Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କଲା ଭାରତ

6/04/2021 at 7:53 PM

ନୂଆଦିଲ୍ଲୀ ୬।୪: ଭାରତୀୟ ତୈଳ କମ୍ପାନୀମାନେ ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବେ। ଆଗାମୀ ମାସରୁ ଏହି ହ୍ରାସ ହେବାକୁ ଥିବା ବେଳେ ୧.୫ କୋଟି ବାରଲର ୬୫ ପ୍ରତିଶତ ଆମଦାନୀ ହେବ ବୋଲି ଜଣାପଡିଛି। ସେପଟେ ଦେଶରେ କରୋନା ଦ୍ୱିତୀୟ ଲହର ଲାଗି କଟକଣା କଡ଼ାକଡ଼ି ହେଉଥିବାରୁ ଦେଶରେ ତୈଳ ଚାହିଦା ହ୍ରାସ ହେଉଛି। ଏଥିରେ ଅଶୋଧିତ ତୈଳ କ୍ରୟର ବିବିଧକରଣ ଲାଗି ଭାରତୀୟ ତୈଳ କମ୍ପାନୀମାନେ ପଶ୍ଚିମ ଏସିୟା ବାହାରୁ ତୈଳ ଆମଦାନୀ ଉପରେ ଏବେ ଜୋର ଦେଉଛନ୍ତି।

ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଓ ଅନ୍ୟ ୩ ରିଫାଇନାରୀ କମ୍ପାନୀ ନିଶ୍ଚିତ ମାତ୍ରାରେ ତୈଳ କ୍ରୟ ଲାଗି ହୋଇଥିବା ରାଜିନାମା ବାହାରେ ହାଜିର ବଜାରରେ ମହଜୁଦ ଅଧିକ ତୈଳ କ୍ରୟ କରିବାକୁ ଉଦ୍ୟମ କରିବେ। ଏଥିରେ ପଶ୍ଚିମ ଏସିୟ ଦେଶର ତୈଳ ମୂଲ୍ୟ ସହ ଅନ୍ୟ ବାଜରରେ ଉପଲବ୍ଧ ତୈଳର ମୂଲ୍ୟ ତୁଳନା କରି ତୈଳ ଆମଦାନୀ କରାଯିବ। ଅବଶ୍ୟକ ସ୍ଥଳେ ପଶ୍ଚିମ ଏସିୟାରେ ତୈଳ ଲାଗି ଅନୁବନ୍ଧିତ ଦେଶରୁ କମ୍‌ ତୈଳ କ୍ରୟ କରି ବାକି ଆବଶ୍ୟକତା ଅନ୍ୟ ବଜାରରୁ ପୂରଣ କରାଯିବ। ଏହି ଉଦ୍ୟମରେ ଭାରତ ଗୁଏନା ଓ ନରୱେରୁ ନୂଆକରି ଅଶୋଧିତ ତୈଳ ଆମଦାନୀ ଆରମ୍ଭ କରିଛି।

ଦେଶରେ ତୈଳର ଅତ୍ୟାଧିକ ମୂଲ୍ୟବୃଦ୍ଧି କାଳରେ ଉତ୍ପାଦନ ହ୍ରାସ ଯୋଗୁ ସାଉଦୀ ଆରବ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି କରିଥିଲା। ଏଣୁ ଉତ୍ପାଦନ ବୃଦ୍ଧି କରି ପରିସ୍ଥିତି ପରିଚାଳନା ଲାଗି ଭାରତ ସାଉଦୀ ଆରବକୁ କରିଥିବା ନିବେଦନ ଅଗ୍ରାହ୍ୟକୁ ଅଣଦେଖା କରିଥିଲା।  ଫଳରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦେଶରେ ଡିଜେଲ ଓ ପେଟ୍ରୋଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଣୁ ତୈଳ କ୍ଷେତ୍ରର ଏକଚାଟିଆ  ସମାପ୍ତ କରିବା ଲାଗି ଏବେ ଅନୁକୂଳ ଦରରେ ଓ ଅଧିକ ତୈଳ ଆମଦାନୀ ଉପରେ ଭାରତ ଗୁରୁତ୍ୱ ଦେଉଥିବା ବେଳେ ସାଉଦୀ ଆରବରୁ ଆମଦାନୀ ହ୍ରାସ କରିବାକୁ ଯାଉଛି।

   Related Posts