Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚୀନର ଋଣ ଜାଲରେ ଫସିଛନ୍ତି ବିଶ୍ଵର ଅଧାରୁ ଅଧିକ ଦେଶ, ଭାରତରେ ଏତିକି ନିବେଶ କରିଛି ଡ୍ରାଗନ

21/06/2020 at 3:41 PM

ନୂଆଦିଲ୍ଲୀ ୨୧।୦୬: ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଉତ୍ତେଜନା ଚରମରେ ରହିଛି। ଦେଶରେ ଚୀନ ସାମଗ୍ରୀ ବହିଷ୍କାର ଦାବି ଜୋର୍ ଧରିଛି। ଚୀନର ପ୍ରତିଟି ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ସାମାଜିକ ଗଣମାଧ୍ୟମରେ ଅଭିଯାନ ଆରମ୍ଭ ହୋଇଯାଇଛି। ଚୀନ କେବଳ ଭାରତରେ ନୁହେଁ  ବରଂ ଦୁନିଆର ୧୦୦ରୁ ଅଧିକ ଦେଶରେ ନିଜର ଉତ୍ପାଦ ଓ ଋଣ ଜରିଆରେ ବଜାରକୁ  କବଜା କରିଛି।

ଚୀନ ଆରମ୍ଭରୁ ହିଁ ଗୋଟିଏ ନୀତି ଧରି ଆଗକୁ ବଢି ଚାଲିଛି। ସେହି ନୀତି ହେଉଛି ଦୁର୍ବଳ ପଡୋଶୀଙ୍କୁ ଋଣ ଜାଲରେ ଫସାଇ ରଖିବା ଏବଂ ମଜବୁତ ଦେଶ ସହିତ ବିବାଦ ଜାରି ରଖିବା। ଚୀନ ନିଜର ଏହି ନୀତି ଜରିଆରେ ୧୫୦ରୁ ଅଧିକ ଦେଶରେ ୧୧୨.୫ ଲକ୍ଷ କୋଟି ଟଙ୍କାର ଋଣ ଦେଇଛି।

ଦୁର୍ବଳ ଦେଶଗୁଡିକ ମୋଟା ଅଙ୍କର ଋଣ ଦେଇ ଚୀନ ନିଜ ଆଡକୁ ଆକର୍ଷିତ କରିବା ଉଦ୍ୟମ ଜାରି ରଖିଛି। ଯଦ୍ଵାରା ଦୁନିଆରେ ତାକୁ ଆମେରିକା ତୂଳନାରେ ବିଶ୍ଵର ଏକ ଶକ୍ତିଶାଳୀ ଦେଶର ମାନ୍ୟତା ଦେବେ। ଚୀନ ଅଦ୍ୟାବଧି ୧୫୦ରୁ ଅଧିକ ଦେଶକୁ ଋଣ ବାଣ୍ଟି ସାରିଛି, ଯାହା ବୈଶିକ ଜିଡିପିର ପ୍ରାୟ ୫ ପ୍ରତିଶତ ହେବ। ଚୀନ ସରକାର ଏବଂ ଏହାର ସହାୟକ କମ୍ପାନୀ ଅନ୍ୟ ଦେଶକୁ ପ୍ରାୟ ୧.୫ ଟ୍ରିଲିୟନ ଡଲାର ଅର୍ଥାତ ୧୧୨.୫ କୋଟିରୁ ଅଧିକ ଟଙ୍କାର ଋଣ ଦେଇ ସାରିଛନ୍ତି।

କେବଳ ଏତିକି ନୁହେଁ ବିଶ୍ଵ ବ୍ୟାଙ୍କ ଏବଂ ଆଇଏମଏଫଠୁ ମଧ୍ୟ ବଡ ଋଣଦାତା ପାଲଟିଛି ଚୀନ। ୨୦୦୦ ରୁ ୨୦୧୪ ମଧ୍ୟରେ ଆମେରିକା ଅନ୍ୟ ଦେଶକୁ ୩୯୪.୬ ଅରବ ଡଲାରର ଋଣ ଦେଇଥିବା ବେଳେ ଚୀନ ୩୫୪.୪ ଅରବ ଡଲାରର ଋଣ ଦୁର୍ବଳ ଦେଶକୁ ବାଣ୍ଟିଛି। ମାତ୍ର ପରବର୍ତ୍ତୀ ସମୟରେ ଆମେରିକା ଋଣ ଦେବାରେ ହ୍ରାସ କରିବା ପରେ ଚୀନ ଋଣ ଦେବା ମାମଲାରେ ସର୍ବାଗ୍ରେ ରହିଛି।

