Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବ୍ରିଟେନ୍ ବରୋଧରେ ବିଛିନ୍ନତା ବାଦ ପ୍ରୋତ୍ସାହନର ଅଭିଯୋଗ ଆଣିଲା ଭାରତ, ଉଠାଇଲା ଲଣ୍ଡନ ଖାଲିସ୍ତାନ ରେଫରେଣ୍ଡମର ପ୍ରସଙ୍ଗ

13/11/2021 at 5:13 PM

ନୂଆଦିଲ୍ଲୀ ୧୩।୧୧: ସିଖ ଫର ଜଷ୍ଟିସ୍‌କୁ ଲଣ୍ଡନରେ ୩୧ ଅକ୍ଟୋବର ଗଣଭୋଟ ଲାଗି ଅନୁମତି ନେଇ ଭାରତ ଉଦବେଗ ପ୍ରକାଶ କରିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭଲ ପ୍ରସଙ୍ଗରେ ବ୍ରିଟେନ ପ୍ରତିପକ୍ଷ ଷ୍ଟିଫନ ଲଭଗ୍ରୋଭଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଭାରତ ସରକାର ପ୍ରବାସୀ ଭାରତୀୟଙ୍କ ଏକ କ୍ଷୁଦ୍ର ଅଂଶକୁ ଅସ୍ତ୍ର କରି କୌଣସି ତୃତୀୟ ଦେଶ ନିମନ୍ତେ ଗଣଭୋଟ ଲାଗି ବ୍ରିଟେନର ଅନୁମତିକୁ କଡ଼ା ବିରୋଧ କରୁଥିବା କହିଛନ୍ତି।

ଭାରତ ଓ ବ୍ରିଟେନ ଷ୍ଟେଟେଜିକ ପାର୍ଟନର ଭାବେ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ସମାନ ବିଚାର ରଖନ୍ତି। ଗତ ୩ ନଭେମ୍ବର ଲଣ୍ଡନ ବାର୍ତ୍ତାରେ ମଧ୍ୟ ଭାରତ  ଏ ନେଇ ଲଣ୍ଡନକୁ ଅବଗତ କରାଇଥିଲା। ଏଥିରେ ପଞ୍ଜାବ ଏବେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟରେ ପରିଣତ ହୋଇଥିବା ଓ ମୌଳବାଦୀ ଶିଖ ଗୋଷ୍ଠୀ ଦେଶରେ ହେଉଥିବା ବିଧାନସଭା ଅଥବା ଲୋକସଭା ନିର୍ବାଚନରେ ୧ ପ୍ରତିଶତ ଭୋଟ ବି ହାସଲ କରିପାରୁନଥିବା  କୁହାଯାଇଥିଲା। ତେବେ ବିଛିନ୍ନତାବାଦ ନୀତି ଗ୍ରସିତ ବ୍ରିଟେନ ସରକାର ନିଷିଦ୍ଧ ଶିଖ୍ ସମୂହଙ୍କ ପ୍ରବାସୀ ଭାରତୀୟଙ୍କ ମୌଳବାଦ ପ୍ରତି ଆଖି ମୁଦି ଦେଇଥିବା ମୋଦି ସରକାର ଅଭିଯୋଗ କରିଛନ୍ତି। 

ଶିଖ ଫର ଜଷ୍ଟିସ୍‌ ଭାରତରେ ୨୦୧୯ରୁ ନିଷିଦ୍ଧ ହୋଇଛି। ଏହାର ନେତା ଗୁରୁପତବନ୍ତ ସିଂହ ପନ୍ନୁଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ବ୍ରିଟେନ ଆମେରିକା ଆଧାରିତ ଚରମପନ୍ଥୀ ସଙ୍ଗଠନକୁ ଭାରତୀୟ ପଞ୍ଜାବ ଉପରେ ଏକ ବେଆଇନ ଗଣଭୋଟ ସଂଗ୍ରହ ଲାଗି ଅନୁମତି ଦେଇଛନ୍ତି। ଏହା ପୂର୍ବରୁ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏ ର ପ୍ରତ୍ୟାହାର କାଳରେ ବହୁପକ୍ଷୀୟ ମଞ୍ଚରେ ବ୍ରିଟେନର ପାକିସ୍ତାନ ସମର୍ଥନ ନୀତିକୁ ନେଇ ଭାରତର ମୋଦି ସରକାର ଚିନ୍ତାବ୍ୟକ୍ତ କରିଥିଲେ।

 ତେବେ ପ୍ରସଙ୍ଗରେ ବ୍ରିଟିଶ ଏନଏସଏ ଲଭଗ୍ରୋଭ ଭାରତ ବିରୋଧୀ କୌଣସି ଭାବନାକୁ ବ୍ରିଟେନ ଆଦୌ ପ୍ରୋତ୍ସାହନ ଦେବନାହିଁ ବୋଲି ଡୋଭଲଙ୍କୁ ଆଶ୍ୱସ୍ତ କରିଥିବା ଜଣାପଡିଛି। ଏହା ବାଦେ ବି ଭାରତ ମାମଲାରେ ବ୍ରିଟେନ ଉପରେ ଏବେ କଡ଼ା ନଜର ରଖିଛି। ଭାରତକୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ବ୍ରିଟିଶ ସରକାର ବାସ୍ତବିକ ପାଳନ କରୁଛନ୍ତି କି କେବଳ କଁଅଳ କଥା କହି ପ୍ରସଙ୍ଗକୁ ଭିନ୍ନ ମୋଡ ଦେଉଛନ୍ତି ତା ଉପରେ ସତର୍କ ନଜର ରଖାଯାଇଛି।

   Related Posts