Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଏଲଏସିରେ ଭାରତର ବଡ଼ ପ୍ରସ୍ତୁତି, ଡ୍ରାଗନ ଉପରେ ରଖିବ କଡ଼ା ନଜର

2/10/2020 at 1:07 PM

ନୂଆଦିଲ୍ଲୀ ୦୨/୧୦: ବାସ୍ତବିକ ନିୟନ୍ତ୍ରଣ ରେଖାରେ ଚାଲିଥିବା ଭାରତ-ଚୀନ ଉତ୍ତେଜନା ମଧ୍ୟରେ ଭାରତ ବଡ଼ ପ୍ରସ୍ତୁତି କରିଛି। ସୁରକ୍ଷା ମାମଲାରେ କ୍ୟାବିନେଟ୍ କମିଟି (ସିସିଏସ) ଏଲଏସିର ଅତି ନିକଟରେ କମ୍ୟୁନିକେସନ ସିଷ୍ଟମ ଲଗାଇବା​ ନେଇ ମଞ୍ଜୁରି ଦେଇଛନ୍ତି। ସେନା ପାଇଁ ଏହି ପ୍ରସ୍ତୁତି ଖୁବ୍ ଗୁରୁତ୍ବପୂଣ୍ର୍ଣ। ସାତ ହଜାର ୮୦୦ ଟଙ୍କାର ଏହି ଯୋଜନା ଲାଗୁ ହେବା ପରେ ଶତ୍ରୁ ଦେଶ ସୀମାରେ କୌଣସି ଅଜବ ହରକତ ଆଉ କରିପାରିବ ନାହିଁ। ଅର୍ଥାତ ଏବେ ଶତ୍ରୁର ପ୍ରତିଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ମଣ ନଜର ରଖିବ ସେନା।

ପ୍ରତିରକ୍ଷା ମନ୍ତ୍ରାଳୟ ଗତକାଲି କହିଛି ସିସିଏସ ଦୀର୍ଘ ସମୟରୁ ଆର୍ମି ଷ୍ଟେଟିକ ସ୍ବିଚଡ କମ୍ୟୁନିକେସନ ନେଟଓ୍ବର୍କ (ଏଏସସିଓଏନ)ର ଫେଜ ଚାରିକୁ ସ୍ଥାପନ କରିବା ନେଇ ମଞ୍ଜୁରି ଦେଇଛି। ଏହାର ସ୍ଥାପନା ଇଣ୍ଡିଆନ ଟେଲିଫୋନ୍ ଇଣ୍ଡଷ୍ଟ୍ରି କରିବ। ଏହି ମାମଲାରେ ୭,୭୯୬ କୋଟି ଟଙ୍କା ଅନୁବନ୍ଧ ଉପରେ ଚୁକ୍ତି ସ୍ବାକ୍ଷର ହୋଇଛି।

ମନ୍ତ୍ରାଳୟ କହିଛି ଏହି ପ୍ରୋଜେକ୍ଟ ପୂରା ହେବା ଦ୍ବାରା ଅନ୍ତରାଷ୍ଟୀୟ ସୀମାରେ କମ୍ୟୁନିକେସନ୍ କଭରେଜକୁ ବୃଦ୍ଧି କରାଯିବ। ନେଟ୍ଓ୍ବର୍କ ମାଧ୍ୟମରେ ପୂର୍ବ ସେକ୍ଟର ଓ ପଶ୍ଚିମ ସୀମାର ଦୂରବର୍ତୀ ଇଲାକାରେ ହାଇ ​‌ବ୍ୟାଣ୍ଡଓ୍ବିଥ କମ୍ୟୁନିକେସନ ବୃଦ୍ଧି ପାଇବ।

ଏହି ପ୍ରୋଜେକ୍ଟରୁ ଏଲଏସିରେ ସେନାଙ୍କୁ ସେମାନଙ୍କ ଅଭିଯାନରେ ବଡ଼ ସଫଳତା ମିଳି ପାରିବ। ଏହା ସହ ସମ୍ବେଦନଶୀଳ ଇଲାକାରେ ସେନାଙ୍କ ପ୍ରସ୍ତୁତି ଆହୁରି ସଶକ୍ତ ହୋଇପାରିବ। ଉଲ୍ଲେଖନୀୟ ଯେ ବାସ୍ତବିକ ନିୟନ୍ତ୍ରଣା ରେଖାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଦୀର୍ଘ ସମୟ ହେବ ଲାଗି ରହିଛି।

   Related Posts