ବୋଲ ମାନୁନି ସଂକ୍ରମଣ: ରେକର୍ଡ ସଂଖ୍ୟକ ନୂଆ କେସ୍, ଦ୍ରୁତଗତିରେ ବ୍ୟାପୁଛି
3/04/2021 at 11:07 AM

ମୁମ୍ୱାଇ ୩/୪: ଦେଶରେ ବେକାବୁ ହେଉଛି କରୋନା ଲହର । ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ବଢିବାରେ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୯ ହଜାରରୁ ଅଧିକ ନୁଆ କେସ୍ ଚିହ୍ନଟ ହେବା ସହ ୭୧୪ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ମୃତ୍ୟୁ ମାମଲାରେ ଆମେରିକା, ବ୍ରାଜିଲ୍, ମେକ୍ସିକୋ ପରେ ଭାରତର ସ୍ଥାନ ଚତୁର୍ଥରେ ରହିଛି ।
ଚଳିତବର୍ଷ ପ୍ରଥମ ଥର ଲାଗି ସଂଖ୍ୟା ଏତେ ପାର୍ କରିଛି । ପୂର୍ବରୁ ଗତବର୍ଷ ସେପ୍ଟେମ୍ୱରରେ ୯୨, ୬୦୫ ରେକର୍ଡ ପଜିଟିଭ ବାହାରିଥିଲି । ବର୍ତ୍ତମାନ୍ ପାଖାପାଖି ୧୧ ରାଜ୍ୟରେ ସଂକ୍ରମଣ ମାତ୍ରା ବଢୁଛି । ଏବେସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨୩ ଲକ୍ଷ ୯୨ ହଜାର ୨୬୦ ଥିବାବେଳେ ଡିସଚାର୍ଜ ହୋଇଛନ୍ତି ୧ କୋଟି ୧୫ ଲକ୍ଷ ୬୯ ହଜାର ୨୪୧ । ସେହିଭଳି ଆକ୍ଟିଭ କେସ୍ ୬ ଲକ୍ଷ ୫୮ ହଜାର ୯୦୯ ରହିଥିବାବେଳେ ୧ ଲକ୍ଷ ୬୪ ହଜାର ୧୧୦ ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିଭଲି ୭ କୋଟି ୩୦ ଲକ୍ଷ ୫୪ ହଜାର ୨୮୫ ଜଣ ଏଯାବତ୍ ଟିକା ନେଇସାରିଲେଣି । ଶୁକ୍ରବାର ମହାରାଷ୍ଟ୍ରରେ ୪୭,୮୨୭ ନୂଆ ପଜିଟିଭ ବାହାରିଥିଲେ । ଫଳରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବା ଠକରେ ଆଗାମୀ ଦିନରେ ଲକଡାଉନ କରିବାକୁ ସବୁଜ ସଂକେତ ଦେଇଛନ୍ତି ।