Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ନେଇ ଜାତିସଂଘକୁ ସମର୍ଥନ କରିପାରେ ବେଜିଂ

ନୂଆଦିଲ୍ଲୀ ୧୬|୩ : ଜୈସ ମୁଖ୍ୟ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ନେଇ ଚୀନ ତାର ଆଭିମୁଖ୍ୟରେ ପରିବର୍ତ୍ତନ ନେଇ ଦେଇଛି ସଙ୍କେତ। ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ନେଇ ଜାତିସଂଘକୁ ସମର୍ଥନ କରିପାରେ ବେଜିଂ। ଏନେଇ ବେଜିଂ ସହିତ ବୁଝାମଣା ଚାଲିଛି । ଦିନେ କି ଦୁଇ ଦିନ ଭିତରେ ଆଲୋଚନାର ନିଷ୍କର୍ଷ ଜଣାପଡିବ।

ତେବେ ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପୂର୍ବରୁ ବିଶ୍ବ ଆତଙ୍କବାଦୀ ଘୋଷଣା ନେଇ ଘୋଷଣାନାମାରେ ବ୍ୟବହୃତ ଶବ୍ଦରେ କିଛି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି ବେଜିଂ। ଯଦି ବେଜିଂ ସହିତ ଆଲୋଚନା ବିଫଳ ହୁଏ ତେବେ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ନେଇ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଦେଇଥିବା ପ୍ରସ୍ତାବକୁ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି ।

ଜାତିସଂଘ ଏହି ପ୍ରସ୍ତାବ ଉପରେ ଏକ ସଂକଳ୍ପ ଆଣିବାକୁ ବାଧ୍ୟ କରିବେ। ଜାତିସଂଘର ସୁରକ୍ଷା ପରିଷଦର ସବୁ ସଦସ୍ୟଙ୍କ ସହିତ ଖୋଲା ମଞ୍ଚରେ ବିତର୍କ କରାଯାଇ ଭୋଟ ନିଆଯିବ। ଏବେ ଜାତିସଂଘର ୧୨୬୭ ସାଙ୍କସନ କମିଟି  ଏହି ପ୍ରସଙ୍ଗରେ ଗୋପନରେ ଚଳାଇଥିଲା କସରତ।

188 Views

   ସମ୍ବନ୍ଧିତ ଖବର