ଭାରତର କରୋନା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମର ଶୀର୍ଷକ, ବିଦେଶରେ ପ୍ରକାଶ ପାଉଛି Covid-19ର ଏପରି ରିପୋର୍ଟ

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪।୪: କିଛି ସମୟ ପୂର୍ବରୁ କରୋନା ଭାଇରସ ମହାମାରୀର ସଫଳ ମୁକାବିଲା ଲାଗି ପ୍ରଶଂସା ସାଉଁଟୁଥିବା ଭାରତ ଏବେ କୋଭିଡ-୧୯ ଦ୍ୱିତୀୟ ଲହରରେ ଟଳମଳ ହେଉଛି। ସାରା ବିଶ୍ୱରେ ଭାରତ ଏବେ ପ୍ରସଙ୍ଗ ପାଲଟିଥିବା ବେଳେ ଗଣମାଧ୍ୟମରେ ଏହା କେବଳ ଶୀର୍ଷକ ହୋଇ ନାହିଁ ଏବେ ସମ୍ପାଦକୀୟ ମଧ୍ୟ ଲେଖାଗଲାଣି। ଏଥିଲାଗି ବିଦେଶୀ ଗଣମାଧ୍ୟମମାନେ  ଭାରତର କିପରି ରିପୋର୍ଟ କରୁଛନ୍ତି ଆସନ୍ତୁ ଜାଣିବା।

{"id":443644,"sizeSlug":"large","linkDestination":"none"}

ଭାରତରେ କରୋନା ଭାଇରସ ମହାମାରୀ ସବୁଦିନ ନୂଆ ନୂଆ ରେକର୍ଡ କରୁଛି। ଏଥିରେ ଦେଶର କେତେକ ରାଜ୍ୟରେ କୋଭିଡ-୧୯ ସଂକ୍ରମିତ ହସ୍ପିଟାଲରେ ବେଡ, ଅକ୍ସିଜେନ ଏବଂ ଜରୁରି ଔଷଧ ଅଭାବର ସମ୍ମୁଖୀନ ହେଉଛନ୍ତି। ଅକ୍ସିଜେନ ଅଭାବରୁ ଅନେକ ଆକ୍ରାନ୍ତ ପ୍ରାଣ ହରାଉଥିବା ବେଳେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ହୋଇପଡିଛି,ଯାହାକୁ ଅନ୍ତର୍ଜାତୀୟ ଗଣମାଧ୍ୟମ ମୁଖ୍ୟ ଖବର ଭାବେ ଉପସ୍ଥାପନ କରୁଛନ୍ତି।

ଆମେରିକୀୟ ସମ୍ବାଦପତ୍ର ‘ୱାସିଂଟନ ପୋଷ୍ଟ’ ଖୁବ୍ ଶୀଘ୍ର କଟକଣା ହଟାଇ ନେବା ଦେଶର ଏପରି ଅବସ୍ଥା କରିଥିବା ଉଲ୍ଲେଖ କରିଛି। କ୍ରିକେଟ ମ୍ୟାଚ୍‌ ଲାଗି ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ଦେଇ ଦିଆଯିବା, ଫିଲ୍ମ ଥିଏଟର ପୁଣି ଖୋଲିବା ଲାଗି ନିର୍ଦ୍ଦେଶ ଦେବାଏହି ପରିସ୍ଥିତିର କାରଣ ହୋଇପାରେ ବୋଲି ଉଲ୍ଲେଖ କରିଛି।

{"id":443645,"sizeSlug":"large","linkDestination":"none"}

ତେବେ ବ୍ରିଟେନରୁ ପ୍ରକାଶିତ ସମ୍ବାଦପତ୍ର ‘ଦି ଗାର୍ଡିଆନ’ ଭାରତର କରୋନା ପରିସ୍ଥିତିକୁ ସମ୍ପାଦକୀୟ କରିଥିବା ବେଳେ ଏହା ଆଗକୁ ବିଶ୍ୱର ଅନ୍ୟ ଦେଶଙ୍କ ଲାଗି ଚେତାବନୀ ହେବ ବୋଲି ଉଲ୍ଲେଖ କରିଛି। ଲେଖକ ପିଟର ବ୍ୟୁମୋଣ୍ଟ ଏହାକୁ ‘ବୋଧ ହୁଏ ସାମାଜିକ ବ୍ୟବହାର, ସ୍ୱାସ୍ଥ୍ୟ ପ୍ରଣାଳୀ ଓ ଦୁର୍ବଳ ନୀତିଗତ ନିଷ୍ପତିର ମିଳିତ ଫଳ ହୋଇପାରେ’ ବୋଲି ଲେଖିଛନ୍ତି।

ସେହିପରି ଆମେରିକୀୟ ସମ୍ବାଦପତ୍ର ‘ନ୍ୟୁୟର୍କ ଟାଇମ୍ସ’ ଏକ ପ୍ରବନ୍ଧ ପ୍ରକାଶିତ କରିଥିବା ବେଳେ ‘ଭାରତକୁ ଏକ ସଫଳ ଦେଖାଯାଉଥିବା କାହାଣୀରୁ ଗୁରୁତର ପ୍ରଭାବିତ ସ୍ଥାନ ଆଡକୁ ମୋଡି ଦେଇଛି ’ ବୋଲି ଉଲ୍ଲେଖ କରିଛି। ତେବେ ଏଥିରେ ବିଶେଷଜ୍ଞ ମହାମାରୀ ନିୟନ୍ତ୍ରଣରେ ଭାରତର ବିଫଳତା ବୈଶ୍ୱିକ ସମସ୍ୟାର କାରଣ ହୋଇପାରେ ବୋଲି ମଧ୍ୟ ସତର୍କ କରିବା ଏବେ ଉଦବେଗର କାରଣ ପାଲଟିଛି।

{"id":443646,"sizeSlug":"large","linkDestination":"none"}

ଏଥିରେ ବିବିସି ଏକ ରିପୋର୍ଟରେ ଅନେକ କାରଣରୁ ଭାରତରେ କୋଭିଡ-୧୯ ଦ୍ୱିତୀୟ ଲହର ଆସିଥିବା ଉଲ୍ଲେଖ କରିଛି। ତେବେ ଅଷ୍ଟ୍ରେଲିଆରୁ ପ୍ରକାଶିତ ଏବିସି ଭାରତରେ କୋଭିଡ-୧୯ ଦ୍ୱିତୀୟ ଲହର ଲାଗି ମୁଖ୍ୟତଃ ୩ଟି ଫ୍ୟାକ୍ଟରକୁ ଦାୟି କରିଛି। ଯେଉଁଥିରେ ଭୂତାଣୁର ନୂଆ ପ୍ରକାର ସାଙ୍ଗକୁ ସାର୍ବଜନିକ ବ୍ୟବହାରକୁ ଦାୟି କରାଯାଇଛି।

ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର ଜାରି କରିଥିବା ସୂଚନାରେ ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ କୋଭିଡ-୧୯ର ୩ଲକ୍ଷ ୪୬ ହଜାର ୭୮୬ କନଫର୍ମ କେସ୍‌ ମିଳିଥିବା କହିଛନ୍ତି। ଏଥିରେ ସଂକ୍ରମିତଙ୍କ ମଧ୍ୟରୁ ୨ହଜାର ୬୨୪ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ କୋଭିଡ ଆକ୍ସିଭ କେସ୍ ସଂଖ୍ୟା ୨୫ଲକ୍ଷ ୫୨ ହଜାର ୯୪୦କୁ ଛୁଇଁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.