Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୨୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
  • ||
  • ନୟାଗଡ : ଲୁଟ୍ ଉଦ୍ୟମ ବେଳେ ଗାଁ ଲୋକଙ୍କ ମାଡରେ ଲୁଟେରା ମୃତ
  • ||
  • ଧର୍ମଗଡ : ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ
  • ||
  • ଭୁବନେଶ୍ବର : କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ହୁତୁହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

ଟାର୍ଗେଟ୍‌ରେ ଚୀନ: ୯୦ ଲଢୁଆ ବିମାନ, ୩୦୦୦ ନୌସୈନିକ ସହିତ ଆଣ୍ଡାମାନ ନିକୋବର ପହଞ୍ଚିଲା ଆମେରିକା ଯୁଦ୍ଧ ଜାହାଜ

19/07/2020 at 10:10 PM

ଓ୍ଵାଶିଂଟନ ୧୯।୦୭: ଚୀନ ସହ ଜାରି ବିବାଦ ମଧ୍ୟରେ ଆମେରିକା ଦକ୍ଷିଣ ଚୀନ ସାଗରଠୁ ନେଇ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ନିଜର ପାଟ୍ରୋଲିଂ ଜୋରଦାର କରିଛି। ଚୀନ ନିକଟ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧାଭ୍ୟାସ୍ ଶେଷ କରିବା ପରେ ଆମେରିକାର ନୌସେନାରେ ସପ୍ତମ ଗ୍ରୁପରେ ସାମିଲ ଯୁଦ୍ଧ ବିମାନ ବାହାକ ଜାହାଜ ୟୁଏସଏସ ନିମିତଜ ଏବେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ନିକଟରେ ପହଞ୍ଚି ଯାଇଛି। ଏହି କ୍ଷେତ୍ରରେ ଭାରତୀୟ ନୌସେନା ପୂର୍ବରୁ ଯୁଦ୍ଧାଭ୍ୟାସ୍ କରୁଛି।

ଏସିଆରେ ଆମେରିକାର ତିନୋଟି ଏୟାରକ୍ରାଫ୍ଡ କ୍ୟାରିୟର ମୁତୟନ

ଭାରତ ମହାସାଗରରେ ଚୀନର ବଢୁଥିବା ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଆମେରିକା ନିଜର ତିନି ବିମାନ ବାହାକ ଯୁଦ୍ଧ ଜାହାଜକୁ ଏହି ଇଲାକାରେ ମୁତୟନ କରିଛି। ଏଥିରୁ ଗୋଟିଏ ୟୁଏସଏସ ରୋନାଲ୍ଡ ରିଗନ ଦକ୍ଷିଣ ଚୀନ ସାଗରରେ ଥିବା ବେଳେ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଫିଲିପିନ ସାଗର ନିକଟରେ ପାଟ୍ରୋଲିଂ କରୁଛି। ଅନ୍ୟପଟେ ଆମେରିକାର ଆକ୍ରମଣାତ୍ମକ ପାଟ୍ରୋଲିଂରେ ଚିହିଁକି ଉଠିଥିବା ଚୀନ ବାରମ୍ବାର ଯୁଦ୍ଧ ଧକମ ଦେଉଛି।

କେତେ ଶକ୍ତିଶାଳୀ ୟୁଏସଏସ ନିମିତଜ

ଆମେରିକାର ସୁପରକ୍ୟାରିୟର୍ସ ମଧ୍ୟରେ ୟୁଏସଏସ ନିମିତଜକୁ ସବୁଠୁ ଅଧିକ ଶକ୍ତିଶାଳୀ କୁହାଯାଏ। ଆଣବିକ ଶକ୍ତିରେ ପରିଚାଳିତ ଏହି ବିମାନ ବାହାକ ଯୁଦ୍ଧ ଜାହାଜକୁ ଆମେରିକା ନୌସେନାରେ ୧୯୭୫ ମେ ୩ରେ ପ୍ରସ୍ତୁତ କରାଯାଇଥିଲା। ଏହା ନିଜ ଦମରେ ଅନେକ ଦେଶକୁ ବର୍ବାଦ କରିବାର କ୍ଷମତା ରଖିଛି। ୩୩୨ ମିଟର ଲମ୍ବର ଏହି ଏୟାରକ୍ରାଫ୍ଟ କ୍ୟାରିୟରରେ ୯୦ ଲଢୁଆ ବିମାନ ଓ ହେଲିକପ୍ଟର ବ୍ୟତୀତ ପାଖାପାଖି ୩୦୦୦ ନୌସୈନିକ ମୁତୟନ ଅଛନ୍ତି।

ଭାରତ ମହାସାଗରରେ ଚୀନକୁ ଘେରିଲେ ଫାଇଦା

ଭାରତ ସହିତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଭାରତ ମହାସାଗରରେ ଚୀନକୁ ଘେରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଯଦି ଡ୍ରାଗନ ବର୍ତ୍ତମାନ କିଛି ଦୁଃସାହାସ କରେ ତେବେ ଏହାର ପରିଣାମ ତାକୁ ଭୋଗିବାକୁ ପଡିବ। ଚୀନ କାରବାରର ବଡ ଅଂଶ ଭାରତ ମହାସାଗର ଜରିଆରେ ଉପସାଗରୀୟ ଓ ଆଫ୍ରିକା ଦେଶକୁ ଯାଇଥାଏ। କେବଳ ଏତିକି ନୁହେଁ ଚୀନ ନିଜର ଆବଶ୍ୟକ ଉର୍ଜାର ବଡ ଭାଗ ଆମଦାନୀ ଏହି ରାସ୍ତା ଦେଇ କରିଥାଏ। ଯଦି ଭାରତୀୟ ନୌସେନା ଏହି ରୁଟ୍‌କୁ ଅବରୋଧ କରି ଦିଏ ତେବେ ଚୀନକୁ ତେଲ ସମେତ ଅନେକ ବସ୍ତୁ ପାଇଁ ଅଭାବର ସମ୍ମୁଖୀନ ହେବାକୁ ପଡିପାରେ। ଏବେ ଚୀନ-ପାକିସ୍ତାନର ଅର୍ଥନୈତିକ କରିଡର ମଧ୍ୟ ପୂରା ହୋଇ ନାହିଁ। ତେଣୁ ଏହି ମାର୍ଗ ଦେଇ ମଧ୍ୟ ଚୀନ କୌଣସି ସାମଗ୍ରୀ ଆମଦାନୀ କି ରପ୍ତାନୀ କରି ପାରିବ ନାହିଁ।

   Related Posts