Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର

31/07/2021 at 9:56 PM

ନୂଆଦିଲ୍ଲୀ ୩୧।୦୭: ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଗତ ବର୍ଷ ଏପ୍ରିଲଠୁ ବିବାଦ ଜାରି ରହିଛି। ଏହା ମଧ୍ୟରେ ଶନିବାର ଭାରତ ଓ ଚୀନ ମଧ୍ୟରେ କୋର କମାଣ୍ଡସ୍ତରୀୟ ଆଲୋଚନା ହୋଇଛି। ଏହା ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ୧୨ମ ପର୍ଯ୍ୟାୟ ଆଲୋଚନା। ଚୀନ ପାର୍ଶ୍ଵରେ ଓଲଡି ସୀମାରେ ଆୟୋଜିତ ବୈଠକ ସନ୍ଧ୍ୟା ୭ଟା ୩୦ରେ ଶେଷ ହୋଇଛି। ବୈଠକରେ ଉଭୟ ପକ୍ଷ ପୂର୍ବ  ଲଦାଖରେ ଜାରି ସୈନ୍ୟ ଗତିରୋଧ ସମାଧାନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ଆଲୋଚନାରେ ଗୋଗରା, ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଭାରତ ଜୋର ଦେଇଛି। ହେଲେ ଉଭୟ ପକ୍ଷ ତରଫରୁ ଆନୁଷ୍ଠାନିକ ଭାବେ ସୂଚନା ଆସିବା ବାକି ରହିଛି। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ଦୀର୍ଘ ନଅ ଘଣ୍ଟା ଧରି ଜାରି ରହିଥିଲା।  ୧୨ତମ ବୈଠକର ଉଦ୍ଦେଶ୍ୟ ପୂର୍ବ ଲଦାଖରେ ଉତ୍ତେଜନା କମ କରିବା। କାରଣ ଏହା ପୂର୍ବରୁ ୧୧ମ ପର୍ଯ୍ୟାୟ ବୈଠକ ସତ୍ତ୍ଵେ ବି ଡ୍ରାଗନ ନିଜ କଥାରୁ ଓହରିବାରେ ଲାଗିଛି।  ବୈଠକରେ ଗୋଟିଏ କଥା କହୁଥିବା ଚୀନ ବାସ୍ତବରେ ବିବାଦୀୟ ସ୍ଥଳରେ ହିଁ ସୈନ୍ୟ ସରଞ୍ଜାମ ମୁତୟନ କରିଛି।

ଚୀନ ସୈନ୍ୟ କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ଜୁଲାଇ ୨୬ ତାରିଖ ନିର୍ଦ୍ଧାରିତ କରିଥିଲା। ହେଲେ ଭାରତୀୟ ସେନା କାରଗିଲ୍ ଦିବସ କାରଣରୁ ତାରିଖ ଆଗକୁ ବଢାଇବାକୁ କହିଥିଲା। ଭାରତୀୟ ସେନାର ଅନୁରୋଧ କ୍ରମେ ଚୀନ ଆଲୋଚନା ପାଇଁ ଜୁଲାଇ ୩୧ ତାରିଖ ଧାର୍ଯ୍ୟ କରିଥିଲା। ଏହା ପୂର୍ବରୁ ୧୧ତମ ବୈଠକରେ ଉଭୟ ଦେଶର ସେନା ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ୍, ଗୋଗରା ଓ ଡେପସାଙ୍ଗ ପରି ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ଆଗକୁ ବଢାଇବା ଜୋର ଦିଆଯାଇଥିଲା। ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଏକ ବର୍ଷ ହେବ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। କ୍ରମାଗତ ଆଲୋଚନା ମଧ୍ୟରେ ଦୁଇ ଦେଶର ସୈନିକ ଅନେକ ଅଞ୍ଚଳରେ ଧିରେ ଧିରେ ପଛକୁ ହଟୁଛନ୍ତି।

   Related Posts