Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଦେଶରେ କରୋନା ଲହର : ୨୪ ଘଣ୍ଟାରେ ୧.୩୧ ଲକ୍ଷ ପଜିଟିଭ୍, ୮୦୦ରୁ ଅଧିକ ମୃତ

9/04/2021 at 8:43 AM

ନୂଆଦିଲ୍ଲୀ ୯/୪ : ଦେଶରେ କରୋନାର ହାହାକାର ସ୍ଥିତି । ପ୍ରତିଦିନ ବଢିବାରେ ଲାଗିଛି ପଜିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ରେକର୍ଡ କିଛି ମହାମାରୀ । ଦିନକରେ ୧ ଲକ୍ଷ ୩୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି, ଯାହାକି କରୋନା ମହାମାରୀର ୨ ଲହର ଆରମ୍ଭ ଦିନ ଠାରୁ ଏଯାବତ୍ ସର୍ବାଧିକ ପଜିଟିଭ । 

ବିଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହୋଇଛନ୍ତି । ତେବେ ୮୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯.୭୪ ଲକ୍ଷକୁ ବୃଦ୍ଧି ପାଇଛି । ଯଦି ଚଳିତ ସପ୍ତାହର କଥା କହିବା, ତାହଲେ ଦେଶରେ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଦେଶରେ ଏବେ ଭାଇରସର ସ୍ଥିତି ବହୁତ ଖରାପ ହେବାରେ ଲାଗିଛି । ମହାରାଷ୍ଟ୍ରରେ ଦିନକୁ ୫୦ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହେଉଛନ୍ତି । ବିଗତ ଦିନରେ ମହାରାଷ୍ଟ୍ରରେ ୫୬ ହଜାର ଲୋକ କରୋନା ଚିହ୍ନଟ ହୋଇଥିଲେ । କେବଳ ମୁମ୍ବାଇରେ ୯ ହଜାର ଲୋକ ପଜିଟିଭ ଜଣାପଡ଼ିଥିଲେ । ଦିଲ୍ଲୀରେ ମଧ୍ୟ ଗୋଟିଏ ଦିନରେ ସାଢ଼େ ୭ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 

   Related Posts