Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସରକାରଙ୍କ ଗୋଟିଏ ନିଷ୍ପତ୍ତିରେ ଦେଶରେ କୋଭିଡ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ କମି ଯାଇଥାନ୍ତା, ବିଶେଷଜ୍ଞଙ୍କ ରିପୋର୍ଟରୁ ଖୁଲାସା

3/07/2021 at 4:36 PM

ନୂଆଦିଲ୍ଲୀ ୦୩/ ୦୭ : ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ତାଣ୍ଡବ ରଚିଥିଲା । ଏପ୍ରିଲ ଏବଂ ମେ ମାସରେ କରୋନର ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରୁଥିଲା । ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତିଦିନ ୬ ହଜାର ଯାଏଁ ପହଞ୍ଚିଯାଇଥିଲା । ଜୁନ ମାସରେ ସଂକ୍ରମଣ ହାର ଧିରେ ଧିରେ ଖସିଥିଲା । ଏବେ ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲେ ସୁଦ୍ଧା ତୃତୀୟ ଲହର ସତର୍କ ଘଣ୍ଟି ସାଜିଛି । ଏହାରି ମଧ୍ୟରେ ଆମେରିକା ଏବଂ ବ୍ରିଟେନରେ ଏକ ଅଧ୍ୟୟନ ଚକିତ କରିଛି ।

ଅଧ୍ୟୟନରେ କୁହାଯାଇଛି ଯେ, ଯଦି ମାର୍ଚ୍ଚ ମାସ ଆରମ୍ଭରୁ ଭାରତରେ ଲକଡାଉନ୍‌ ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଥାନ୍ତା ତେବେ ଦେଶରେ ୯୦ ଲକ୍ଷରୁ ୧.୩୦ କୋଟି ସଂକ୍ରମଣ କମ ହୋଇପାରିଥାନ୍ତା । କେବଳ ସେତିକି ନୁହେଁ ମୃତ୍ୟୁ ସଂଖ୍ୟା ମଧ୍ୟ କମିଥାନ୍ତା । ଷ୍ଟଡିରେ କୁହାଯାଇଛି ଯେ, ମାର୍ଚ୍ଚ ମାସ ଆରମ୍ଭରୁ ଦେଶରେ ଲକଡାଉନ୍ ଲାଗୁ ହୋଇଥିଲେ ମୃତ୍ୟୁସଂଖ୍ୟା ପ୍ରାୟ ୧ ଲକ୍ଷ କମ ହୋଇପାରିଥାନ୍ତା । କରୋନା ପିକ୍‌ରେ ଥିବାବେଳେ ଦେଶରେ ନିର୍ବଚନୀ ରାଲି, କୁମ୍ଭ ମେଳା ଭଳି କାର୍ଯ୍ୟକ୍ରମ ସଂକ୍ରମଣ ବୃଦ୍ଧିାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ପୂର୍ବରୁ କହିସାରିଛନ୍ତି । କିନ୍ତୁ ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନର ବିଶେଷଜ୍ଞମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ।

ଦେଶରେ କାରୋନା ସଂକ୍ରମଣର ଦ୍ବିତୀୟ ଲହର ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଲାଗୁ କରାଯାଇନଥିଲା । ଲକ୍‌ଡାଉନ୍ ନିଷ୍ପତ୍ତି ରାଜ୍ୟ ସରକାରମାନଙ୍କ ଉପରେ ଛାଡିଦିଆଯାଇଥିଲା । ମହାରାଷ୍ଟ୍ର ସରକାର ପ୍ରଥମ ରାଜ୍ୟ ଭାବେ ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିଥିଲେ । ଏପ୍ରିଲ ୧୪ ତାରିଖରେ ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିଥିଲେ ଉଦ୍ଧବ ଠାକରେ ସରକାର । ଏହାପ​‌ରେ ଅନ୍ୟରାଜ୍ୟମାନଙ୍କରେ ଲାଗୁ ହୋଇଥିଲା ଲକ୍‌ଡାଉନ୍‌ ପ୍ରକ୍ରିୟା । କିଛି ରାଜ୍ୟରେ କରୋନା ସଂକ୍ରମଣ ପିକ୍‌ରେ ଥିବା ବେଳେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଥିବାରୁ ଲକ୍‌ଡାଉନ୍‌ ଲାଗୁ କରାଯାଇନଥିଲା । ଯାହାର ଏକ ଉଦାହରଣ ହେଉଛି ପଶ୍ଚିମବଙ୍ଗ ରାଜ୍ୟ । ନିର୍ବାଚନ ଶେଷ ହେବାଯାଏଁ ଲକଡାଉନ୍‌ ଲାଗୁକରିବା ପାଇଁ ଅପେକ୍ଷା କରିଥିଲେ ରାଜ୍ୟ ସରକାର । ଯାହା ଫଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇଥିଲା ।

ଅଧ୍ୟୟନରେ ସାମିଲ ଥିବା ମିଶିଗନ୍ ୟୁନିଭରସିଟିର ପ୍ରଫେସର ଭରମାର ମୁଖାର୍ଜୀ ଏବଂ ଲଣ୍ଡନର ଇମ୍ପିରିୟଲ କଲେଜର ସ୍ବପ୍ନିଲ ମିଶ୍ରା ଏହି ତଥ୍ୟ ପ୍ରକାଶ କରିଛନ୍ତି । ଷ୍ଟଡିରେ କୁହାଯାଇଛି ଯେ, ଦେଶରେ ଦୃତ ଗତି​‌ରେ ବୃଦ୍ଧି ପାଇଥିବା ଡେଲଟା ଭ୍ୟାରିଆଣ୍ଟ ଦ୍ବିତୀୟ ଲହରର ପ୍ରମୁଖ କାରଣ । କିନ୍ତୁ ଆରମ୍ଭରୁ ହିଁ ଏହାକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା । ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଫେବୃଆରୀ ମାସର ମଧ୍ୟରୁ ହିଁ ଆରମ୍ଭ ହୋଇଯାଇଥିଲା । ଏହା ପରେ ଦେଶରେ ସଂକ୍ରମଣ ହାର ବ୍ୟାପକ ଭାବେ ବୃଦ୍ଧିପାଇବାକୁ ଲାଗିଥିଲା ।

   Related Posts