Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

IN VS BN ଟେଷ୍ଟ: ବିରାଟଙ୍କ ସହ ବୈଠକ ଡାକିଛନ୍ତି ଗାଙ୍ଗୁଲୀ, ହେବ ‘ଡେ ନାଇଟ୍ ମ୍ୟାଚ୍’

24/10/2019 at 5:43 PM

ଆସନ୍ତା ମାସରେ ହେବ ଭାରତ ବନାମ ବାଂଲାଦେଶ ୨ଟିକିଆ ମ୍ୟାଚର ଟେଷ୍ଟ ସିରିଜ । ତେବେ ପ୍ରଥମ ଥର ଏହି ଟେଷ୍ଟ ସିରିଜକୁ  ଡେ ନାଇଟ୍ କରିବାକୁ ଉଦ୍ୟମ ହେଉଛି। ଏଥିନିମନ୍ତେ ନୂଆ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲିଙ୍କୁ ଏକ ବୈଠକ ଲାଗି ଡାକିଛନ୍ତି। ଗାଙ୍ଗୁଲୀ ଗୋଲାପୀ ବଲ୍ ରେ ଦିବାରାତ୍ର ଟେଷ୍ଟମ୍ୟାଚକୁ ସମର୍ଥନ କରୁଛନ୍ତି । କାରଣ ଟେଷ୍ଟ କ୍ରିକେଟ ପ୍ରତି ଲୋକଙ୍କ ଋଚି କମିବାରେ ଲାଗିଛି। ଏଣୁ ଏଭଳି ମ୍ୟାଚ ଲାଗି ଗାଙ୍ଗୁଲୀ ଅନେକ ଦିନରୁ ଲବି କରୁଛନ୍ତି । ହେଲେ ନିଜ ମତକୁ ଟିମ୍ ଉପରେ ଥାପିଦେବାକୁ ଚାହୁଁ ନାହାନ୍ତି। ଏଣୁ ବିରାଟ ଓ ଟିମ୍ ପ୍ରବନ୍ଧନର ମତାମତ ମିଳିବା ପରେ ଯାଇ ଏ ନେଇ କୌଣସି ନିଷ୍ପତ୍ତି ହେବ।

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରେ ଖେଳାଯିବ। ଇନ୍ଦୋରରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୨୨ ତାରିଖ ଦିନ କୋଲକାତାରେ ଖେଳାଯିବ। ତେବେ ବାଂଲାଦେଶର ଇଣ୍ଡିଆ ଟୁର ବେଳେ ଗୋଟିଏ ମ୍ୟାଚ୍ ନିଶ୍ଟିତ ଡେ ନାଇଟ୍ ହୋଇପାରେ ବୋଲି ଆକଳନ କରାଯାଉଛି। ଗତବର୍ଷ ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ବେଳେ ତତ୍କାଳୀନ ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ରାଜକୋଟ ଟେଷ୍ଟକୁ ଦିବାରାତ୍ର କରିବାକୁ ଚାହିଁଥିଲେ। ହେଲେ ପ୍ରଶାସକଙ୍କ କମିଟି (ସିଓଏ) ଖେଳାଳିମାନେ ରାଜି ହେଉନଥିବା କହିଥିଲେ।

ତେବେ ଟେଷ୍ଟ କ୍ରିକେଟ ପ୍ରତି ଲୋକଙ୍କୁ ପୁଣି ଆକର୍ଷିତ କରିବା ଲାଗି ଦିବାରାତ୍ର ମ୍ୟାଚ୍ ଉପରେ ଗାଙ୍ଗୁଲୀ ଅନେକ ପୂର୍ବରୁ ଗୁରୁତ୍ୱ ଦେଇଆସୁଛନ୍ତି। କାରଣ ଲୋକେ ୱାନଡେ ଓ ଟି-୨୦ ପ୍ରତି ଏବେ ଅଧିକ ଋଚି ରଖୁଥିବାରୁ ଟେଷ୍ଟମ୍ୟାଚ୍ ପାଇଁ ଆଉ ପୂର୍ବ ପରି ଏତେ ଆଗ୍ରହୀ ହେଉ ନାହାନ୍ତି । ଏଣୁ ଷ୍ଟାଡିୟମର ଗାଲେରୀ ଖାଲିପଡୁଛି। ଯଦି ମ୍ୟାଚ୍ ଦିବାରାତ୍ର କରାଯାଇ ପାରନ୍ତା ତେବେ କ୍ରିକେଟର ଏହି ଫର୍ମାଟ ପ୍ରତି ପୁଣି ଲୋକେ ଋଚି ରଖନ୍ତେ ବୋଲି ଗାଙ୍ଗୁଲୀ କହିଥିଲେ।

   Related Posts