ବିଶ୍ବକପ୍ ଫାଇନାଲ ମ୍ୟାଚ୍ ପର୍ଯ୍ୟନ୍ତ ଇଂଲଣ୍ଡରେ ରହିବ ଭାରତୀୟ ଟିମ୍

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ ୧୩|୭:  ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ୨୦୧୯ ବିଶ୍ବକପ୍ ରୁ ବାହାରିଯାଇଛି ଭାରତ । ଏହା କେବଳ ଯେ ଭାରତୀୟମାନଙ୍କୁ ନିରାଶ କରିଛି ତାହା ନୁହେଁ ଏହା ସାରା ବିଶ୍ବରେ କ୍ରିକେଟ୍ ପ୍ରେମୀଙ୍କୁ ମଧ୍ୟ ନିରାଶ କରିଛି । ଚଳିତ ବିଶ୍ବକପ୍ ରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା । ତେଣୁ ଭାରତୀୟ ଟିମ୍ ଫାଇନାଲ ପର୍ଯ୍ୟନ୍ତ ଯାଉ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଥିଲେ ।

ସେମିଫାଇନାଲରେ ହାରିବା ପରେ ଭାରତୀୟ ଟିମ୍ ମାଞ୍ଚେଷ୍ଟରରେ ହିଁ ରହିଛି । ଭାରତୀୟ ଟିମ୍ ସେଠାରେ ଫାଇନାଲ ମ୍ୟାଚ୍ ଖେଳାଯିବା ପର୍ଯ୍ୟନ୍ତ ତଥା ରବିବାର ଯାଏଁ ରହିବ । ସୂଚନା ଅନୁସାରେ ଭାରତୀୟ ଟିମ୍ ପ୍ରତ୍ୟାବର୍ତ୍ତନ ପାଇଁ ଟିକେଟ୍ ବୁକ୍ କରାଯାଇସାରିଛି । ୧୪ଜୁଲାଇ ପର୍ଯ୍ୟନ୍ତ ଖେଳାଳିମାନେ ମାଞ୍ଚେଷ୍ଟରରେ ହିଁ ରହିବେ ଏବଂ ଫାଇନାଲ ମ୍ୟାଚ୍ ପରେ ହିଁ ଭାରତ ପ୍ରତ୍ୟାବର୍ତ୍ତନ କରିବେ । ସେମିଫାଇନାଲରେ ହାରିବା ପରେ ଭାରତୀୟ ଟିମ୍ ର ପ୍ରତ୍ୟାବର୍ତ୍ତନ ଟିକେଟ୍ ବୁକ୍ ହୋଇସାରିଛି ।

ସୂଚନାଯୋଗ୍ୟ ଯେ, ବିଶ୍ବକପ୍ ପରେ ଭାରତୀୟ ଟିମ୍ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଧିନାୟକ ବିଟାର କୋହଲି, ଯଶପ୍ରୀତ ବୁମରାଙ୍କ ଭଳି ସିନିୟର ଖେଳାଳିଙ୍କୁ ଆରାମ ମିଳିପାରେ । କୋହଲି ଏବଂ ବୁମରା ଟେଷ୍ଟ ସିରିଜ୍ ପାଇଁ ଟିମ୍ ଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.