ଆତଙ୍କବାଦୀ ଆକ୍ରମଣରେ ୧୧ ଶିଖ୍ ମୃତ, ତୀବ୍ର ନିନ୍ଦା କଲା ଭାରତ

Published By : Prameya-News7 Bureau | March 25, 2020 IST

କାବୁଲ, ୨୫|୦୩: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବସବାସ କରୁଥିବା ଶିଖଙ୍କର ଏକ ଜନ ବସତିରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ପ୍ରାଣ ହରାଇଛନ୍ତି । ତେବେ ଭାରତ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1242727983036526592?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1242727983036526592\u0026ref_url=https%3A%2F%2Fwww.hindustantimes.com%2Findia-news%2Findia-condemns-cowardly-attack-on-sikh-place-of-worship-in-kabul-offers-all-possible-assistance%2Fstory-0gO3gn7EChY4lkd3L1FuWO.html","type":"rich","providerNameSlug":"twitter","className":""}
https://twitter.com/ANI/status/1242727983036526592?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1242727983036526592&ref_url=https%3A%2F%2Fwww.hindustantimes.com%2Findia-news%2Findia-condemns-cowardly-attack-on-sikh-place-of-worship-in-kabul-offers-all-possible-assistance%2Fstory-0gO3gn7EChY4lkd3L1FuWO.html
/wp:core-embed/twitter

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହି ଆକ୍ରମଣକୁ କାପୁରୁଷତାର ପରିଚୟ ବୋଲି କହିଛଛି । ଏହି ଆକ୍ରମଣରେ ପ୍ରଭାବିତ ହୋଇଥିବା ହିନ୍ଦୁ ଓ ଶିଖ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯେଗାଇବାକୁ ଭାରତ ସରକାର ପ୍ରସ୍ତୁତ ବୋଲି ମନ୍ତ୍ରାଳୟ କହିଛି । ଏହି ଆକ୍ରମଣ ପଛରେ ଆଇଏସଆଇଏସର ହାତ ଥିବା ଜଣାପଡିଛି ।

ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭାରତ ସରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ କିମ୍ବା ସମର୍ଥନ କରନ୍ତି ନାହିଁ । ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରକୁ ସରକାର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ ମଧ୍ୟ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ।

wp:core-embed/twitter {"url":"https://twitter.com/HardeepSPuri/status/1242705849019027456?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1242705849019027456\u0026ref_url=https%3A%2F%2Fwww.hindustantimes.com%2Findia-news%2Findia-condemns-cowardly-attack-on-sikh-place-of-worship-in-kabul-offers-all-possible-assistance%2Fstory-0gO3gn7EChY4lkd3L1FuWO.html","type":"rich","providerNameSlug":"twitter","className":""}
https://twitter.com/HardeepSPuri/status/1242705849019027456?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1242705849019027456&ref_url=https%3A%2F%2Fwww.hindustantimes.com%2Findia-news%2Findia-condemns-cowardly-attack-on-sikh-place-of-worship-in-kabul-offers-all-possible-assistance%2Fstory-0gO3gn7EChY4lkd3L1FuWO.html
/wp:core-embed/twitter

ସୂଚନାଯୋଗ୍ୟ, ବୁଧବାର ଆଫଗାନ ସମୟ ସକାଳ ୭ଟା ୪୫ରେ ଏକ ଧର୍ମଶାଳାରେ ବିସ୍ଫୋରଣ ହୋଇଥିଲା । ଏଠାରେ ହିନ୍ଦୁ ଓ ଶିଖ ସମୁଦାୟ ପୂଜା କରୁଥିଲେ । ସେହି ସମୟରେ ଜଣେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.