Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଧିମେଇଲାଣି କରୋନାର ବେଗ, ବଢୁଛି ସୁସ୍ଥତା ହାର, ତଥାପି ସତର୍କ କଲେ କେନ୍ଦ୍ର ସରକାର

16/07/2021 at 5:25 PM

ନୂଆଦିଲ୍ଲୀ ୧୬।୭: ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ହେବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମେ ୪ ତାରିଖ ବେଳକୁ ଦେଶରେ ଏପରି ୫୩୪ ଜିଲ୍ଲା ଥିଲେ ଯେଉଁଠୁ ଦୈନିକ ୧୦୦ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିଲେ। ଏବେ ଦୈନିକ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଜିଲ୍ଲାଙ୍କ ସଂଖ୍ୟା ୭୩କୁ ହ୍ରାସ ହେଲାଣି।

ମେ ୧୦ ତାରିଖ ବେଳକୁ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩୭ ଲକ୍ଷରୁ ଅଧିକ ଥିଲା। ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪ ଲକ୍ଷ ୩୦ ହଜାରକୁ ଖସିଛି। ସେହିପରି ମେ ୧୨ ତାରିଖ ବେଳକୁ ସୁସ୍ଥତା ହାର ୮୩ ପ୍ରତିଶତ ଥିବା ବେଳେ ଏବେ ୯୭.୩ ପ୍ରତିଶତକୁ ବଢିଛି। ତେବେ ଏହାର ଅର୍ଥ ଦେଶରୁ କରୋନା ଚାଲିଯାଉଛି ବୋଲି ବୁଝିବା ଆମର ଭୁଲ ହେବ ବୋଲି ଅଗ୍ରୱାଲ କହିଛନ୍ତି। ଦେଶରେ ଏବେବି ଟେଷ୍ଟିଂ, ଟ୍ରାକିଂ ଓ ଭାକ୍ସିନେସନ କାର୍ଯ୍ୟକ୍ରମ ଜାରି ରହିଛି। ଟିକା ଅଭିଯାନରେ ସରକାର ୩୯.୪ କୋଟି ଡୋଜ୍‌ ଟିକାକରଣ କରିସାରିଲେଣି। ଏଥିରୁ ୩୧.୬ କୋଟି ଲୋକେ ଟିକାର ପ୍ରଥମ ଡୋଜ ନେଇଥିବା ବେଳେ ୭.୯୨ କୋଟି ଲୋକେ ଦ୍ୱିତୀୟ ତଥା ବୁଷ୍ଟର ଡୋଜ ନେଇସାରିଲେଣି ବୋଲି ସେ କହିଛନ୍ତି।

ତେବେ କରୋନା ଭାଇରସ ଏବେବି ଆମମାନଙ୍କ ଜୀବନରୁ ଯାଇ ନାହିଁ। ଏଣୁ ବାହାରେ ବୁଲା ବୁଲି କରିବାକୁ ଗଲାବେଳେ ନିହାତି ଫେସମାସ୍କ ବ୍ୟବହାର କରିବା ଜରୁରି ବୋଲି ସେ କହିଛନ୍ତି।  ଦେଶରେ କରୋନା ସଂକ୍ରମଣ ହାରରେ ହ୍ରାସ ହୋଇଛି। ତେବେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଏବଂ ଓଡିଶାରେ ସଂକ୍ରମଣ ହାର ବଢିବାରେ ଲାଗିଛି। ଏ ନେଇ ପ୍ରଧାନମନ୍ତ୍ରୀ ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିବା ଅଗ୍ରୱାଲ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ସାରା ଦେଶରେ ୩୮ହଜାର ୯୪୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୪୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ସାରା ଦେଶରେ କରୋନା ମୃତ୍ୟୁ ହାର ଏବେ ୧.୩୩ ପ୍ରତିଶତ ଥିବା ଜଣାପଡିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାର ମଧ୍ୟ ୫ ପ୍ରତିଶତରୁ ତଳକୁ ଆସିଛି ବୋଲି ସେ କହିଛନ୍ତି।

   Related Posts