Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଲଦାଖରେ ଚୀନକୁ ଜବାବ ଦେବାକୁ ଆକ୍ସନ ମୋଡରେ ‘ଡୋକଲାମ ଟିମ୍’, ଜାଣନ୍ତୁ କ’ଣ ରହିଛି ରଣନୀତି

27/05/2020 at 7:42 PM

ନୂଆଦିଲ୍ଲୀ ୨୭।୦୫: ଚୀନର ପିପୁଲ୍ସ ଲିବେରେସନ ଆର୍ମି(PLA)ର ଆକ୍ରମଣର ମୁକାବିଲା ଲାଗି ଭାରତ ଲଦାଖରେ ଉଚ୍ଚ ଯୁଦ୍ଧ କ୍ଷେତ୍ରରେ ନିଜର ସୈନ୍ୟ ସଂଖ୍ୟା ବଢାଇ ଦେଇଛି। ଚୀନ ଲଦାଖ ବେଗ ଅଲଡି(ଡିବିଓ) ସେକ୍ଟରରେ ଭାରତର ସୀମାରେ ଜାରି ଭିତ୍ତିଭୂମି କାମକୁ ରୋକିବାକୁ ଚାହୁଁଛି। ଭାରତୀୟ ସେନା ତିବ୍ବତ ସ୍ଵାୟତ୍ତ କ୍ଷେତ୍ର ସହ ବେଶ୍ ଭଲଭାବେ ପରିଚିତ। ଏହା ସହିତ ଉଚ୍ଚ ଦୁର୍ଗମ ଯୁଦ୍ଧ କ୍ଷେତ୍ରରେ ଲଢିବାରେ ମଧ୍ୟ ମାହିର।

ଚୀନ ସେନା ଏଠାରେ ଦୁଇ ବ୍ରିଗେଡ୍ ମୁତୟନ କରିଛି। ଅନ୍ୟପଟେ ସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଅନୁଷ୍ଠିତ ବୈଠକରେ ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ଅଷ୍ଟ୍ରେଲିଆରୁ ହଂକଂ ପର୍ଯ୍ୟନ୍ତ, ତାଇଓ୍ଵାନରୁ ଦକ୍ଷିଣ ଚୀନ ସାଗର ପର୍ଯ୍ୟନ୍ତ  ଏବଂ ଭାରତରୁ ଆମେରିକା ପର୍ଯ୍ୟନ୍ତ ଚୀନ ପାରୁ ପର୍ଯ୍ୟନ୍ତ ପ୍ରାଧ୍ୟାନ୍ୟବିସ୍ତାର କରିବାକୁ ଚାହୁଁଛି।

ପ୍ରଧାନମନ୍ତ୍ରୀଙ୍କ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଉପସ୍ଥିତ ତିନି ଚେହେରା ତିନି ବର୍ଷରେ ଦ୍ଵିତୀୟ ଥର ଏହି ପରି ସ୍ଥିତିର ସାମ୍ନା କରୁଛନ୍ତି। ଏହି ତିନି ଚେହେରା ହେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏହି ଟିମ୍ ୨୦୧୭ରେ ଡୋକଲାମରେ ଭାରତର ରଣନୀତିର ରୂପରେଖା ପ୍ରସ୍ତୁତ କରିଥିଲେ। ୭୩ ଦିନ ପର୍ଯ୍ୟନ୍ତ ଭାରତୀୟ ସେନା ଚୀନ ସାମ୍ନାରେ ଦୃଢ ଭାବେ ଛିଡା ହୋଇ ରହିଥିଲେ। ଏହି ଗତିରୋଧ ପରେ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ସମାପ୍ତ  ହୋଇଥିଲା। ସେହି ସମୟରେ ଜେନେରାଲ ବିପିନ ରାଓ୍ଵତ ସ୍ଥଳ ସେନା ମୁଖ୍ୟ ଏବଂ ଜୟଶଙ୍କର ଭାରତର ବୈଦେଶିକ ସଚିବ ଥିଲେ। ଏବେ  ପୁଣି ଏହି ତିନି ମୂର୍ତ୍ତି ଚୀନକୁ ଜବାବ ଲାଗି ସକ୍ରିୟ ହୋଇ ଉଠିଛନ୍ତି।

