ଦେଶରେ କରୋନା ମୃତ୍ୟୁ ୧ ହଜାର ଟପିଲା, ସଂକ୍ରମିତ ସଂଖ୍ୟା ୩୧ ହଜାରରୁ ବେଶୀ : ୪୬ ଯବାନ ପଜିଟିଭ୍

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯/୦୪ : ଭାରତରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୫ ଶହ ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ହଜାର ପାର କରିଛି । ତେବେ ସବୁଠାରୁ ଚିନ୍ତା ଜନକ ବିଷୟ ହେଉଛି ଦିଲ୍ଲୀରେ କରୋନା ମୁକାବିଲା ପାଇଁ ନିୟୋଜିତ ଥିବା ସିଆରପିଏଫ୍‌ ୩୧ ବଟାଲିୟନ୍‌ର ଜଣେ ସବ୍‌ଇନସ୍ପେକ୍ଟରଙ୍କ କରୋନାରେ ମୃତ୍ୟୁ ହୋଇଛି । କରୋନାରେ ୪୬ ଜଣ ଯବାନ ସଂକ୍ରମିତ ହୋଇଛନ୍ତି । ତେଣୁ ପୂରା ବାଟାଲିୟନ୍‌କୁ ସିଲ୍‌ କରିଦିଆଯାଇଛି । ….. 

wp:heading {"level":1}

 

/wp:heading

ଦେଶରେ ବଢୁଛି କରୋନା ପ୍ରକୋପ । ବଢୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ଏହି ମହାମାରୀକୁ ନେଇ ଏବେ ଆସିଛି ଏକ  ଚିନ୍ତାଜନକ ଖବର । କରୋନା ଏବେ ପହଞ୍ଚି ସାରିଛି ଦିଲ୍ଲୀର ସିଆରପିଏଫ୍‌ କ୍ୟାମ୍ପରେ । ମୟୂର ବିହାରରେ ନିୟୋଜିତ ସିଆରପିଏଫ ୩୧ ବାଟାଲିୟନର ଜଣେ ୫୫ ବର୍ଷୀୟ ସବ-ଇନ୍ସେପେକ୍ଟରଙ୍କର ମୃତ୍ୟୁ କରୋନା ଯୋଗୁଁ ହୋଇଛି । ଏଠାର ୪୬ ଜଣ ଯବାନ ସଂକ୍ରମିତ ହୋଇଛନ୍ତି । ତେଣୁ ବର୍ତ୍ତମାନ ସମଗ୍ର ବାଟାଲିୟନକୁ କ୍ବାରାଣ୍ଟାଇନ କରାଯିବା ସହ ସିଲ୍ କରାଯାଇଛି । ସମସ୍ତଙ୍କର ରକ୍ତନମୁନା ଓ ସ୍ବାବ ଯାଞ୍ଚ ପାଇଁ ପଠାଯାଇଛି । ତେବେ କରୋନାରେ ସହିଦ ହୋଇଥିବା ଏହି ଅଧିକାରୀ ଜଣକ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗୀ ଥିଲେ ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ।

wp:heading {"level":1}

 

/wp:heading

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୫ ଶହ ଟପିଛି । ମୃତ୍ୟୁସଂଖ୍ୟା ୧ ହଜାର ଡେଇଁଛି । ମହାରାଷ୍ଟ୍ରରେ ସର୍ବାଧିକ ୯ ହଜାର ୩ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ଶହ ଟପିଛି । ଏହା ତଳକୁ ରହିଛି ଗୁଜରାଟ ଓ ଦିଲ୍ଲୀ । ଗୁଜରାଟରେ ୩ହଜାର ୭୪୪ ଜଣ ଆକ୍ରାନ୍ତ ଥିବା ବେଳେ ୧୮୧ ଜଣଙ୍କ ଜୀବନ ଗଲାଣି । ସେହିଭଳି ଦିଲ୍ଲୀରେ ୩ ହଜାର ୩ ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୫୪ ଜଣଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ୨ହଜାର ୩୮୭ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ସେଥିରୁ ୧୨୦ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ରାଜସ୍ଥାନରେ  ଏବେ ସୁଦ୍ଧା ୫୨, ଆନ୍ଧ୍ରପ୍ରଦେଶରେ ୩୧, ୟୁପିରେ ୩୪, ତେଲେଙ୍ଗାନାରେ ୨୬, ତାମିଲନାଡୁରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ପଞ୍ଜାବ ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ବଢାଇ ଦେଇଛି ।

wp:heading {"level":1}

 

/wp:heading

ଆମେରିକାରେ ଉଗ୍ରରୂପ ଧାରଣ କରିଛି କରୋନା ଭାଇରସ । କରୋନା ପାଇଁ ଆମେରିକାରେ ୨୪ ଘଣ୍ଟାରେ ୨୪ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।  ଆମେରିକାରେ ୧୦ ଲକ୍ଷ ୩୫ ହଜାର ୭୬୫ ଜଣ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏଥିରୁ ୫୯ ହଜାର ୨୬୬ ଜଣଙ୍କ ମୃତ୍ୟୁ ହୋଇଛି । ସମଗ୍ର ବିଶ୍ବରେ ୩୧ ଲକ୍ଷ ୩୯ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେଲେଣି । ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ୭ ଶହ ଟପିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.