୭ ଲକ୍ଷ ଟପିଲା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୨୨,୨୫୨ଟି ନୂଆ କେସ୍, ୪୬୭ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | July 07, 2020 IST

ନୂଆଦିଲ୍ଲୀ, ୦୭|୦୭:  ଭାରତରେ ବେକାବୁ କରୋନା ଭାଇରସ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୧୯ ହଜାର ୬୬୫ରେ ପହଁଚିଛି । ଦେଶରେ ଲଗାତାର ପଞ୍ଚମ ଦିନ ୨୦ ହଜାରରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି ।

ଗତ ୨୪ ଘଣ୍ଟାରେ ୨୨,୨୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି ତଥ୍ୟାନୁସାରେ, ଗତ ୨୪ ଘଣ୍ଟାରେ ୪୬୭ ଜଣ ପ୍ରାଣ ହରାଇଛନ୍ତି । ୧୫,୫୧୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩୯୯୪୭ରେ ପହଁଚିଛି । ଏହାସହ ୨୫୯୫୫୭ଟି ସକ୍ରିୟ କେସ୍ ରହିଛି ।

ସୋମବାର ଅର୍ଥାତ ଜୁଲାଇ ୬ ତାରିଖରେ ଦେଶରେ ମୋଟ ୨,୪୧,୪୩୦ ଟେଷ୍ଟିଂ କରାଯାଇଛି । ମୋଟ ଦେଶରେ ୧,୦୨,୧୧,୦୯୨ଟି ନମୂନା ଟେଷ୍ଟ୍ କରାଯାଇଛି । ରବିବାର ତୁଳନାରେ ସୋମବାର ଅଧିକ ୬୦ ହଜାର ୮୩୪ଟି ଟେଷ୍ଟ୍ ହୋଇଛି ।

କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ୮୬ ହଜାରରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ଦ୍ୱିତୀୟ ସ୍ଥାନରେ ଅଛି ତାମିଲନାଡୁ, ତୃତୀୟ ସ୍ଥାନରେ ନୂଆଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜରାଟ ଓ ପଞ୍ଚମ ସ୍ଥାନରେ ଉତ୍ତର ପ୍ରଦେଶ ରହିଛି | ଏହି ୫ଟି ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.