୨୦୩୦ବେଳକୁ ଜନସଂଖ୍ୟା ଦୃଷ୍ଟିରୁ ଚୀନକୁ ଅତିକ୍ରମ କରିବ ଭାରତ

Published By : Prameya-News7 Bureau | August 23, 2018 IST

ନୂଆ ଦିଲ୍ଲୀ ୨୩/୮: ୨୦୩୦ବେଳକୁ ଜନସଂଖ୍ୟା କ୍ଷେତ୍ରରେ ଭାରତ ଚୀନଠୁ ଆଗକୁ ବଢ଼ିଯିବ। ହୁଏତ ୨୦୩୦ବେଳକୁ ଚୀନ ଜନସଂଖ୍ୟାଠାରୁ ଭାରତର ଜନସଂଖ୍ୟା ୮୨ପ୍ରତିଶତ ଅଧିକ ହେବ। ସେହିଭଳି ୨୦୫୦ବେଳକୁ ଭାରତର ଜନସଂଖ୍ୟା ଚୀନ ଜନସଂଖ୍ୟାଠାରୁ ୨୫ପ୍ରତିଶତ ଅଧିକ ହୋଇଯାଇଥିବ। ଏବେ ଭାରତର ଜନସଂଖ୍ୟା ୧୩୭କୋଟି ହୋଇଥିବାବେଳେ ଚୀନର ଜନସଂଖ୍ୟା ୧୩୯କୋଟି ରହିଛି। ଚୀନ ଏବେ ପୃଥିବୀର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର।୨୦୩୦ବେଳକୁ ଚୀନର ଜନସଂଖ୍ୟା ୧୪୨କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବାବେଳେ ଭାରତର ଜନସଂଖ୍ୟା ୧୫୩କୋଟିରେ ପହଞ୍ଚିଥିବ ବୋଲି ହିସାବ କରାଯାଉଛି। ସେହିଭଳି ୨୦୫୦ବେଳକୁ ଚୀନର ଜନସଂଖ୍ୟା ୧୩୪କୋଟିକୁ ଖସି ଆସିବ। କିନ୍ତୁ ଭାରତର ଜନସଂଖ୍ୟା ଆହୁରି ବୃଦ୍ଧି ପାଇ ୧୬୮କୋଟିରେ ପହଞ୍ଚିଯିବ। ଏଭଳି ଏକ ଆକଳନ କରିଛି ଓ୍ବାଶିଂଟନରେ ଥିବା ପପୁଲେସନ ରେଫେରେନ୍ସ ବ୍ୟୁରୋ ବା ପିଆରବି ନାମକ ଏକ ସଂସ୍ଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.