ରବି ଶାସ୍ତ୍ରୀ ଏବଂ ନିମ୍ରତ କୌରଙ୍କ ପ୍ରେମ ନେଇ ଚର୍ଚ୍ଚା : ମୁହଁ ଖୋଲିଲେ ଉଭୟେ, କହିଲେ ଅଳିଆ

Published By : Prameya-News7 Bureau | September 04, 2018 IST

ମୁମ୍ବାଇ ୪|୯: ଭାରତୀୟ କ୍ରିକେଟ୍ ଦଳର କୋଚ୍ ରବି ଶାସ୍ତ୍ରୀ ଏବଂ ବଲିଉଡ୍ ଅଭିନେତ୍ରୀ ନିମ୍ରତ କୌରଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବା ଖବରକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିଲା । ଦୁଇ ବର୍ଷରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଖବର ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ଖବରର ଏତେ ପରିମାଣରେ ଚର୍ଚ୍ଚା ହେଲା ଯେ ରବି ଶାସ୍ତ୍ରୀ ଏବଂ ନିମ୍ରତ କୌର ଏନେଇ ଏବେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ନିମ୍ରତ ଏନେଇ ଟ୍ୱିଟ୍‌ କରିଛନ୍ତି । ସେ ଟ୍ୱିଟ୍‌ରେ ଖବରକୁ କାଳ୍ପନିକ ବୋଲି କହିଛନ୍ତି । ହେଲେ ସେ ନିଜ ଟ୍ୱିଟ୍‌ରେ ଏହି ଖବର କିମ୍ବା ରବି ଶାସ୍ତ୍ରୀଙ୍କ ବିଷୟରେ କୌଣସି କଥା କହିନାହାନ୍ତି । ମାତ୍ର ତାଙ୍କ ଟ୍ୱିଟ୍‌କୁ ଦେଖି ଜଣାପଡୁଛି ଯେ ସେ ତାଙ୍କର ଏବଂ ରବି ଶାସ୍ତ୍ରୀଙ୍କ ପ୍ରେମ ସଂପର୍କ ଥିବା ଚର୍ଚ୍ଚାକୁ ନେଇ ହିଁ ଟ୍ୱିଟ୍‌ କରିଛନ୍ତି । ନିମ୍ରତ ତାଙ୍କ ଟ୍ୱିଟ୍‌ରେ ଲଖିଛନ୍ତି – “ସତ ହେଉଛି ମୋର ରୁଟ୍ କାନେଲ କରିବା ଆବଶ୍ୟକତା ଅଛି । ଏହା ବ୍ୟତୀତ ଆଜି ଯାହା ବି ମୁଁ ମୋ ବିଷୟରେ ପଢିଲି ସବୁ କାଳ୍ପନିକ । କଳ୍ପନା ଅତ୍ୟଧିକ ଦୁଃଖ ଦିଏ । ମୁଁ ଆଇସକ୍ରିମକୁ ଭଲପାଏ, ସବୁକଥାକୁ ପଛରେ ପକାଇ ଆଇସକ୍ରିମ ଖାଇବି ଆଉ ଆଗକୁ ବଢିବି।” ସେହିଭଳି ରବି ଶାସ୍ତ୍ରୀ ନିଜ ପ୍ରତିକ୍ରିୟାରେ ଏଭଳି କଥାକୁ ସବୁଠୁ ବଡ ଅଳିଆ ବୋଲି କହିଛନ୍ତି । ଖବର ଅନୁସାରେ ଜର୍ମାନର ଏକ ଲକ୍‌ଜ୍ୟୁରୀ କାର୍‌ର ଲଞ୍ଚିଂରେ ରବି ଶାସ୍ତ୍ରୀ ଏବଂ ନିମ୍ରତଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ଗତ ଦୁଇ ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଚାଲିଥିବା ଚର୍ଚ୍ଚା ହେଉଛି । ମାତ୍ର ଦୁହେଁ ଏକଥାକୁ କାହାରିକୁ ବି ଜାଣିବାର ସୁଯୋଗ ଦେଇନଥିଲେ । ମାତ୍ର ଏବେ ନିମ୍ରତ କୌରଙ୍କ ଟ୍ୱିଟ୍‌ ଏବଂ ରବି ଶାସ୍ତ୍ରୀଙ୍କ ପ୍ରତିକ୍ରିୟା ଏଭଳି ଚର୍ଚ୍ଚାର ଅନ୍ତ ଘଟାଇପାରିବ କି ନାହିଁ ତାକୁ ନେଇ ରହିଛି ସନ୍ଦେହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.