ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌କୁ ୩-୦ରେ ଜିତିଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | October 22, 2019 IST

ରାଞ୍ଚି ୨୨।୧୦: ରାଞ୍ଚି ଟେଷ୍ଟରେ ଟିମ୍ ଇଣ୍ଡିଆର ବିଶାଳ ବିଜୟ । ଦକ୍ଷିଣ ଆଫ୍ରିକାକୁ ଗୋଟିଏ ପାଳି ଏବଂ ୨୦୨ ରନ୍‌ରେ ହରାଇଛି ବିରାଟ ବାହିନୀ । ଏଥିସହ ଦକ୍ଷିଣ ଆଫ୍ରିକା ବିରୋଧରେ ସିରିଜ୍‌କୁ ୩-୦ରେ ମୂଳପୋଛ କରି ନେଇଛି ଭାରତ ।

ପ୍ରଥମ ଇନିଂସରେ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଦ୍ବିଶତକ ଏବଂ ରାହାଣେଙ୍କ ଶତକ ବଳରେ ୯ୱିକେଟ୍ ହରାଇ ୪୯୭ ରନ୍‌ର ବିଶାଳ ସ୍କୋର କରିଥିଲା ଭାରତ । ଏହାପରେ ବ୍ୟାଟିଂ କରିବାକୁ ଆସି ମାତ୍ର ୧୬୨ରନ୍‌ରେ ପୁରା ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇଯାଇଥିଲା । ଭାରତ ଫଲୋଅନ୍ ଦେଇଥିଲା ।

ତେବେ ଦ୍ବିତୀୟ ପାଳିରେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ମାତ୍ର ୧୩୩ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ଏହା ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଥମ କ୍ଲିନ୍ ସ୍ବିପ୍ । ରୋହିତ ଶର୍ମା ସିରିଜରେ ସର୍ବାଧିକ ୫୨୯ ରନ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.