Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ସୀମା ବିବାଦରେ ଆସୁଛି ସୁଧାର, ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ଏପ୍ରିଲ-ମେ’ ପରେ ହୋଇଥିବା ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରିବେ ଭାରତ ଓ ଚୀନ

12/11/2020 at 11:12 PM

ନୂଆଦିଲ୍ଲୀ ୧୨/୧୧: ଲଦାଖ ସୀମା ବିବାଦ ସୁଧୁରୁଥିବା ଦେଖିବାକୁ ମିଳିଛି। କମାଣ୍ଡର ସ୍ତରୀୟ ଆଲୋଚନା ପରେ ଲଦାଖ ସୀମାରେ ଏବେ ଶାନ୍ତି ଫେରାଇ ଆଣିବାକୁ ଭାରତ-ଚୀନ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଭାରତ ଓ ଚୀନ ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ସମସ୍ତ ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରିବେ। ଏଏନଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦୁଇ ଦେଶ ଏପ୍ରିଲ-ମେ ପରେ ଯେଉଁ ନିର୍ମାଣ କାର୍ଯ୍ୟ କରିଛନ୍ତି ସେସବୁ ହଟାଇବେ ବୋଲି ରାଜି ହୋଇଛନ୍ତି। ଏହା ସହ ଏଲଏସି ପାଖରେ ଥିବା ଫିଙ୍ଗର ୪ରୁ ଫିଙ୍ଗର ୮ ମଧ୍ୟରେ କୌଣସି ପ୍ରକାର ପାଟ୍ରୋଲିଂ ହେବ ନାହିଁ।

ଏହା ପୂର୍ବରୁ ଖବର ମିଳିଥିଲା ଯେ, ଲଦାଖର ବିବାଦ ଉପୁଜିଥିବା ସ୍ଥାନରେ ସେନା ହଟାଇବା ବା ଡିସ୍‌ଏନ୍‌ଗେଜ୍‌ମେଣ୍ଟ ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଥିଲେ। ତେବେ ଦୁଇ ଦେଶର ସେନା ପୂର୍ବ ସ୍ଥାନକୁ ଫେରିଯିବେ ବୋଲି ଜଣାପଡ଼ିଛି। ୬ ନଭେମ୍ବରରେ ଚୁଶୁଲ୍‌ରେ ହୋଇଥିବା କର୍ପସ୍‌ କମାଣ୍ଡର ସ୍ତରୀୟ ଆଲୋଚନାରେ ଏନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ତେବେ ଏନେଇ ଭାରତ ସରକାର କିମ୍ବା ସେନା ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ଚୀନ ପକ୍ଷରୁ ମଧ୍ୟ ଏନେଇ କିଛି ଖବର ମିଳିନାହିଁ।

ଲଦାଖର ଚୁଶୁଲରେ ଭାରତ-ଚୀନ ମଧ୍ୟରେ ଅଷ୍ଟମ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ୩ ଫେଜ୍‌ ବିଶିଷ୍ଟ ଯୋଜନା ଉପରେ ଉଭୟ ଦେଶ ସହମତି ଦେଇଥିବା ଜଣାପଡ଼ିଥିଲା। ପ୍ରଥମ ଚରଣରେ ପୋଙ୍ଗୟାଙ୍ଗ ଅଞ୍ଚଳରେ ପ୍ରଥମ ସପ୍ତାହରେ ଖାଲି କରାଯିବ। ଟ୍ୟାଙ୍କ ଓ ସୈନିକଙ୍କୁ ଫେରାଇ ନିଆଯିବ। ଦ୍ବିତୀୟ ଚରଣରେ ଉଭୟ ସେନା ପୋଙ୍ଗୟାଙ୍ଗ ଅଞ୍ଚଳରୁ ପ୍ରତିଦିନ ନିଜର ୩୦ ପ୍ରତିଶତ ସେନା ପ୍ରତ୍ୟାହାର କରିବେ। ଏହି ପ୍ରକ୍ରିୟା ୩ ଦିନ ଚାଲିବ। ଏହି ସମୟରେ ଚୀନ ସେନା ଫିଙ୍ଗର ୮ ପାଖକୁ ଫେରିବାକୁ ଥିବା ବେଳେ ଭାରତୀୟ ସେନା ଧାନ ସିଂହ ଥାପା ପୋଷ୍ଟକୁ ଯିବ ବୋଲି ଜଣାପଡ଼ିଛି।

   Related Posts