ଉଲ୍ଲେଖଯୋଗ୍ୟ, ବିଶ୍ଵ ବ୍ୟାଙ୍କ, ଆଇଏମଏଫ ଓ ସମସ୍ତ ଆର୍ଥିକ ଅନ୍ତରାଷ୍ଟ୍ରୀୟ ସମୂହ ଦ୍ଵାରା ବିତରଣ ହୋଇଥିବା ଋଣର ପରିମାଣ ଚୀନ ଦ୍ଵାରା ବଣ୍ଟା ଯାଇଥିବା ଋଣର ପରିମାଣଠୁ ମଧ୍ୟ କମ ହେବ। ଚୀନ ଅଧିକାଂଶ ଦେଶକୁ ଭିତ୍ତିଭୂମି, ଶକ୍ତି ଓ ଖଣି ପରି କ୍ଷେତ୍ର ପାଇଁ ଋଣ ଦେଇଛି। ଏଥିରୁ ସ୍ପଷ୍ଟ ଯେ, ପରୋକ୍ଷ ଭାବେ ଚୀନ ଏହାର ଉପଯୋଗ ନିଜର ଫାଇଦା ପାଇଁ ମଧ୍ୟ କରିଥାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୫୦ରୁ ଅଧିକ ବିକାଶଶୀଳ ଦେଶକୁ ଚୀନ ଯେଉଁ ଋଣ ଦେଇଥିଲା ତାହା ୨୦୦୫ରେ ଏହାର ଜିଡିପିର ଏକ ପ୍ରତିଶତରୁ ମଧ୍ୟ କମ ଥିଲା। ମାତ୍ର ୨୦୧୭ରେ ଏହା ବଢି ୧୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

ଭାରତ କଥା ଯଦି କହିବା ତେବେ ଡ୍ରାଗନ ଆମ ଦେଶରେ ମଧ୍ୟ ବିପୁଳ ପରିମାଣରେ ନିବେଶ କରିଛି। ୨୦୧୪ ପର୍ଯ୍ୟନ୍ତ ଚୀନ ଭାରତରେ ୧.୬ ଅରବ ଡଲାରର ନିବେଶ କରି ସାରିଥିଲା, ଯାହା କେବଳ ଏହି ୩ ବର୍ଷରେ ବଢି ୮ ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

ଯଦି ଚୀନ ଭାରତରେ ଭବିଷ୍ୟତରେ ନିବେଶକୁ ନେଇ ଯେଉଁ ଘୋଷଣା କରି ସେଗୁଡିକୁ ମିଶାଇ ଦେଲେ ଏହାର ୨୬ ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଉଛି। ଯଦି ଚୀନର ଅନ୍ୟ ଦେଶ ସହିତ ବିବାଦର କଥା କୁହାଯିବ ତେବେ ଏହାର ତାଲିକା ଖୁବ୍ ଲମ୍ବା ରହିଛି। ଭାରତ ବ୍ୟତୀତ କୌଣସି ବିବାଦକୁ ନେଇ ଚିନର ଜାପାନ, ଭିଏତନାମ, ଆମେରିକା, ମାଲେସିଆ, ଅଷ୍ଟ୍ରେଲିଆ ସହିତ ମଧ୍ୟ ବିବାଦ ରହିଛି। ଚୀନ ଓ ତାଇଓ୍ଵାନ ମଧ୍ୟରେ ତ ଉତ୍ତେଜନା ଗମ୍ଭୀର ରହିଛି।

ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଚୀନ ଭାରତକୁ ସ୍ମାର୍ଟଫୋନ୍, ବୈଦ୍ୟୁତିକ ଉପକରଣ, ଅଟୋ ଉପକରଣ, ଫାର୍ମାସ୍ୟୁଟିକଲ୍ସ, କେମିକାଲ, ଟେଲିକମ, ଷ୍ଟିଲ୍ ପରି ସାମଗ୍ରୀ ରପ୍ତାନୀ କରିଥାଏ।

   Related Posts