ଏବେ ୧୭ ଦେଶରେ ବୁଲୁଛି Covidର ଭାରତ ଷ୍ଟ୍ରେନ୍, ଋଷ ଟିକାକୁ ମଞ୍ଜୁର କଲା ବାଂଲାଦେଶ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮।୪:  ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁ ଷ୍ଟ୍ରେନ୍‌ ଏବେ ସୀମା ଡେଇଁ ୧୭ ଦେଶକୁ ବ୍ୟାପି ଯାଇଛି। ଏହା ଏକ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ହୋଇଥିବା ବେଳେ ବୈଜ୍ଞାନିକ ମାନେ ଏହାକୁ ‘୧୬୧୭’ ଭାବେ ନାମିତ କରିଛନ୍ତି। ଯାହା ଏବେ ବିଶ୍ୱର ବିଭିନ୍ନ ୧୭ ଦେଶରେ ଲୋକଙ୍କ ଠାରେ ମିଳୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) କହିଛନ୍ତି।

ଡବ୍ଲୁଏଚଓ ଏକ ବୟାନରେ ଏହି ସୂଚନା ଦେଇଥିବା ବେଳେ ଅନୁନ୍ୟ ୧୭ଟି ଦେଶର ଜିଆଇଏସଆଇଡି ଓପନ ଏକ୍ସେସ ଡାଟାବେସ୍‌ରେ ଏହି ସୂଚନା ଦେଇଛନ୍ତି। ୧୨ଶହରୁ ଅଧିକ ସ୍ୱିକ୍ୱେନ୍ସରେ ଭାରତୀୟ ଡବଲ ମ୍ୟୁଟାଣ୍ଟ ଭୂତାଣୁର ଉପସ୍ଥିତି ଦେଖା ଯାଇଛି। ଏହି ସବୁ ତଥ୍ୟ ଭାରତ, ବ୍ରିଟେନ, ଆମେରିକା ଓ ସିଙ୍ଗାପୁର ଅପଲୋଡ କରିଛନ୍ତି।

ସେପଟେ ପଡୋଶୀ ବାଂଲାଦେଶ ଦେଶରେ ସଂକ୍ରମଣ ବିରୋଧରେ ଲଢିବା ଲାଗି ଋଷ ପ୍ରସ୍ତୁତ ଟିକା ସ୍ପୁଟନିକ-ଭିକୁ ଜରୁରି ଉପଯୋଗ ମଞ୍ଜୁରି ଦେଇଛନ୍ତି। ଦେଶର ଡ୍ରଗ୍ସ ଏଡମିନେଷ୍ଟ୍ରେସନ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହବୁବୁର୍ରହମାନ ଏ ନେଇ ଘୋଷଣା କରିଛନ୍ତି। ଏହା ପୂର୍ବାରୁ ଢାକା ଅକ୍ସଫର୍ଡ ଆଷ୍ଟ୍ରାଜେନେକା ଟିକାକୁ ମଞ୍ଜୁରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.