Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରଙ୍ଗ : ଅନ୍ତରାଷ୍ଟ୍ରୀୟ ବ୍ୟାଘ୍ର ଦିବସ : ଅନଲାଇନ୍‌ରେ ନନ୍ଦନକାନନରେ ହେଉଛି ପାଳିତ
  • ||
  • କେନ୍ଦ୍ରାପଡା : ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ପ୍ରଜାତିର ଲାଲ୍ ରଙ୍ଗର ବଗ
  • ||
  • କଳାହାଣ୍ଡି : ନାବାଳକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ବଡ ଭାଇକୁ ତୀର ମାଡ
  • ||
  • ତେଲକୋଇ : ଫ୍ରି ଫାୟାର ଗେମ୍ ନେଲା ଜୀବନ, ଗୁରୁତର ଥିବା ଛାତ୍ରଙ୍କ ମୃତ୍ୟୁ
  • ||
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • କାମାକ୍ଷାନଗର : ଟିକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, ପ୍ରାଣ ହରାଇଲେ ୨ ମାସର ଶିଶୁ କନ୍ୟା
  • ||
  • ସମ୍ବଲପୁର :ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍, ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||

ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ପ୍ରସ୍ତୁତ, ଡେଫସଙ୍ଗରେ ମୁତୟନ କଲା ଟ୍ୟାଙ୍କ୍ ଓ ପାରା କମାଣ୍ଡୋ

3/08/2020 at 10:18 PM

ଲଦାଖ, ୦୩|୦୮: ଚୀନକୁ ଟକ୍କର ଦେବାକୁ ଭାରତ ପ୍ରସ୍ତୁତ କରିଛି ନୂଆ ଯୋଜନା । ଲଦ୍ଦାଖର ଦୌଲତ ବେଗ ଓଲଡି ଓ ଡେଫସାଙ୍ଗର ବିପରୀତ ଦିଗରେ ଭାରତ ୧୭ ହଜାରରୁ ଅଧିକ ସୈନ୍ୟ ଓ ସସସ୍ତ୍ର ବାହାନ ମୁତୟନ କରିଛି । ଏହାସହ ଚୀନ ତରଫରୁ କରାଯାଉଥିବା କୌଣସି ଦୁଃସାହସର ଜବାବ ଦେବାକୁ ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇଛି ।

ସରକାରୀ ସୂତ୍ରାନୁସାରେ, ଦୌଲତ ବେଗ ଓଲଡି ଓ ଡେଫସାଙ୍ଗରେ ଟି୯୦ ରେଜିମେଣ୍ଟର ଯବାନଙ୍କୁ ମୁତୟନ କରାଯାଇଛି । ଏହାସହ ଟ୍ୟାଙ୍କ୍ ମଧ୍ୟ ମୁତୟନ କରାଯାଇଛି । ପେଟ୍ରୋଲିଂ ପଏଁଣ୍ଟ ୧ରୁ ଦେଫସାଙ୍ଗ୍ ଯାଏଁ ଯବାନ ନିୟୋଜିତ ଅଛନ୍ତି । ଏପରିକି ପାରା କମାଣ୍ଡୋ ମଧ୍ୟ ସେଠାରେ ରହିଛନ୍ତି ।

ଚୀନ୍ ସେନା ଦ୍ୱାରା ପିପି-୧୦ ଆସୁଥିବା ଭାରତୀୟ ସୈନ୍ୟଙ୍କୁ ପିପି-୧୩ରେ ବ୍ଲକ କରାଯିବା ପରେ ଏହି ମୁଭମେଣ୍ଟ୍ ଆରମ୍ଭ ହୋଇଛି । ଭାରତ ଡେଫସାଙ୍ଗ୍ ଅଞ୍ଚଳରେ ସ୍ଥିତି ମଜବୁତ କରିବା ପାଇଁ ଏହି ପଦକ୍ଷେପ ନେଇଛି । ପୂର୍ବ ଲଦ୍ଦାଖକୁ ଲେହ ସହ ଯୋଡୁଥିବା ମୁଖ୍ୟ ରାସ୍ତା ସହ ଏହି ଅଞ୍ଚଳ ଜଡିତ ।

ଡେଫସାଙ୍ଗ୍ ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ଚୀନ ପୂର୍ବ ଅପେକ୍ଷା ଅଧିକ ସୈନ୍ୟ ମୁତୟନ କରିଛି  । ଚୀନ ବାହାନର ଯାତାୟତ ବୃଦ୍ଧି ପାଇଛି । ଏଠାରେ ଭାରତୀୟ ସୈନିକ ପ୍ରାୟତଃ ପିଏଲଏକୁ ହଟାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏଠାରେ ପୂର୍ବ ତୁଳନାରେ ଚୀନ ଅଧିକ ସୈନ୍ୟ ନିୟୋଜିତ କରିଛି । ଯାହାକୁ କାଉଣ୍ଟର ଦେବାକୁ ଯାଇ ଭାରତ ଟ୍ୟାଙ୍କ୍ ସହ ଯବାନଙ୍କ ସଂଖ୍ୟା ବୃଦ୍ଧି କରିଛି ।

   Related Posts