ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ କନସୁଲେଟ୍ ଜେନେରାଲଙ୍କ ପରଲୋକ

Published By : Prameya-News7 Bureau | May 10, 2021 IST

ମଜାର-ଏ-ଶରିଫ ୧୦।୫: ଆଫଗାନିସ୍ତାନ ମଜାର-ଏ-ଶରିଫରେ ଅବସ୍ଥାପିତ ଭାରତୀୟ କନସୁଲେଟ୍ ଜେନେରାଲ ଭିନେଶ କାଲରାଙ୍କ ସୋମବାର ପରଲୋକ ହୋଇଛି। ସେ କୋଭିଡ-୧୯ରେ ଆକ୍ରାନ୍ତ ଥିଲେ ଓ କାବୁଲର ଏକ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। କଲରାଙ୍କ ପରଲୋକରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଶୋକ ପ୍ରକଟ କରିଛନ୍ତି।

wp:embed {"url":"https://twitter.com/DrSJaishankar/status/1391743258158452737","type":"rich","providerNameSlug":"twitter","responsive":true,"className":""}
https://twitter.com/DrSJaishankar/status/1391743258158452737
/wp:embed

ଏ ନେଇ ଜୟଶଙ୍କର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ବାର୍ତ୍ତା ସେୟାର କରିଥିବା ବେଳେ କାଲରାଙ୍କୁ କର୍ତ୍ତବ୍ୟନିଷ୍ଠ ଓ ସମର୍ପିତ ସହକର୍ମୀ ବୋଲି କହିଛନ୍ତି। ତାଙ୍କର ଅସମୟ ପରଲୋକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରିଛନ୍ତି। ସେହପରି ଜୟଶଙ୍କର ତାଙ୍କ ପରିବାର ଲାଗି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି। ମାମଲାରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ମଧ୍ୟ ସୂଚନା ଦେଇଛନ୍ତି।

ବାଗଚୀ କହିଛନ୍ତି ଯେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ମଧ୍ୟ କଲରା ଏହି ପଦ ଗ୍ରହଣ କରିବାକୁ ନିଜ ଆଡୁ ଆଗକୁ ଆସି ଦେଶପ୍ରତି ତାଙ୍କର ପ୍ରତିବଦ୍ଧତା ଓ ସମର୍ପଣ ପ୍ରଦର୍ଶିତ କରିଥିଲେ। ତାଙ୍କର ଏପରି ବିୟୋଗ ବୈଦେଶିକ ବିଭାଗରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ତାଙ୍କପରିବାର ପ୍ରତି ମନ୍ତ୍ରାଳୟ ନିଜର କର୍ତ୍ତବ୍ୟ ପାଳନ କରିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.