କରୋନା ଭାଇରସର ୬୧୭ଟି ଷ୍ଟ୍ରେନକୁ ପ୍ରଭାବହୀନ କରିପାରୁଛି ଭାରତ ପ୍ରସ୍ତୁତ ‘covaxin’ କୋଭିଡ ଟିକା: ଏକ୍ସପର୍ଟ

Published By : Prameya-News7 Bureau | April 28, 2021 IST

ୱାସିଂଟନ ୨୮।୪:   କୋଭିଡ-୧୯ ବିରୋଧରେ ସ୍ୱଦେଶୀଜ୍ଞାନ କୌଶଳରେ ଭାରତ ବିକଶିତ  କରିଥିବା ଟିକା ‘କୋଭାକ୍ସିନ୍’ କରୋନା ଭାଇରସ ମହାମାରୀର ୬୧୭ଟି ଷ୍ଟ୍ରେନ୍‌କୁ ନିଷ୍ପ୍ରଭାବ କରିପାରୁଛି। ହ୍ୱାଇଟ୍‌ ହାଉସ୍‌ଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା  ତଥା ଆମେରିକାର ଶୀର୍ଷ ମହାମାରୀ ବିଶେଷଜ୍ଞ ଡା. ଏନ୍ଥୋନୀ ଫାଉସୀ ସାମ୍ବାଦିକଙ୍କ କନଫରେନ୍ସ କଲରେ ଏହି ସୂଚନା ଦେଇଛନ୍ତି। 

{"id":445593,"width":839,"height":472,"sizeSlug":"large","linkDestination":"none"}

ଭାରତ କରୋନା ସଂକ୍ରମଣର ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି। ଏଥିରେ ସାମୂହିକ ଟିକାକରଣ ପରିସ୍ଥିତିର ସ୍ଥାୟୀ ସମାଧାନରେ ସହାୟକ ହୋଇପାରିବ ବୋଲି ଡା. ଫାଉସୀ କହିଛନ୍ତି। ସେ କହିଛନ୍ତି ଯେ ଆମର ଏଠାରେ ମଧ୍ୟ ଏବେବି ଦୈନିକ ସଂକ୍ରମଣ ହେଉଛି। ତେବେ ତାଜା ଚିହ୍ନଟ ହେଉଥିବା  ସଂକ୍ରମିତଙ୍କ ରକ୍ତର ସିରମ ସହ ଭାରତୀୟ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ତଥ୍ୟ ଆମେ ସାମିଲ କରୁଛୁ। ଏଥିରୁ ଭାରତୀୟ ଟିକା କରୋନା ଭାଇରସ ମହାମାରୀର ୬୧୭ ଷ୍ଟ୍ରେନ୍‌କୁ ଅପ୍ରଭାବି କରିପାରୁଥିବା ପ୍ରଥମଥର ଜାଣିବାକୁ ପାଇଛୁ।

{"id":445594,"width":839,"height":553,"sizeSlug":"large","linkDestination":"none"}

ଭାରତର ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି ଓ ଆଇସିଏମଆର ଗତ ଜାନୁୟାରୀ ୩ ତାରିଖରେ ଭାରତ ବାୟୋଟେକ୍‌ ଦ୍ୱାରା ବିକଶିତ କୋଭାକ୍ସିନ ଟିକାକୁ ଜରୁରି ଉପଯୋଗ ଲାଗି ମଞ୍ଜୁରି ପ୍ରଦାନ କରିଥିଲେ। ପରୀକ୍ଷଣ ପ୍ରମାଣ ପରେ ଏହି ଟିକା ୭୮ ପ୍ରତିଶତ ପ୍ରତିରକ୍ଷା ପ୍ରଭାବୀ ବୋଲି ଜଣାପଡିଛି। ଏହି ଟିକାକୁ ଭାରତ ବାୟୋଟେକ୍‌ ଆଇସିଏମଆରଙ୍କ ସହଯୋଗରେ ବିକଶିତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.