ନିଷ୍ପତ୍ତି ହୋଇଛି ଯେ, ଭାରତ ଲଦାଖରୁ ପଛଘୁଞ୍ଚା ଦେବ ନାହିଁ। ବାସ୍ତବ ନିୟନ୍ତ୍ରଣ ରେଖାରେ ଯେଉଁ ସବୁ ଭିତ୍ତିଭୂମି କାମ ଜାରି ରହିଛି ତାହା ପୂର୍ବବତ୍ତ ଜାରି ରହିବ। ଚୀନ ଯେଉଁଭଳି ସୈନ୍ୟ ଅଭିଯାନ ଚଳାଇବ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେବ। ଭାରତ ମଧ୍ୟ ଲଦାଖରେ ସୈନ୍ୟ ସଂଖ୍ୟା ବଢାଇବା ସହିତ ସାମରିକ ଉପକରଣ ମଧ୍ୟ ମହଜୁଦ କରିବାରେ ଲାଗିଛି।

ଅନ୍ୟପଟେ ଭାରତ କୂଟନୈତିକ ପ୍ରକ୍ରିୟାରେ ଚୀନକୁ ଦୃଢ ଜବାବ ଦେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି କ୍ରମରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ବାର୍ତ୍ତାଳପ କରିଛନ୍ତି। ଭାରତ ୩,୪୮୮ କିଲୋମିଟର ଏଲଏସିରେ ନିଜର ସ୍ଥିତି ଆହୁରି ମଜବୁତ କରି ଦେଇଛି।

ଚୀନକୁ  ଜବାବ ଦେବାକୁ ତିନି ସେନା ପ୍ରଧାନମନ୍ତ୍ରୀଙ୍କୁ ବ୍ଲୁପ୍ରିଣ୍ଟ ପ୍ରଦାନ କରିଛନ୍ତି। ଚୀନ ସହିତ ଜାରି ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତିନି ସେନାର ବୈଠକ ହୋଇଥିଲା। ଅନ୍ୟପଟେ ବୈଦେଶିକ ସଚିବ ସୀମାରେ ଚୀନ ସହ  ଜାରି ବିବାଦରେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।

ଅନ୍ୟପଟେ ଲଢୁଆ ବିମାନ ତେଜସ ଓ ଗ୍ଲୋବମାଷ୍ଟରକୁ ଲେହରେ ମୁୟତନ କରାଯାଇଥିବା କୁହାଯାଉଛି। ରଣନୀତି ଭାବେ ସ୍ଥିର ହୋଇଛି ଯେ, ଭାରତୀୟ ସେନା ଏକ ଇଞ୍ଚ ମଧ୍ୟ ପଛକୁ ହଟିବା ନାହିଁ। ଭାରତୀୟ ସେନା ଚୀନର ବରାବର ସୈନ୍ୟ ଅଭ୍ୟାସ୍‌ ଜାରି ରଖିବ। ଦୌଲତ ବେଗ ଓଲ୍‌ଡିରେ ଏୟାରଫିଲ୍ଡକୁ ସଂପୂର୍ଣ୍ଣ ପ୍ରସ୍ତୁତ କରି ରଖାଯାଇଛି।

ବାୟୁସେନା ଓ ଆରର୍ମଡ୍‌ କାମ୍ବେଟ୍‌ ଗ୍ରୁପକୁ ହାଇଆଲର୍ଟରେ ରଖାଯାଇଛି। ସୂତ୍ର ଅନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଲଦାଖ ଓ ଉତ୍ତର ସିକ୍କିମ ଏବଂ ଉତ୍ତରାଖଣ୍ଡରେ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ନଜର ରଖିଛନ୍ତି।

   Related Posts