀକାର କରୁଛି ।

ପାକିସ୍ତାନ ସେନାର ମୁଖ୍ୟ ମେଜର ଜେନେରାଲ୍ ଅସିଫ ଗଫୁର ଏକ ଟ୍ବିଟ ଜରିଆରେ ଦାବି କରିଛନ୍ତି ଯେ ପାକିସ୍ତାନ ବାୟୁସୀମା ମଧ୍ୟକୁ ପ୍ରବେଶ କରିଥିବା ୨ଟି ଭାରତୀୟ ଲଢୁଆ ବିମାନକୁ ଖାସାଇଦିଆଯାଇଛି । ଗୋଟିଏ ବିମାନ ପାକିସ୍ତାନ ଅଧିକୃତ ସ୍ଥାନରେ ଖସିଥିଲା ଏବଂ ଅନ୍ୟ ବିମାନଟି ଜାମ୍ମୁ କାଶ୍ମୀରରେ ଖସିଥିଲା। ସେ କିନ୍ତୁ ଏହା ବିଷୟରେ ବିସ୍ତୃତ ସୂଚନା ନ ଦେଇ କହିଥିଲେ ଯେ ଜଣେ ପାଇଲଟଙ୍କୁ ସ୍ଥଳଭାଗରେ ଥିବାପାକିସ୍ତାନ ସୈନିକ ଗିରଫ କରିଛନ୍ତି।

ପାକିସ୍ତାନ ମିଡିଆ ମଧ୍ୟ ମିଥ୍ୟା ଫଟୋ ଦେଖାଇ ଦାବି କରୁଛି ଯେ ଭାରତର ଦୁଇଟି ବିମାନକୁ ଟାର୍ଗେଟ୍ କରାଯାଇଛି। କେବଳ ଏତିକି ନୁହେଁ ଆହୁରି ମଧ୍ୟ ଦାବି କରୁଛି ଯେ ରାଜୈାରୀ ସେକ୍ଟରରେ ଭାରତୀୟ ସେନାର ଘାଟି ପାଖରେ ପାକିସ୍ତାନ ବୋମା ପକାଇଛି। ପାକିସ୍ତାନ ମିଡିଆ ଯେଉଁ ଫଟୋ ବ୍ୟବହାର କରୁଛି ତାହା ଖୁବ୍ ପୁରୁଣା।

ଭାରତୀୟ ଖବର ଅନୁସାରେ ଭାରତୀୟ ବାୟୁସେନାର ଜେଟ୍ ବିମାନ ବଡ଼ଗାମରୁ ୭କିଲୋମିଟର ଦୂରରେ ଆଜି ସକାଳ ପାଖାପାଖି ୧୦ଟା ୪୦ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରୁ ଦୁଇଟି ଶବ ମିଳିଛି। ବିମାନରେ ଯାନ୍ତ୍ରିକ ତ୍ରୃଟି ଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି। ବୈଷୟିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛି। 


  

   Related Posts