ଭାରତରେ ଜୁଲାଇ ୨୬ ଆଡକୁ କୋଭିଡ୍-୧୯ର ଶେଷ କେସ୍ ଦେଖିବାକୁ ମିଳିପାରେ: ତଥ୍ୟ ସହ ଗବେଷକ

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭।୦୪: ସିଙ୍ଗାପୁର ଗବେଷକଙ୍କ ଅନୁସାରେ ଭାରତରେ ଜୁଲାଇ ୨୬ ଆଡକୁ କୋଭିଡ୍-୧୯ର ଶେଷ କେସ୍ ଦେଖିବାକୁ ମିଳିପାରେ। ସିଙ୍ଗାପୁର ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ପ୍ରାକୃତିକ ଇଣ୍ଟେଲିଜେ୍ସ ଆଲଗୋରିଦିମ ଜରିଆରେ ତଥ୍ୟ ପ୍ରସ୍ତୁତ କରି ପୂର୍ବାନୁମାନ କରିଛନ୍ତି ଯେ, ୧୩୧ ଦେଶରେ କରୋନା ଭାଇରସ୍‌ ସମାପ୍ତ ହୋଇଯିବ। ଏହି ପୂର୍ବାନୁମାନ ଏପ୍ରିଲ ୨୬ରେ ୟୁନିଭର୍ସିଟିର ଓ୍ଵେବସାଇଟ୍‌ରେ ଅପଲୋଡ୍ କରାଯାଇଛି।

ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଡିସେମ୍ବର ୯ ବେଳକୁ କରୋନା ଭାଇରସ୍‌ର ପ୍ରାଦୁର୍ଭାବ ଦୁନିଆରେ ଶେଷ ହେବାର ସମ୍ଭାବନା ରହିଛି। ମାତ୍ର ବାହାରିନ ଓ କାତାରା ପରି ଦେଶରେ ବର୍ଷର ଶେଷ ଆଡକୁ କିମ୍ବା ୨୦୨୧ ଫେବୃଆରୀ ମାସରେ କରୋନାର ତାଜା ମାମଲା ଦେଖିବାକୁ ମିଳିପାରେ।

ଭାରତ ପାଇଁ ଭବିଷ୍ୟବାଣୀ କରିଥିବା ଏହି ଟିମ୍ ପୂର୍ବାନୁମାନ କରିଛନ୍ତି ଯେ, ମୋଟ୍‌ ଆକ୍ରାନ୍ତ ମଧ୍ୟରୁ ମେ ୨୧ ସୁଦ୍ଧା ୯୭ ପ୍ରତିଶତଙ୍କ ଯାଞ୍ଚ ସରି ଯାଇଥିବ। ଗବେଷଣା କରିଥିବା ଟିମ୍ ପ୍ରତ୍ୟେକ ଦେଶର ଆରମ୍ଭଠୁ ନେଇ ଏ ଯାଏ ସଂକ୍ରମଣର ତଥ୍ୟ, କେତେ ସୁସ୍ଥ ହେଲେ, ସଂକ୍ରମଣ ହାର ଏବଂ ନୂତନ ପଜିଟିଭ୍ ସଂଖ୍ୟା ସବୁର ବିଶ୍ଳେଷଣ କରି ଏହାର ପୂର୍ବାନୁମାନ କରିଛନ୍ତି।

ଏପ୍ରିଲ ୨୫ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଉପରେ ଆଧାରିତ ଏହି ଭବିଷ୍ୟବାଣୀରୁ ଏହା ଜଣା ପଡିଛି ଯେ, ମହାମାରୀରେ ପ୍ରଭାବିତ ଦେଶ ଯଥା ଆମେରିକା ଓ ଇଟାଲୀରେ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା କରୋନା ଭାଇରସ୍ ସମାପ୍ତ ହେବାର ସମ୍ଭାବନା ରହିଛି। ମାତ୍ର ଦୁଇ ଦେଶ ମେ ୧୨ ସୁଦ୍ଧା ମୋଟ୍ ମାମଲାର ୯୭ ପ୍ରତିଶଥ କେସ୍ ଯାଞ୍ଚ କରି ସାରିଥିବେ।

ଗବେଷକ କହିଛନ୍ତି ଯେ, ଭବିଷ୍ୟବାଣୀର ବ୍ୟାଖ୍ୟା କରିବା ବେଳେ ସାବଧାନ ରହିବା ଉଚିତ୍। ସେ କହିଛନ୍ତି କେବେ କରୋନା ଶେଷ ହେବ ତାକୁ ନେଇ କରାଯାଇଥିବା ଭବିଷ୍ୟବାଣୀକୁ ନେଇ ଅଧିକ ଆଶାବାଦୀ ରହିବା ବିପଦଜ୍ଜନକ ହୋଇପାରେ। ଲକ୍‌ଡାଉନ୍‌ ପରି ପ୍ରତିବନ୍ଧକ ସଂକ୍ରମଣକକୁ ରୋକିବାରେ କିଛିଟା ସହାୟକ ହୋଇଥିବା ଗବେଷକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.